www.samajalive.in
Tuesday, December 9, 2025
16.1 C
Bhubaneswar

ଆଜି ନିର୍ବାଚନ, ପଶ୍ଚିମବଙ୍ଗର ୩୧ଟି ଆସନରେ ଧାରା ୧୪୪ ଜାରି କଲେ ନିର୍ବାଚନ କମିଶନ

ଆଜି ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ପଶ୍ଚିମବଙ୍ଗର ୩୧ଟି ନିର୍ବାଚନ ମଣ୍ଡଳୀକୁ ନିର୍ବାଚନ ଆୟୋଗ ସମ୍ବେଦନଶୀଳ ଘୋଷଣା କରିବା ସହ ଜରୁରୀ ଆଦେଶ ବଳରେ ସମସ୍ତ ୩୧ଟି ନିର୍ବାଚନ ମଣ୍ଡଳୀରେ ଧାରା ୧୪୪ ଜାରି କରିଛନ୍ତି। ଏହି ସବୁ ଆସନଗୁଡିକ ମଧ୍ୟରେ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ୧୬ଟି ଆସନ, ହୁଗୁଳିର ୮ଟି ଓ ହାଓଡ଼ାର ୭ଟି ଆସନ ରହିଛି।

ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ପୁଲିସ ବାହିନୀ ଯବାନମାନଙ୍କ ବ୍ୟତୀତ ୬୦୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ମୁତୟନ କରାଯାଇଛି। ମୋଟ୍‍ ୧୦ ହଜାର ୮୭୧ଟି ଭୋଟ ଗ୍ରହଣ ଆସନ୍ତାକାଲି ୭୮ ଲକ୍ଷ ୫୨ ହଜାର ୪୨୫ ଭୋଟର ୨୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

- Advertisement -

ନିର୍ବାଚନ କମିଶନଙ୍କ ଧାରା ୧୪୪ ଜାରି ହେବ ପରେ ସେହି ସବୁ ସ୍ଥାନମାନଙ୍କରେ ଏକତ୍ରିତ ହେବା, ଚଳପ୍ରଚଳ କରିବା, ସାଧାରଣ ସଭା ଆୟୋଜନ କରିବା, ମାରଣାସ୍ତ୍ର ନେବା, ବାଡ଼ି, ବ୍ୟାନର ଓ ପ୍ଲାକାର୍ଡ଼ ଆଦି ନେବା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି। ସେହିପରି ସ୍ଲୋଗାନ ଦେବା ଏବଂ ଲାଉଡ଼ ସ୍ପିକର ବଜାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ତେବେ ଭୋଟଦାନ କେନ୍ଦ୍ର ମଧ୍ୟରେ ଏକତ୍ରିତ ହେବା ଉପରେ କଟକଣା ଲଗାଯାଇ ନାହିଁ। ଏତଦବ୍ୟତୀତ ଧାର୍ମିକ କାର୍ଯ୍ୟକ୍ରମ, ବାହାଘର ଓ ଶେଷକୃତ୍ୟ କ୍ଷେତ୍ରରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ ବୋଲି କମିଶନ ସ୍ପଷ୍ଟ କରିଛନ୍ତି। ତେବେ ଗିରଫ ପରୱାନା ଜାରି ହୋଇଥିବା ବ୍ୟକ୍ତି ଓ ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କୁ ମଙ୍ଗଳବାର ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଗିରଫ କରିବା ପାଇଁ ନିର୍ବାଚନ କମିଶନ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିରାପତ୍ତା ବାହିନୀ ଯବାନମାନେ ଭୋଟରମାନଙ୍କ ମନରେ ଅସ୍ଥା ସୃଷ୍ଟି କରିବା ଓ ସେମାନଙ୍କ ମନରୁ ଭୟ ଦୂର କରିବା ପାଇଁ ଫ୍ଲାଗ୍‍ମାର୍ଚ୍ଚ କରୁଛନ୍ତି। ମତଦାନ ପ୍ରକ୍ରିୟା ଉପରେ ନଜର ରଖିବା ପାଇଁ ଲାଇଭ୍‍ ୱେବ୍‍କାଷ୍ଟିଙ୍ଗ୍‍ କରାଯିବ। ଗଣ୍ଡଗୋଳର ଆଶଙ୍କା ଥିବା ଅଞ୍ଚଳଗୁଡ଼ିକରେ ଡ୍ରୋନ୍‍ ଜରିଆରେ ପହରା ଦିଆଯିବ। ଆସନ୍ତାକାଲି ତିନି ଜଣ ମନ୍ତ୍ରୀ ଓ ଦୁଇ ଜଣ ଚଳଚ୍ଚିତ୍ର ତାରକାଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରିତ ହେବ। ସେମାନଙ୍କ ମଧ୍ୟରେ ଗିୟାସୁଦ୍ଦିନ୍‍ ମୋଲ୍ଲା, ଡକ୍ଟର ନିର୍ମଳ ମାଂଝି ଓ ଅସୀମା ପାତ୍ର ଅଛନ୍ତି। ଚଳଚ୍ଚିତ୍ର ତାରକାମାନଙ୍କ ମଧ୍ୟରେ ବିଜେପି ପ୍ରାର୍ଥୀ ତନୁଶ୍ରୀ ଚକ୍ରବର୍ତ୍ତୀ ଓ ପପିଆ ଦେ ଅଧିକାରୀ ଅଛନ୍ତି। ପୂର୍ବତନ ରାଜ୍ୟସଭା ସଦସ୍ୟ ସୋପନ ଦାଶଗୁପ୍ତା ତାରକେଶ୍ୱରରୁ ବିଜେପିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ବରୁଇପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories