www.samajalive.in
Wednesday, December 10, 2025
23.1 C
Bhubaneswar

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ ମାଓବାଦ ବିରୋଧରେ ଦୁଇଟି ବଡ ଏନକାଉଣ୍ଟର ହୋଇଛି । ଏଥିରେ ମାଓନେତା ହିଡମା ଓ ତା’ର ସ୍ତ୍ରୀ ପ୍ରାଣ ହରାଇଛନ୍ତି । ହିଡମା ମୁଣ୍ଡ ଉପରେ ଛତିଶଗଡ ସରକାର ଏକ କୋଟି ଟଙ୍କା ଓ ପତ୍ନୀ ରାଜେ ଉପରେ ୫୦ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଘୋଷଣା କରିଥିଲେ । ତେବେ ଏହାରି ଭିତରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କିଏ ଏହି ହିଡମା ? କାହିଁକି ହିଡମାକୁ ଧରିବାକୁ ଏକ କୋଟି ଟଙ୍କା ଘୋଷଣା କରିଥିଲେ ସରକାର ?

    ଜାଣନ୍ତୁ କିଏ ଏହି ହିଡମା : ହିଡମା ଛତିଶଗଡ଼ର ସୁକମା ଜିଲ୍ଲାର ପୁନାର୍ଥି ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ମାଦଭି ହିଡମା ଓରଫ ସନ୍ତୋଷ । ସେ ୨୫ ବର୍ଷ ପୂର୍ବେ ମାଓବାଦ ରେ ଯୋଗଦେଇ ଆତ୍ମଗୋପନ କରିଥିଲେ । ସେ ବସ୍ତର ଏବଂ ଦାନ୍ତେୱାଡା ଅଞ୍ଚଳ ମାଓ ବାହିନୀର ଜଣେ ପ୍ରମୁଖ ସଦସ୍ୟ ହୋଇଥିଲେ । ସେ ଯୁବ ବୟସରେ ମାଓବାଦୀ କେନ୍ଦ୍ରୀୟ କମିଟିର ସଦସ୍ୟ ହୋଇଥିଲେ । ଗରିଲା ଆକ୍ରମଣର ରଣନୀତିକାର ଭାବରେ ଜଣାଶୁଣା ଥିଲେ । ହିଡମା ପିପୁଲ୍ସ ଲିବରେସନ ଗରିଲା ଆର୍ମି (PLGA)ର ପ୍ଲାଟୁନ-୧ କମାଣ୍ଡର ଭାବରେ କାର୍ଯ୍ୟ କରିଥିଲେ। ତାଙ୍କୁ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟ ମଧ୍ୟ କରାଯାଇଥିଲା। ସେ ମାଲ୍ଲା ଏବଂ ନିଶାଦ ସମ୍ପ୍ରଦାୟର ଶହ ଶହ ଲୋକଙ୍କୁ ମାଓବାଦୀ ଦଳରେ ନିଯୁକ୍ତି ଦେଇଥିଲେ । ସେମାନଙ୍କୁ ସଶସ୍ତ୍ର ତାଲିମ ଦିଆଯାଇଥିଲା ଏବଂ ପିଏଲଜିଏ ରେ ସାମିଲ କରାଯାଇଥିଲା, ଯାହା ମାଓ ସେନାକୁ ଏକ ଅଭେଦ୍ୟ ସେନା କରିଥିଲା । ପୋଲିସ ସୂତ୍ର ଅନୁଯାୟୀ, ପୂର୍ବରୁ ହିଡମାଙ୍କ ନେତୃତ୍ୱରେ ସୁରକ୍ଷା ବାହିନୀ ଉପରେ ଅନେକ ଆକ୍ରମଣ କରାଯାଇଥିଲା । ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ହିଡମା ଅନେକ ଥର ପୋଲିସଠାରୁ ଖସି ପଳାଇଛି। ଶୀର୍ଷ ନେତା ସୋନୁ ଏବଂ ଆଶାନା ଏବଂ ଶହ ଶହ ମାଓବାଦୀଙ୍କ ଆତ୍ମସମର୍ପଣ ପରେ, ହିଡମାଙ୍କ ଆତ୍ମସମର୍ପଣକୁ ନେଇ ଏକ ବଡ଼ ବିତର୍କ ଚାଲିଛି । ସ୍ୱାସ୍ଥ୍ୟଗତ କାରଣରୁ ସେ ଆତ୍ମସମର୍ପଣ କରିବେ ବୋଲି ମଧ୍ୟ ରିପୋର୍ଟ ଆସିଥିଲା । ତାଙ୍କ ଝିଅ କେଶା ଓରଫ ଜିନ୍ନି ଚଳିତ ବର୍ଷ ଫେବୃଆରୀରେ ୱାରାଙ୍ଗଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories