ହ୍ୱାଟସ୍‌ ଆପ୍‌ରେ ଆସିବ ଏହି ନୂଆ ଫିଚର୍‌

0

ଫେକ୍‌ ନ୍ୟୁଜ୍‌ ବା ମିଛ ଖବର ରୋକିବା ପାଇଁ ହ୍ୱାଟସ୍‌ଆପ୍‌ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଏବେ ଏକ ସନ୍ଦେଶ ବା ମେସେଜ୍‌କୁ ଫରଓ୍ୱାର୍ଡ କଲେ ଏଥିରେ ଫରଓ୍ୱାର୍ଡ ଲେବଲ୍‌ ରହିବ । ପିଲାଚୋରୀର ମିଛ ଗୁଜବ ହ୍ୱାଟସ୍‌ଆପ୍‌ରେ ପ୍ରଚାରିତ ହେବା ପରେ , ମିଛ ଖବରକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ହ୍ୱାଟସ୍‌ଆପ୍‌କୁ ନିର୍ଦେଶ ଦିଆଯାଇଥିଲା । ଏହାକୁ  କିଛି ମାତ୍ରାରେ ନିୟନ୍ତ୍ରଣ କରିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାର ହ୍ୱାଟସ୍‌ଆପ୍‌କୁ କହିଥିଲେ । ଏହାପରେ ହ୍ୱାଟସ୍‌ଆପ୍‌ ଏହି ପଦକ୍ଷେପ ଗ୍ରହଣ କରିଛି ।

ମିଛ ଖବରକୁ ରୋକିବା ପାଇଁ ହ୍ୱାଟସ୍‌ଆପ୍‌ ବିଭିନ୍ନ ଖବର କାଗଜରେ ବିଜ୍ଞାପନ ପ୍ରକାଶିତ କରିଥିଲା । ଏହାସହ ଆସିଥିବା ଖବରଟି ପ୍ରେରଣ କରିଥିବା ବ୍ୟକ୍ତିଙ୍କର ନା ଆଉ ଏକ ଖବରକୁ ସେ ଫରଓ୍ୱାର୍ଡ କରିଛନ୍ତି  ସେ ବିଷୟରେ ଏଥିରୁ ଜାଣି ହେବ ।

Leave A Reply