ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ସୋମେନ ମିତ୍ରଙ୍କ ଇସ୍ତଫା ଅଗ୍ରାହ୍ୟ

କଲକାତା : ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ସଭାପତି ସୋମେନ ମିତ୍ରଙ୍କ ଇସ୍ତଫାକୁ ଦଳ ଅଗ୍ରାହ୍ୟ କରିଦେଇଛି। ମଙ୍ଗଳବାର ମିତ୍ର ସଭାପତି ପଦରୁ ଇସ୍ତଫା ଦେଇଥିଲେ; କିନ୍ତୁ ପଶ୍ଚିମବଙ୍ଗ ଦାୟିତ୍ବରେ ଥିବା ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଗୌରବ ଗୋଗଇ ଏହାକୁ ଅଗ୍ରାହ୍ୟ କରିବା ସହ ତାଙ୍କୁ ଦଳର ନେତୃତ୍ବ ଅବ୍ୟାହତ ରଖିବାକୁ ପରାମର୍ଶ ଦେଇଥିଲେ।

prayash

ଚଳିତ ମାସ ୧୯ରେ ପ୍ରଦେଶ କଂଗ୍ରେସ ସଭାପତିମାନଙ୍କର ବୈଠକ ଆହ୍ବାନ କରାଯାଇଛି। ମିତ୍ର ରାଜ୍ୟରେ ଦଳର ବିକାଶ ପାଇଁ ନକ୍ସା ପ୍ରସ୍ତୁତ ପୂର୍ବକ ଏହି ବୈଠକରେ ଯୋଗଦେବାକୁ ଗୌରବ ତାଙ୍କୁ କହିଥିବା ପ୍ରକାଶ। ଏହି ଅନୁସାରେ ସନ୍ଧ୍ୟା​‌େ​ର ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। କଂଗ୍ରେସ କାର୍ଯ୍ୟକାରିଣୀ ଖୁବ୍ ଶୀଘ୍ର ଦଳର ରାଷ୍ଟ୍ରୀୟ ସଭାପତି ନିର୍ଣ୍ଣୟ କରିବ। ଏହା ଚୂଡ଼ାନ୍ତ ହେବା ପରେ ରାଜ୍ୟଗୁଡ଼ିକର ସାଂଗଠନିକ ପୁନର୍ଗଠନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଗୋଗଇ ମିତ୍ରଙ୍କୁ କହିଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ ଲୋକସଭା ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ କଂଗ୍ରେସ ସଭାପତି ପଦରୁ ମିତ୍ର ଇସ୍ତଫା ଦେଇଥିଲେ; କିନ୍ତୁ ଏହାକୁ ଅଗ୍ରାହ୍ୟ କରାଯାଇଥିଲା। ଏବେ ରାହୁଲଙ୍କ ଇସ୍ତଫା ପରିପ୍ରେକ୍ଷୀରେ ପୁନର୍ବାର ସେ ଇସ୍ତଫା ଦେଇଥିଲେ। ମିତ୍ର ୨୦୧୮ ସେପ୍ଟେମ୍ବରରେ ପ୍ରଦେଶ କଂଗ୍ରେସ ସଭାପତି ପଦରେ ନିଯୁକ୍ତ ହୋଇଥିଲେ।

kalyan agarbati

Comments are closed.