ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୩୦ ଅଗଷ୍ଟରେ ବୁଧ କର୍କଟ ରାଶିରୁ ସିଂହ ରାଶିରେ ପ୍ରବେଶ କରିବେ । ସିଂହ ରାଶିଙ୍କ ସ୍ୱାମୀ ସୂର୍ଯ୍ୟଦେବତା । ବୁଧଙ୍କୁ ବୁଦ୍ଧି, ବ୍ୟବସାୟର କାରକ ବୋଲି କୁହାଯାଏ । ଏହାସହ ବୁଧ ଗ୍ରହ ସମସ୍ତ ଗ୍ରହଙ୍କ ରାଜକୁମାର ବୋଲି ମଧ୍ୟ କୁହାଯାଏ । ୩୦ ଅଗଷ୍ଟରେ ବୁଧ ଗ୍ରହ ସିଂହ ରାଶିରେ ପ୍ରବେଶ କରିବା ପରେ ସୂର୍ଯ୍ୟଙ୍କ ସହ ଏକାଠି ହେବେ । ଏହାଦ୍ୱାରା ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେବ । ତେବେ ବୁଧଙ୍କ ଏହି ଚଳନ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ ପରିବର୍ତ୍ତନ ହେବ ।
ବୃଷ- ଚାକିରିରେ ଉନ୍ନତି ସହ ବ୍ୟବସାୟରେ ବଡ ଲାଭ ହେବ । ଟଙ୍କାର ରୋଜଗାରର ନୂଆ ନୂଆ ସୁଯୋଗ ମିଳିବ । ଭାଗ୍ୟର ସାଥ୍ ମିଳିବ ।
କର୍କଟ- ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ଖର୍ଚ୍ଚରେ ନିୟନ୍ତ୍ରଣ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆୟରେ ବୃଦ୍ଧି ହେବ । ଟଙ୍କା ରୋଜଗାର କରିବା ପାଇଁ ରାସ୍ତା ଖୋଲିବ । ଭାଗ୍ୟଶାଳୀ ହେବେ ।
ତୁଳା- କର୍ମକ୍ଷେତ୍ରରେ ବଡ ଲାଭ ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଚିନ୍ତା ଦୂର ହେବ ।
ଦୁଃଖଦ, ହୃଦୟବିଦାରକ.. ଏଥିପାଇଁ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ଆତ୍ମହତ୍ୟା କଲେ ପତି-ପତ୍ନୀ



