www.samajalive.in
Friday, December 12, 2025
15.1 C
Bhubaneswar

ହ୍ବାଟ୍ସଆପ୍‌ ବ୍ୟବହାରକାରୀ ସାବଧାନ !

ନୂଆଦିଲ୍ଲୀ : ମେସେଜିଂ ପାଇଁ ଅଧିକାଂଶ ଲୋକ ହ୍ୱାଟ୍ସଆପ୍‌ର ବ୍ୟବହାର କରିଥାନ୍ତି; ହେଲେ ହ୍ୟାକ୍‌ର୍ସମାନେ ଏହାର ଫାଇଦା ଉଠାଉଥିବା ଦେଖାଯାଉଛି। ଲୋକମାନଙ୍କୁ ସହଜ ଓ ସରଳ ନିଶାଣ କରୁଛନ୍ତି ଏମାନେ। ସେମାନଙ୍କ ବ୍ୟାଙ୍କ ଖାତାରୁ ହ୍ୟାକ୍‌ର୍ସମାନେ ଟଙ୍କା ଗାଏବ କରୁଥିବା ଜଣାପଡ଼ିଛି। ଏଥିପାଇଁ ସେମାନେ QR Codeର ବ୍ୟବହାର କରୁଛନ୍ତି। ଏହା ମାଧ୍ୟମରେ ଠକମାନେ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ଟଙ୍କା ସବୁ ଖାଲି କରି ନେଉଛନ୍ତି। ଅନ୍‌ଲାଇନ୍‌ ଡୋମେନ୍‌ରେ ବିଜ୍ଞାପନ ପୋଷ୍ଟ କରିଥିବା ଲୋକମାନଙ୍କୁ ଏହି ଠକମାନେ ବେଶୀ ଟାର୍ଗେଟ୍‌ କରୁଛନ୍ତି। ସାଇବର ଅପରାଧ ବିଶେଷଜ୍ଞଙ୍କ ମତରେ, ପ୍ରଥମେ ଠକମାନେ ୟୁଜରଙ୍କୁ କିଛି ଲୋଭ ବା ଲଟେରୀ ସମ୍ପର୍କିତ ମେସେଜ୍‌ ପଠାଇଥାନ୍ତି। ଯଦି ୟୁଜର ଏହାର ଉତ୍ତର ଦିଅନ୍ତି, ତେବେ ଟଙ୍କା ପାଇବା ପାଇଁ ଠକମାନେ ଏକ QR Code ହ୍ୱାଟ୍ସଆପ୍‌କୁ ପଠାଇଥାନ୍ତି। ଏହାପରେ ଏହି କୋଡ୍‌କୁ ସ୍କାନ୍‌ କରିବା ପାଇଁ କହିଥାନ୍ତି। ୟୁଜର ଏହି QR Codeକୁ ସ୍କାନ୍‌ କରିବା ପରେ ଆକାଉଣ୍ଟରୁ ଟଙ୍କା କଟି ଯାଇଥାଏ। ସୂଚନାଯୋଗ୍ୟ, ଆମ ଜାଣତରେ କୌଣସି ବିଲ୍‌ କିମ୍ବା ମଲ୍‌ରେ ଟଙ୍କା ପେମେଣ୍ଟ୍‌ କରିବା ପାଇଁ ନିର୍ଦ୍ଧିଷ୍ଟ ଆପ୍ସ ଲାଗି QR Codeକୁ ସ୍କାନ୍‌ କରାଯାଇଥାଏ। ଟଙ୍କା ପାଇବା ପାଇଁ ଏହାକୁ ସ୍କାନ୍‌ କରାଯାଇ ନ ଥାଏ। ଅନେକ ଲୋକ ଏହା ନ ଜାଣି ହ୍ୟକର୍ସ ପଠାଉଥିବା ଉକ୍ତ QR Codeକୁ ସ୍କାନ୍‌ କରି ଦେବା ଫଳରେ ଏହି ସମସ୍ୟା ସୃଷ୍ଟି ହୋଇଥାଏ।
ବିଶେଷଜ୍ଞଙ୍କ ମତରେ, ଠକମାନେ ଏମିତି ବି କରିଥାନ୍ତି ସେମାନଙ୍କର QR Codeକୁ କୌଣସି ଭେଣ୍ଡର୍‌ଙ୍କ QR Codeରେ ପେଷ୍ଟ୍‌ କରି ଦେଇଥାନ୍ତି। ଫଳରେ ଲୋକମାନେ ଯେଉଁ ପେମେଣ୍ଟ୍‌ କରିଥାନ୍ତି ଏହି ଟଙ୍କା
ଭେଣ୍ଡରଙ୍କ ପାଖକୁ ନ ଯାଇ ସେମାନଙ୍କ(ଠକମାନଙ୍କ) ନିକଟକୁ ଚାଲି ଯାଇଥାଏ। ଖାଲି ଏତିକି ନୁହେଁ, ଠକମାନେ ଲୋକଙ୍କ ନିକଟରୁ ଟଙ୍କା ଲୁଟିବା ପାଇଁ ଆହୁରି ଅନେକ ପନ୍ଥା ଆପଣାଇଥାନ୍ତି। ସାଇବର ଅପରାଧ ବିଶେଷଜ୍ଞଙ୍କ କହିବା କଥା ହେଉଛି, ଏହି ଠକମାନେ କୌଣସି କାର୍‌ ପାର୍କିଂ ଏରିଆକୁ ଆସି ଲୋକଙ୍କୁ କହିଥାନ୍ତି ସେମାନଙ୍କ ଫୋନ୍‌ କାମ କରୁନାହିଁ ଓ ଇଣ୍ଟରନେଟ୍‌ ବନ୍ଦ ହୋଇଯାଇଛି। QR Code ମାଧ୍ୟମରେ ପେମେଣ୍ଟ୍‌ କରି ଦିଅନ୍ତୁ ଓ ସଙ୍ଗେସଙ୍ଗେ କ୍ୟାସ୍‌ ଦେଇ ଦେବେ ବୋଲି ସେମାନେ କହିଥାନ୍ତି। ଯଦି କୌଣସି ବ୍ୟକ୍ତି ସେମାନଙ୍କ ଏଭଳି କଥାରେ ଆସି ଏମିତି କରୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଫୋନ୍‌ରେ Malware ଆଟାକ୍‌ କରିଥାଏ। ଏସବୁ ବ୍ୟତୀତ ଅନ୍‌ଲାଇନ୍‌ ମାଧ୍ୟମରେ ମଧ୍ୟ ଏଭଳି ଠକେଇ କରାଯାଉଛି। ଏଭଳି ଠକେଇ ଅଭିଯୋଗ ସାମ୍ନାକୁ ଆସିବା ପରେ ବିଭିନ୍ନ ବ୍ୟାଙ୍କ ଓ ଟେଲିଫୋନ୍ ସେବା ପ୍ରଦାନକାରୀ କମ୍ପାନୀ ତରଫରୁ ଗ୍ରାହକ ସଚେତନତା ଲାଗି ଏକାଧିକ ସତର୍କତା ଓ ପରାମର୍ଶଭିତ୍ତିକ ସୂଚନା ଓ ବାର୍ତ୍ତା ପ୍ରଦାନ କରାଯାଉଛି। ଏଭଳି ଠକଙ୍କ ଠକାମିର ଶିକାର ହେବାପୂର୍ବରୁ ଆପଣଙ୍କୁ ଏଥିପାଇଁ ସଜାଗ ହେବାକୁ ପଡ଼ିବ। ଭୁଲ୍‌ରେ ବି ହ୍ୱାଟ୍ସଆପ୍‌କୁ ଆସୁଥିବା କୌଣସି QR Code ସ୍କାନ୍‌ କରନ୍ତୁ ନାହିଁ। ଯଦି ଆପଣ ପେମେଣ୍ଟ୍‌ ପାଇଁ QR Code ସ୍କାନ୍‌ କରୁଛନ୍ତି, ତା’ହେଲେ ଅତ୍ୟନ୍ତ ସତର୍କତାର ସହ ଏହାକୁ ସ୍କାନ୍‌ କରିବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories