ୱେଷ୍ଟଇଣ୍ଡିଜ୍ ଦିନିକିଆ, ଟି୨୦ ଦଳ ଘୋଷିତ

ସେଣ୍ଟ୍ ଜନ୍‌ସ: ଡିସେମ୍ବରରେ ଭାରତ ଗସ୍ତରେ ଆସି ଦିନିକିଆ ଓ ଟ୍ବେଣ୍ଟି୨୦ ସିରିଜ୍ ଲାଗି ୱେଷ୍ଟଇଣ୍ଡିଜ୍ ଦଳ ଘୋଷଣା କରାଯାଇଛି। କୈରନ୍ ପୋଲାର୍ଡ ଉଭୟ ଦଳର ନେତୃତ୍ବ ନେବେ। ଦିିନିକିଆ ଦଳରେ ସାଇ ହୋପ୍ ଓ ଟ୍ବେଣ୍ଟି୨୦ ଦଳରେ ନିକୋଲାସ୍ ପୁରନ୍ ଉପଅଧିନାୟକ ଦାୟିତ୍ବ ତୁଲାଇବେ। ୱେଷ୍ଟଇଣ୍ଡିଜ୍ ଦଳ ଭାରତରେ ପ୍ରଥମେ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବ। ଏହି ୩ଟି ମ୍ୟାଚ୍ ହାଇଦରାବାଦ (ଡିସେମ୍ବର ୬), ତିରୁୱନନ୍ତପୁରମ୍ (୮) ଓ ମୁମ୍ବଇ (୧୧)ରେ ଖେଳାଯିବ। ପରେ ଉଭୟ ଦଳଙ୍କ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍ ଚେନ୍ନଇ (ଡିସେମ୍ବର ୧୫), ବିଶାଖାପାଟଣା (୧୮) ଓ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଡିସେମ୍ବର ୨୨ରେ ଖେଳାଯିବ। ପୋଲାର୍ଡଙ୍କୁ ଛାଡ଼ି ଉଭୟ ଦଳରେ ଥିବା ଅନ୍ୟ ଦୁଇ ଅଭିଜ୍ଞ ଖେଳାଳି ହେଲେ ଓପ୍‌ନର ଏଭିନ୍ ଲୁଇସ୍, ୱିକେଟ ରକ୍ଷକ ଦିନେଶ ରାମଦିନ ଓ ଅଲ୍‌ରାଉଣ୍ଡର ଜେସନ୍ ହୋଲ୍‌ଡର। ୨୦୨୦ ଟ୍ବେଣ୍ଟି୨୦ ବିଶ୍ବକପ୍ ଅଷ୍ଟ୍ରେଲିଆ ଓ ୨୦୨୧ ଦିନିକିଆ ବିଶ୍ବକପ୍ ଭାରତରେ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଦଳ ଘୋଷଣା କରାଯାଇଛି ବୋଲି ୱେଷ୍ଟଇଣ୍ଡିଜ୍‌ର ମୁଖ୍ୟ ପ୍ରଶିକ୍ଷକ ଫିଲ୍‌ ସିମନ୍‌ସ କହିଛନ୍ତି। ନିକଟରେ ଲକ୍ଷ୍ନୌରେ ଆଫ୍‌ଗାନିସ୍ତାନ ବିରୋଧରେ ଖେଳି ତାଙ୍କ ଦଳ ଭଲ ପ୍ରଦର୍ଶନ କରିଥିଲେ ହେଁ ଭାରତ ଉଭୟ ଟ୍ବେଣ୍ଟି୨୦ ଓ ଦିନିକିଆରେ ବହୁତ ଶକ୍ତିଶାଳୀ ବୋଲି ସିମନ୍‌ସ କହିଛନ୍ତି।

ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି୨୦ ଦଳ: ଫାବିଏନ୍ ଆଲେନ୍, ବ୍ରାଣ୍ଡନ୍ କିଙ୍ଗ୍, ଦିନେଶ ରାମଦିନ, ସେଲ୍‌ଡନ କଟ୍ରେଲ, ଏଭିନ୍ ଲୁଇସ୍, ସେର୍ଫାନ୍ ରଦରଫୋର୍ଡ, ସିମ୍ରନ୍ ହେତ୍‌ମେୟର, ଖାରି ପିଏରେ, ଲେଣ୍ଡଲ ସିମନ୍‌ସ, ଜେସନ୍ ହୋଲ୍‌ଡର, କୈରନ୍ ପୋଲାର୍ଡ (ଅଧିନାୟକ), ହେଡେନ୍ ୱାଲ୍‌ସ ଜୁନିୟର, କିମୋ ପଲ୍‌, ନିକୋଲାସ୍ ପୁରନ୍ ଓ କେସ୍ରିକ୍ ୱିଲିୟମ୍‌ସ।

ୱେଷ୍ଟଇଣ୍ଡିଜ୍ ଦିନିକିଆ ଦଳ: ସୁନୀଲ ଆମ୍ବ୍ରିସ୍, ସାଇ ହୋପ୍, ଖାରି ପିଏରେ, ରୋଷ୍ଟନ୍ ଚେଜ୍, ଆଲ୍‌ଜାରି ଜୋସେଫ୍, କୈରନ୍ ପୋଲାର୍ଡ (ଅଧିନାୟକ), ସେଲ୍‌ଡନ କଟ୍ରେଲ, ବ୍ରାଣ୍ଡନ୍ କିଙ୍ଗ୍, ନିକୋଲାସ୍ ପୁରନ୍, ସିମ୍ରନ୍ ହେତ୍‌ମେୟର, ଏଭିନ୍ ଲୁଇସ୍, ରୋମାରିଓ ସେଫର୍ଡ, ଜେସନ୍ ହୋଲ୍‌ଡର, କିମୋ ପଲ୍‌ ଓ ହେଡେନ୍ ୱାଲ୍‌ସ ଜୁନିୟର।

Comments are closed.