www.samajalive.in
Monday, December 15, 2025
24.1 C
Bhubaneswar

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ ମାଓବାଦ ବିରୋଧରେ ଦୁଇଟି ବଡ ଏନକାଉଣ୍ଟର ହୋଇଛି । ଏଥିରେ ମାଓନେତା ହିଡମା ଓ ତା’ର ସ୍ତ୍ରୀ ପ୍ରାଣ ହରାଇଛନ୍ତି । ହିଡମା ମୁଣ୍ଡ ଉପରେ ଛତିଶଗଡ ସରକାର ଏକ କୋଟି ଟଙ୍କା ଓ ପତ୍ନୀ ରାଜେ ଉପରେ ୫୦ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଘୋଷଣା କରିଥିଲେ । ତେବେ ଏହାରି ଭିତରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କିଏ ଏହି ହିଡମା ? କାହିଁକି ହିଡମାକୁ ଧରିବାକୁ ଏକ କୋଟି ଟଙ୍କା ଘୋଷଣା କରିଥିଲେ ସରକାର ?

    ଜାଣନ୍ତୁ କିଏ ଏହି ହିଡମା : ହିଡମା ଛତିଶଗଡ଼ର ସୁକମା ଜିଲ୍ଲାର ପୁନାର୍ଥି ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ମାଦଭି ହିଡମା ଓରଫ ସନ୍ତୋଷ । ସେ ୨୫ ବର୍ଷ ପୂର୍ବେ ମାଓବାଦ ରେ ଯୋଗଦେଇ ଆତ୍ମଗୋପନ କରିଥିଲେ । ସେ ବସ୍ତର ଏବଂ ଦାନ୍ତେୱାଡା ଅଞ୍ଚଳ ମାଓ ବାହିନୀର ଜଣେ ପ୍ରମୁଖ ସଦସ୍ୟ ହୋଇଥିଲେ । ସେ ଯୁବ ବୟସରେ ମାଓବାଦୀ କେନ୍ଦ୍ରୀୟ କମିଟିର ସଦସ୍ୟ ହୋଇଥିଲେ । ଗରିଲା ଆକ୍ରମଣର ରଣନୀତିକାର ଭାବରେ ଜଣାଶୁଣା ଥିଲେ । ହିଡମା ପିପୁଲ୍ସ ଲିବରେସନ ଗରିଲା ଆର୍ମି (PLGA)ର ପ୍ଲାଟୁନ-୧ କମାଣ୍ଡର ଭାବରେ କାର୍ଯ୍ୟ କରିଥିଲେ। ତାଙ୍କୁ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟ ମଧ୍ୟ କରାଯାଇଥିଲା। ସେ ମାଲ୍ଲା ଏବଂ ନିଶାଦ ସମ୍ପ୍ରଦାୟର ଶହ ଶହ ଲୋକଙ୍କୁ ମାଓବାଦୀ ଦଳରେ ନିଯୁକ୍ତି ଦେଇଥିଲେ । ସେମାନଙ୍କୁ ସଶସ୍ତ୍ର ତାଲିମ ଦିଆଯାଇଥିଲା ଏବଂ ପିଏଲଜିଏ ରେ ସାମିଲ କରାଯାଇଥିଲା, ଯାହା ମାଓ ସେନାକୁ ଏକ ଅଭେଦ୍ୟ ସେନା କରିଥିଲା । ପୋଲିସ ସୂତ୍ର ଅନୁଯାୟୀ, ପୂର୍ବରୁ ହିଡମାଙ୍କ ନେତୃତ୍ୱରେ ସୁରକ୍ଷା ବାହିନୀ ଉପରେ ଅନେକ ଆକ୍ରମଣ କରାଯାଇଥିଲା । ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ହିଡମା ଅନେକ ଥର ପୋଲିସଠାରୁ ଖସି ପଳାଇଛି। ଶୀର୍ଷ ନେତା ସୋନୁ ଏବଂ ଆଶାନା ଏବଂ ଶହ ଶହ ମାଓବାଦୀଙ୍କ ଆତ୍ମସମର୍ପଣ ପରେ, ହିଡମାଙ୍କ ଆତ୍ମସମର୍ପଣକୁ ନେଇ ଏକ ବଡ଼ ବିତର୍କ ଚାଲିଛି । ସ୍ୱାସ୍ଥ୍ୟଗତ କାରଣରୁ ସେ ଆତ୍ମସମର୍ପଣ କରିବେ ବୋଲି ମଧ୍ୟ ରିପୋର୍ଟ ଆସିଥିଲା । ତାଙ୍କ ଝିଅ କେଶା ଓରଫ ଜିନ୍ନି ଚଳିତ ବର୍ଷ ଫେବୃଆରୀରେ ୱାରାଙ୍ଗଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories