‘ଡାର୍ଟି ବମ୍’ କ’ଣ
ନୂଆଦିଲ୍ଲୀ : ‘ଡାର୍ଟି ବମ୍’ ହେଉଛି ଏକ ବିସ୍ଫୋରକ ଉପକରଣ ଯାହା ତେଜଷ୍କ୍ରିୟ (ରେଡିଓଆକ୍ଟିଭ୍) ବିକରଣ କରିଥାଏ। ଏହି ରେଡିଓଆକ୍ଟିଭ୍ରେ ୟୁରାନିୟମ୍ କିମ୍ବା ପ୍ଲୁଟୋନିୟମ୍ ବିକରଣ ହୋଇଥାଏ। ଏହା ପରମାଣୁ ବୋମା ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପରମାଣୁ ଶକ୍ତିକେନ୍ଦ୍ର, ଗବେଷଣାଗାରରୁ ଉପଲବ୍ଧ ରେଡିଓଆକ୍ଟିଭ୍କୁ ଉପଯୋଗ କରି ଏହା ତିଆରି ହୋଇଥାଏ। ‘ଡାର୍ଟି ବମ୍’କୁ ସହଜରେ ପରିବହନ କରାଯାଇପାରିଥାଏ। ପରମାଣୁ ବୋମା ଭଳି ଏହା ବିକିରଣର ଆସ୍ତରଣ ସୃଷ୍ଟି କରି ନଥାଏ; ବରଂ ଏହା ଶହ ଶହ ମିଟର ପର୍ଯ୍ୟନ୍ତ ବିକିରଣ ଛାଡିଥାଏ। ବର୍ତ୍ତମାନ ସୁଦ୍ଧା କୌଣସି ଦେଶ ‘ଡାର୍ଟି ବମ୍’କୁ କୌଣସି ରାଷ୍ଟ୍ର ବିରୋଧରେ ପ୍ରୟୋଗ କରିଥିବାର ପ୍ରମାଣ ନାହିଁ। ଏହି ବୋମାକୁ କେବଳ ପରୀକ୍ଷା କରାଯାଇଛି। ତେବେ ଏହି ବୋମା ପ୍ରୟୋଗ ଦ୍ବାରା ସମ୍ପୃକ୍ତ ଅଞ୍ଚଳରେ ପରମାଣୁ ବୋମା ଭଳି କ୍ଷତି ପହଞ୍ଚାଇଥାଏ। କ୍ଷତିଗ୍ରସ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ପାଇଁ ଜୀବନଧାରଣର ଅନୁପଯୋଗୀ ହୋଇପଡିଥାଏ। ଏହା ଲୋକଙ୍କ ଜୀବନହାନି ଘଟାଇବା ସହିତ ବର୍ଷ ବର୍ଷ ଧରି ସ୍ବାସ୍ଥ୍ୟଗତ ପ୍ରଭାବ ପକାଇଥାଏ। ଲୋକେ ମାନସିକ ବିକଳାଙ୍ଗର ଶିକାର ହୋଇଥାନ୍ତି। ଏହି ବୋମାକୁ ବର୍ତ୍ତମାନ ସୁଦ୍ଧା ପ୍ରୟୋଗ କରାଯାଇ ନଥିବାରୁ ଏହା ପ୍ରଭାବ ସମ୍ପର୍କରେ କେବଳ ଆକଳନ କରାଯାଇଛି। ଏହାର ଅନୁଭବ କରାଯାଇ ନାହିଁ।
Comments are closed.