www.samajalive.in
Sunday, December 7, 2025
23.1 C
Bhubaneswar

ଭାରତକୁ ଟେଷ୍ଟ ସିରିଜରେ ହରାଇବା ବଡ଼ ଆହ୍ୱାନ : ଷ୍ଟୁଆର୍ଟ ଲ’

ରାଜକୋଟ୍‍ : ଭାରତ ବିପକ୍ଷ ୨ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜରେ ବିଜୟୀ ହେବା ୱେଷ୍ଟଇଣ୍ଡିଜ ପାଇଁ ବଡ଼ ଆହ୍ୱାନ ବୋଲି ମତ ଦେଇଛନ୍ତି ୱେଷ୍ଟଇଣ୍ଡିଜ ଦଳର ପ୍ରଶିକ୍ଷକ ଷ୍ଟୁଆର୍ଟ ଲ’।
ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‍ ପୂର୍ବରୁ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଲ’ କହିଥିଲେ ଟେଷ୍ଟ ମାନ୍ୟତାରେ ଭାରତ ୧ନଂ ସ୍ଥାନରେ ରହିଥିବା ବେଳେ ୱେଷ୍ଟଇଣ୍ଡିଜ ୮ନଂରେ ରହିଛି। ସେହିପରି ଭାରତୀୟ ଦଳ ଘରୋଇ ମାଟିରେ ଟେଷ୍ଟ ସିରିଜ୍‍ ଖେଳୁଥିବାରୁ ଏହି ଦଳକୁ ପରାସ୍ତ କରିବା ୱେଷ୍ଟଇଣ୍ଡିଜ ନିମନ୍ତେ ବଡ଼ ଆହ୍ୱାନ। ୱେଷ୍ଟଇଣ୍ଡିଜ ଦଳ ଶ୍ରୀଲଙ୍କା ଓ ବାଂଲାଦେଶ ବିପକ୍ଷରେ ଭଲ ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇ ସେଠାରେ ଟେଷ୍ଟ ସିରିଜ୍‍ ୪-୧ରେ ପରାସ୍ତ ହୋଇଥିଲା। ତେବେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ବୋଲି କହି ହେବ ନାହିଁ। ଭାରତୀୟ ଦଳ ବେଶ୍‍ ଶକ୍ତିଶାଳୀ ଥିôବାରୁ ଏହି ଦଳକୁ ତା’ରି ମାଟିରେ ପରାସ୍ତ କରିବା ୱେଷ୍ଟଇଣ୍ଡିଜ ନିମନ୍ତେ ସହଜ ନୁହେଁ।
ଲ’ ଆହୁରି କହିଛନ୍ତି ଭାରତ ଗସ୍ତରେ ଆସିବା ପୂର୍ବରୁ ୱେଷ୍ଟଇଣ୍ଡିଜ ଦଳ ଦୁବାଇରେ ୮ ଦିନ ଅଭ୍ୟାସ କରିଥିଲା। ସେଠାରେ ତାପମାତ୍ରା ୪୫ ଡିଗ୍ରୀ ସେଲ୍‍ସିୟସ୍‍ ରହୁଥିବାରୁ ଭାରତର ଗରମକୁ ନେଇ ୱେଷ୍ଟଇଣ୍ଡିଜ ଖେଳାଳି ଆଦୌ ଚିନ୍ତିତ ନୁହନ୍ତି। ଅଭ୍ୟାସ ମ୍ୟାଚ୍‍ ଖେଳି ୱେଷ୍ଟଇଣ୍ଡିଜ ଖେଳାଳିମାନେ ଏଠାକାର ପିଚ୍‍ ସଂପର୍କରେ ଧାରଣା ହାସଲ କରିଛନ୍ତି। ଟେଷ୍ଟ ସିରିଜ୍‍ ନିମନ୍ତେ ୱେଷ୍ଟଇଣ୍ଡିଜ ବେଶ୍‍ ଭଲ ପ୍ରସ୍ତୁତି କରିଛି। ଟେଷ୍ଟ ମ୍ୟାଚ୍‍ ସମୟରେ ମିଳୁଥିବା ସୁଯୋଗର ସଦୁପଯୋଗ କରିପାରିଲେ ୱେଷ୍ଟଇଣ୍ଡିଜକୁ ସଫଳତା ମିଳିବ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ରେ ଭାରତୀୟ ବ୍ୟାଟସମ୍ୟାନ୍‍ ସେହି ଦଳର ଦ୍ରୁତ ବୋଲରଙ୍କୁ ମୁକାବିଲା କରିବାରେ ବିଫଳ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ୱେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଭାରତୀୟ ବ୍ୟାଟସମ୍ୟାନ୍‍ଙ୍କୁ ଅଡ଼ୁଆରେ ପକାଇ ପାରିବେ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଲ’ କହିଥିଲେ ୱେଷ୍ଟଇଣ୍ଡିଜ ଦ୍ରୁତ ବୋଲରମାନେ ବେଶ୍‍ ଭଲ ଫର୍ମରେ ଅଛନ୍ତି। ଯଦି ସେମାନେ ଉପଯୁକ୍ତ ଲାଇନ୍‍ ଲେନ୍‍ଥରେ ବୋଲିଂ କରନ୍ତି ତେବେ ଦଳକୁ ନିଶ୍ଚିତ ଭାବେ ସଫଳତା ମିଳିବ। ତେବେ ଭାରତୀୟ ବ୍ୟାଟସମ୍ୟାନ୍‍ ଘରୋଇ ମାଟିରେ ଖେଳୁଥିବା ବେଳେ ସେମାନଙ୍କ ବିରୋଧରେ ସଫଳତା ପାଇବାକୁ ୱେଷ୍ଟଇଣ୍ଡିଜ ବୋଲରଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ବୋଲି ଲ’ ମତ ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories