www.samajalive.in
Monday, December 15, 2025
24.1 C
Bhubaneswar

ଜିନପିଙ୍ଗଙ୍କ ସହ ଆଲୋଚନା ବେଳେ କ’ଣ କହିଲେ ମୋଦୀ ?

ସମାଜ ଡିଜିଟାଲ ଡେସ୍କ: ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ରବିବାର ଦ୍ଵିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ପ୍ରାୟ ୪୦ ମିନିଟରୁ ଅଧିକ ସମୟ ଧରି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିଲା। ଏହି ଅବସରରେ ମୋଦୀ ଏବଂ ଜିନପିଙ୍ଗ ଦୁଇ ଦେଶର ସୀମା ବିବାଦ ଏବଂ ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ମିଳିଛି।

ଦ୍ଵିପାକ୍ଷିକ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏସସିଓ ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରୁଥିବାରୁ ଜିନପିଙ୍ଗଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହା ସହିତ ତାଙ୍କୁ ସମ୍ମିଳନୀରେ ଯୋଗଦେବାକୁ ଚୀନ ଆମନ୍ତ୍ରଣ କରିଥିବାରୁ ଧନ୍ୟବାଦ ଜଣାଇଥିଲେ।

- Advertisement -

ମୋଦୀ କହିଥିଲେ, ସୀମା ବିବାଦର ସମାଧାନ ଲାଗି ଆମ ସ୍ଵତନ୍ତ୍ର ପ୍ରତିନିଧିମାନଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି। କୈଳାସ ମାନସରୋବର ଯାତ୍ରା ଆରମ୍ଭ ହୋଇଛି। ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଦୁଇ ଦେଶ ୨୮୦ କୋଟି ଜନତାଙ୍କର ସ୍ଵାର୍ଥ ପରସ୍ପର ମଧ୍ୟରେ ସହଯୋଗ ଉପରେ ଆଧାରିତ। ଏହା ସମଗ୍ର ମାନବ ଜାତିର ମଙ୍ଗଳ ପାଇଁ ବାଟ ଦେଖାଇବ। ପରସ୍ପର ମଧ୍ୟରେ ଆସ୍ଥା, ସମ୍ମାନ ଏବଂ ସମ୍ବେଦନଶୀଳତା ଆଧାରରେ ଆମେ ଦୁଇ ଦେଶର ସମ୍ପର୍କକୁ ଆଗକୁ ନେବା ଲାଗି ପ୍ରତିବଦ୍ଧ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଗତବର୍ଷ କାଜାନରେ ଆମ ମଧ୍ୟ ହୋଇଥିବା ଆଲୋଚନା ଫଳପ୍ରଦ ହୋଇଥିଲା, ଯାହା ଆମ ସମ୍ପର୍କ ପାଇଁ ଏକ ସକାରାତ୍ମକ ଦିଗ ସୃଷ୍ଟି କରିଥିଲା। ସୀମାରେ ସୈନ୍ୟ ପ୍ରତ୍ୟାହାର ପରେ ଶାନ୍ତି ଏବଂ ସ୍ଥିରତାର ବାତାବରଣ ସୃଷ୍ଟି ହୋଇଛି।

ଆଲୋଚନା ନେଇ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରିଛନ୍ତି। ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହିତ ବୈଠକ ସମୟରେ ନିଜ ମନ୍ତବ୍ୟ ଶେୟାର କରୁଛି ବୋଲି ମୋଦୀ ଏକ ଭିଡିଓ ସହିତ ଉକ୍ତ ପୋଷ୍ଟରେ ଲେଖିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories