www.samajalive.in
Monday, December 15, 2025
27.1 C
Bhubaneswar

‘ଫୋନ୍‍ ପେ’ରେ ଅନଲାଇନ ଠକେଇ: ପ୍ରଥମେ କ’ଣ କରିବେ

ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ସମୟରେ କିଛି ସେକେଣ୍ଡରେ ହିଁ ଅପାଣଙ୍କ ପଇସା ଆକାଉଣ୍ଟରୁ ଗାଏବ ହୋଇଯାଉଛି  । ଅନଲାଇନ ଠକେଇର ଶିକାର ପ୍ରାୟତଃ ସମସ୍ତେ ଫଶୁଥିବା  ଜଣାପଡୁଛି । ଯଦି ଆପଣ ଅନଲାଇନ ଠକେଇର ଶିକାର ହେଉଛନ୍ତି ତେବେ ପ୍ରଥମେ କଣ କରିବେ, ଏବଂ କେଉଁଠି ଅଭିଯୋଗ କରିବେ ଜାଣିଛନ୍ତି କି । ଚାଲନ୍ତୁ  ଜାଣିବା ।
ଅନଲାଇନ ଠକେଇ ହେବ ଏବେ ସାଧାରଣ ହୋଇଗଲାଣି ।  ଯଦି ଆପଣଙ୍କ ସହିତ ଠକେଇ ହେଉଛି ତେବେ ତିନୋଟି ସ୍ଥାନରେ ଅଭିଯୋଗ କରିପାରିବେ । ପ୍ରଥମତଃ ଆପଣଙ୍କର ଯେଉଁ ବ୍ୟାଙ୍କରୁ ପଇସା କଟିଛି ସେଠାରେ ଯାଇ ଅଭିଯୋଗ କରନ୍ତୁ । ଦ୍ୱିତୀୟରେ ଯେଉଁ ଆପ୍ଲିକେସନରେ ଟଙ୍କା କଟିଛି ସେଠାରେ କରିବେ ଏବଂ ତୃତୀୟରେ ୧୯୩୦ କିମ୍ବା ନିକଟସ୍ଥ ପୁଲିସ ଥାନାରେ ଯାଇ ଅଭିଯୋଗ କରିପାରିବେ ।
ଫୋନ୍‍ ପେ ପ୍ରଥମେ ଗ୍ରାହକଙ୍କ ସୁରକ୍ଷାକୁ ବେଶ ଗୁରୁତ୍ୱ ଦେଇଆସିଛି । ଅନଲାଇନ ଠକେଇ ରୋକିବା ପାଇଁ ଫୋନ୍‍ ପେ ବ୍ୟାଙ୍କ ଓ ସାଇବର ସେଲ୍‍ ସହିତ ଯୋଗାଯୋଗରେ ରହିଥାନ୍ତି । ଦେଶର ପ୍ରଥମ ସାଇବର ପୋର୍ଟାଲ ମଧ୍ୟ କରିଛି ଫୋନ୍‍ ପେ । ୨୪ଘଣ୍ଟିଆ ସୁବିଧା ଯୋଗାଇ ଦେବାକୁ ଏହା ଖୋଲା ଯାଇଛି । ଯଦି କୌଣସି ଅନଲାଇନ୍‍ ଠକେଇ ହେଉଛି ତେବେ କିଛି ମିିନିଟରେ ହିଁ ଏହା ସମସ୍ତ ତଥ୍ୟ ଦେଇପାରିବ । ଯେତେବେଳେ କୌଣସି ଗ୍ରାହକଙ୍କ ପକ୍ଷରୁ ଠକେଇ ନେଇ ଅଭିଯୋଗ ଆସିଥାଏ, ତେବେ ପ୍ରଥମେ କେଉଁ ପ୍ରକାର ନେଣଦେଣ ହୋଇଛି, କେଉଁଠିକୁ ହୋଇଛି ତାହାର ଯାଞ୍ଚ କରାଯାଏ । ଯେଉଁଠାରେ ରୋକାଯାଇ ପାରିବ ଫୋନ୍‍ ପେ ତାହାକୁ ଅଟକାଇବା ସହ ଗ୍ରାହକଙ୍କୁ ସଠିକ୍‍ ପରାମର୍ଶ ଦେଇଥାଏ ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories