www.samajalive.in
Saturday, December 6, 2025
19.1 C
Bhubaneswar

ଦୁଃଖଦ, ହୃଦୟବିଦାରକ.. ଏଥିପାଇଁ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ଆତ୍ମହତ୍ୟା କଲେ ପତି-ପତ୍ନୀ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଶାହଜହାଁପୁରରେ କୁନି ଶିଶୁକୁ ହତ୍ୟା ପରେ ଆତ୍ମହତ୍ୟାର ଏକ ଘଟଣା ହଇଚଇ ସୃଷ୍ଟି କରିଛି । କରଜରେ ବୁଡି ରହିଥିବା ଜଣେ ବ୍ୟବସାୟୀ ଓ ତାଙ୍କ ପତ୍ନୀ ଏଭଳି ଚରମ ପଦକ୍ଷେପ ନେଇଛନ୍ତି । ପତି-ପତ୍ନୀ ପ୍ରଥମେ ନିଜ ୩ ବର୍ଷର କୁନି ଶିଶୁ ପୁତ୍ରକୁ ବିଷ ଦେଇ ହତ୍ୟା କରିବା ପରେ ଉଭୟ ଫାଶୀ ଦେଇ ଜୀବନ ହାରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ୩୩ ପୃଷ୍ଠା ବିଶିଷ୍ଟ ସୁଇସାଇଡ୍‌ ନୋଟ୍‌ ଜବତ କରିଛନ୍ତି । ଏହାକୁ ଆଧାର କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଏଭଳି ଏକ ଦୁଃଖଦ, ଅଭାବନୀୟ, ହୃଦୟବିଦାରକ ଘଟଣା ରୋଜା କ୍ଷେତ୍ରର ଦୁର୍ଗା ଏନକ୍ଲେବ କଲୋନୀର ବୋଲି ଜଣାପଡିଛି । କଲୋନୀରେ ରହୁଥିବା ବ୍ୟବସାୟୀ ସଚିନ୍‌ ଗ୍ରୋବର ନିଜ ପତ୍ନୀ ଶିବାଙ୍ଗୀ ଓ ୩ ବର୍ଷର ଶିଶୁପୁତ୍ର ସହ ରହୁଥିଲେ । ସଚିନ୍‌ଙ୍କ ଉପରେ ବ୍ୟବସାୟକୁ ନେଇ ୫୦ ଲକ୍ଷ ଟଙ୍କାର କରଜ ଥିଲା । ଏଥିପାଇଁ ସେ ଖୁବ୍‌ ଚିନ୍ତିତ ମଧ୍ୟ ଥିଲେ । ଏଥିପାଇଁ ୩ ବର୍ଷର ଶିଶୁକୁ ବିଷ ଦେଇ ମାରିବା ପରେ ଉଭୟ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ସକାଳେ ପରିବାର ଲୋକେ ପତି-ପତ୍ନୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଓ ଶିଶୁର ଶରୀର ଖଟ ଉପରେ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଲାଗୁ ହେଲା ନୂଆ ଶୁଳ୍କ ; କ’ଣ ପଡିବ ପ୍ରଭାବ..

ବଡ ଖୁସି ନେଇ ଆସୁଛି ସେପ୍ଟେମ୍ବର : ଏହି ରାଶି ହେବେ ହଠାତ୍‌ ଧନୀ..

- Advertisement -

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories