ଭିମସାରର ହ୍ୱାଇଟ ଫଙ୍ଗସ ରୋଗୀ, ପରୀକ୍ଷା ପରେ ଜଣାପଡ଼ିବ କହିଲେ ଅଧିକ୍ଷକ
ବୁର୍ଲା: ବୁର୍ଲା ଭିମସାର ହସପିଟାଲ ବର୍ତ୍ତମାନର କରୋନା ସଂକ୍ରମିତଙ୍କ ଚିକିତ୍ସା ବ୍ୟବସ୍ତା ମଧ୍ୟରେ ଘାଣ୍ଟଚକଟି ହେଉଥିବା ବେଳେ ଭିମସାର ମଧ୍ୟରେ ବିଭିନ୍ନ ବିଭାଗ ମଧ୍ୟରୁ କରୋନା ସଂକ୍ରମିତ ବାହାରିବା ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଭିମସାର ଧିରେ ଧିରେ କୋଭିଡ଼ ହସପିଟାଲରେ ରୁପାନ୍ତରିତ ହେବାକୁ ବସିଲାଣି। ଏପରିକି କେତେକ ବରିଷ୍ଠ ଡ଼ାକ୍ତର ମଧ୍ୟ କରୋନା ସଂକ୍ରମିତ ହୋଇଥିବା ତାଙ୍କ ଅବସ୍ଥା ଉଦବେଗଜନକ ସ୍ତିତିକୁ ଚାଲିଯିବା ଅନେକ ଦିନ ଚିକିତ୍ସାଧିନ ରହିବା ପରେ ପୁଣି କରୋନାରେ ବହୁ କଷ୍ଟରେ ମୁକ୍ତି ପାଇବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ। ଏଭଳିକି ବର୍ତ୍ତମାନ ସୁଦ୍ଧା କେତେକଙ୍କ ଅବସ୍ଥା ଉଦବେଗଜନକ ରହିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ।
ସେପଟେ ବର୍ତ୍ତମାନ ଉଭୟ ସାଧାରଣ ରୋଗୀ, ଡ଼ାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମଣ ବଳୟରେ ଦୋଳାୟମାନ ସ୍ତିତି ମଧ୍ୟରେ ରହିଛନ୍ତି। ଶହ ଶହ କୋଭିଡ଼ ରୋଗୀଙ୍କୁ ମୃତ୍ୟୁର ମାତ୍ରା ମଧ୍ୟ କିଛି କମ ନୁହେଁ। ପୁଣି ଏକ ବିପଦ କରୋନାରେ ପିଡ଼ିତ ହେବା ପରେ ରୋଗୀ ବ୍ଲାକ ଫଙ୍ଗସ ରୋଗରେ ସଂକ୍ରମିତ ହେବା ପ୍ରକ୍ରିୟା ବିଭିନ୍ନ ମହଲରେ କୋକୁଆ ଭୟ ସୃଷ୍ଟି କରିଛି। ଏପରିକି ଗତକାଲି ଭିମସାରରେ ଜଣେ ବରଗଡ଼ ଜିଲ୍ଲା ବରପାଲିର ଜଣେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ଏବଂ ସେ ପୁଣି ଗୁଜୁରାଟରୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଆଟେଣ୍ଡାଣ୍ଟ ମାନଙ୍କ ଠାରୁ ପୁଷ୍ଟି ହୋଇଥିଲା। ଏହାପରେ ସେ ବ୍ଲାକ ଫଙ୍ଗସ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।
ପୁଣି ଆଜି ହ୍ୱାଇଟ ଫଙ୍ଗସ ରୋଗୀ ତିନିଜଣ ଚିହ୍ନଟ ହୋଇଥିବା ବେଳେ ପୁଣି ଏକ ବ୍ଲାକ ଫଙ୍ଗସ ରୋଗୀ ଭିମସାରକୁ ଆସିଥିବା ନେଇ ଚର୍ଚ୍ଚା ଯୋର ଧରିଥିଲା। ବୁର୍ଲା ଦ୍ୱିତୀୟ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଥିଲା। ତେବେ ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ରୋଗୀଙ୍କ ଜିଭରେ ଏକ ଧଳା ରଙ୍ଗର ଏକ ସ୍ତର ସୃଷ୍ଟି ହୋଇଥିବା ଏକ ଫଟୋ ମଧ୍ୟ ଭାଇରାଲ ହୋଇଛି। ତେବେ ଏହାକୁ ହ୍ୱାଇଟ ଫଙ୍ଗସ ବୋଲି ଆଜି ଚର୍ଚ୍ଚା ହେଉଥିଲା। ତେବେ ଏହାକୁ ନେଇ ଭିମସାର ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କୁ ଯୋଗାଯୋଗ କରାଯିବାରୁ ସେ ଏହାକୁ ନେଇ ତାଙ୍କ ପାଖରେ କୌଣସି ସ୍ପଷ୍ଟ ସୂଚନା ରହି ନ ଥିବା କହିଥିଲେ। ସେ ଏହାମଧ୍ୟ କହିଥିଲେ ଯଦି ଏଭଳି କୌଣସି ଖବର ଆସେ ତେବେ ତାଙ୍କର ପରିକ୍ଷା କରିବା ପରେ ଜଣାପଡିବ ବୋଲି କହିଥିଲେ।
ଏଥିସହିତ ଦ୍ୱତୀୟ କୋଭିଡ ହସ୍ପିଟାଲରେ ଜିଭ ଧଳା ହୋଇ ଭର୍ତି ହୋଇଥିବା ରୋଗି ବିଷୟରେ ଜଣେ ଡାକ୍ତର ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ତେବେ ଏହା ହ୍ୱାଇଟ୍ ଫଙ୍ଗସ ନୁହେଁ ଏହା କାଣ୍ଡିଡିଆସିସ ରୋଗ ବୋଲି ପ୍ରାଥମିକ ଚିକିତ୍ସାରୁ ଜଣାପଡୁଛି। ଏହି ରୋଗ ମଣିଷ ଶରୀରରେ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହେଲେ ଏହି ରୋଗ ଦେଖାଯାଏ ବୋଲି ପ୍ରଫେସର ନାୟକ ସ୍ପଷ୍ଟ କରିଛନ୍ତି। ତେବେ ଏହି ବ୍ଲାକ ଫଙ୍ଗସ ମଧ୍ୟ ଏହିଭଳି ଭାବରେ କୌଣସି ରୋଗୀର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହେଲେ ଏହା ରୋଗୀଙ୍କୁ ଆକ୍ରାନ୍ତ କରିଥାଏ ବୋଲି ବିଶେଷଜ୍ଞଙ୍କୁ ସୁତ୍ରରୁ ପ୍ରକାଶ। ତେବେ ଭିମସାରର କୋଭିଡ଼ ଚିକିତ୍ସାରେ ଆନୁଷାଙ୍ଗିକ ଅବ୍ୟବସ୍ତାକୁ ବର୍ତ୍ତମାନ ସୁଦ୍ଧା ସୁଧୁରାଯାଇ ପାରି ନ ଥିବା ବେଳେ ପୁଣି ଚିକିତ୍ସକଙ୍କ ଏକ ନୁତନ ଆହ୍ୱାନ ପୁଣି ଏହି ରୋଗ ରୁପରେ ଦଣ୍ଡାୟମାନ ଯାହାକି ଭିମସାରର ଚିକିତ୍ସା ବ୍ୟବସ୍ତାକୁ ଚିନ୍ତାର ପରିସର ମଧ୍ୟରେ ରଖିଛି।
Comments are closed.