ହ୍ୱାଟସ୍‌ ଆପରେ ପ୍ରୋଫାଇଲ ଛବି ବେଶୀ ବଦଳାନ୍ତି ବ୍ୟବହାରକାରୀ

0

୨୦୦୯ ଜାନୁଆରୀରେ ହ୍ବାଟସ୍ ଆପ୍ ସୋସିଆଲ୍ ସାଇଟ୍ ପ୍ରତିଷ୍ଠିତ ହୋଇଥିଲା। ଇତିମଧ୍ୟରେ ୯ ବର୍ଷ ଅତିବାହିତ ହେବା ସହ ଏହାର ଗ୍ରାହକ ସଂଖ୍ୟା ୫୦୦ ମିଲିୟନ୍‌ରୁ ଅଧିକ ହୋଇଛି। ଦୈନିକ ହ୍ବାଟସ୍ ଆପ୍ ଜରିଆରେ ବିଶ୍ବସ୍ତରରେ ୭୦୦ ମିଲିୟନ୍ ଫ​‌ଟୋ, ୧୦୦ ମିଲିୟନ୍ ଭିଡିଓ, ୧୦ ବିଲିୟନ୍ ବାର୍ତ୍ତା ଆଦାନ-ପ୍ରଦାନ ହୋଇଥାଏ। ଆମେରିକାର କାଲିଫର୍ଣ୍ଣିଆରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଅଛି। ଜାନ୍ କୋମ୍ ଓ ବ୍ରିଆନ୍ ଆକ୍ଟନ୍ ଏହାର ପ୍ରତିଷ୍ଠାତା। ଏକ ସାକ୍ଷାତକାର୍‌ରେ ଜାନ୍ କହିଛନ୍ତି, ଏତେ ସଂଖ୍ୟକ ଲୋକେ ଏହି ସୋସିଆଲ ସାଇଟ୍‌ରେ ସକ୍ରିୟ ରହିବା ତାଙ୍କ ପାଇଁ କୌଣସି ଚମତ୍କାରଠାରୁ କମ୍ ନୁହେଁ। ମାତ୍ର ୫୦ଜଣ କର୍ମଚାରୀଙ୍କୁ ନେଇ କାମ କରୁଥିବା ଜାନ୍‌ କିଛି ମାସ ତଳେ ଏକ ସର୍ବେକ୍ଷଣ କରିଥିଲେ। ଯୁବପୀଢ଼ିଙ୍କ ତୁଳନାରେ ବୟସ୍କମାନେ ,ଥିରେ ଅଧିକ ସକ୍ରିୟ ବୋଲି ଏହା ଦ୍ବାରା ଜଣାପଡ଼ିଥିଲା। ହ୍ବାଟ୍‌ସ୍ ଆପ୍ ବ୍ୟବହାରକାରୀଙ୍କ ମଧ୍ୟରୁ ସଂଖ୍ୟାଧିକ କହିଥିଲେ ନିୟମିତ ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କରିବା ସେମାନଙ୍କର ଖୁବ୍ ପସନ୍ଦ। ଜଣେ ଯଦି ସୁନ୍ଦର ଫଟୋଟିଏ ଅପଲୋଡ କରେ, ତା’ ସହ ଅନ୍ୟମାନେ ମଧ୍ୟ ପ୍ରତିଯୋଗିତା କରି ତୁରନ୍ତ ଫଟୋ ଅପଲୋଡ କରନ୍ତି। ହ୍ବାଟସ୍ ଆପ୍ ବ୍ୟବହାରରେ ଶୀର୍ଷରେ ଇଉରୋପ ଥିବାବେଳେ ଅନ୍ୟ ସ୍ଥାନରେ ବ୍ରାଜିଲ୍, ଫ୍ରାନ୍ସ, ବ୍ରିଟେନ୍ ଓ ଭାରତ ଅଛନ୍ତି। ପ୍ରତି ମାସରେ ହ୍ବାଟସ୍ ଆପ୍‌ରେ ୨୫ ମିଲିୟନ୍ ନୂତନ ବ୍ୟବହାରୀକାରୀଙ୍କ ସଂଖ୍ୟା ବଢ଼ୁଛି। ମେ, ୨୦୧୭ର ତଥ୍ୟ ଅନୁସାରେ, ଜଣେ ବ୍ୟକ୍ତି ଦିନକୁ ୨-୩ ଘଣ୍ଟା ହ୍ବାଟସ୍ ଆପ୍‌ରେ ସମୟ ଅତିବାହିତ କରୁଛି।

Leave A Reply