www.samajalive.in
Saturday, December 6, 2025
16.1 C
Bhubaneswar

ଆଇପିଏଲ୍‌ରେ ଆଜି ଯୁଗଳ ଲଢ଼େଇ

ଆଇପିଏଲ୍‍: ଆଜି (ରବିବାର)ର ମ୍ୟାଚ୍‍

  • ଗୁଜରାଟ ଟାଇଟାନ୍‌ସ-ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
    ଅହମ୍ମଦାବାଦ; ଅପରାହ୍‌ଣ ୩.୩୦
  • ଚେନ୍ନଇ ସୁପର କିଙ୍ଗ୍‌ସ-ସନ୍‌ରାଇଜର୍ସ ହାଇଦରାବାଦ
    ଚେନ୍ନଇ; ସନ୍ଧ୍ୟା ୭.୩୦

ଅହମ୍ମଦାବାଦ୍‌/ଚେନ୍ନଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୧୭ ରବିବାର ଦୁଇଟି ମ୍ୟାଚ ଖେଳାଯିବ। ଅପରାହ୍ଣ ୩ଟା୩୦ରେ ଅହମ୍ମଦାବାଦ୍‌ରେ ଗୁଜରାଟ ଟାଇଟାନ୍‌ସ-ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଓ ଚେପକ୍‌ରେ ଚେନ୍ନଇ ସୁପରକିଙ୍ଗ୍‌ସ- ସନରାଇଜର୍ସ ହାଇଦରାବାଦ୍‌କୁ ଭେଟିବ।

- Advertisement -

ଶୁବମାନ୍‌ ଗିଲଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟାନ୍‌ସ ୯ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୫ଟି ପରାଜିତ ହୋଇଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୯ଟି ମ୍ୟାଚରୁ ମାତ୍ର ୨ଟି ବିଜୟ ହାସଲ କରିଛି। ପ୍ଲେଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ବେଙ୍ଗାଲୁରୁ ପାଇଁ ଉକ୍ତ ମ୍ୟାଚ୍‌ ନକ୍‌ଆଉଟ୍‌ ସଦୃଶ ହୋଇଛି। ଦଳ କୌଣସି ମତେ ମ୍ୟାଚକୁ ଜିତି ସ୍ଥିତି ବଞ୍ଚାଇବାକୁ ପ୍ରୟାସ କରିବ। ଦୁଇ ଦଳ ଚଳିତ ଆଇପିଏଲରେ ପ୍ରଥମ ଥର ମୁହାଁମୁହିଁ ହେବେ। ବିରାଟ କୋହଲି ବେଙ୍ଗାଲୁରୁର ବ୍ୟାଟିଂ ଅସ୍ତ୍ର। ​କୋହଲି ଏପର୍ଯ୍ୟନ୍ତ ୪୩୦ରନ କରିବା ସହିତ ଚମତ୍କାର ଫର୍ମରେ ରହିଛନ୍ତି। ଏହାବାଦ୍‌ କାମେରନ୍‌ ଗ୍ରୀନ ଓ ରଜତ ପଟିଦାର ଶେଷ ମ୍ୟାଚରେ ରନ କରିବା ଦଳ ପାଇଁ ଭଲ ସୂଚନା। ବୋଲିଂ ବିଭାଗରେ ମହମ୍ମଦ ସିରାଜ, ୟଶ ଦୟାଲ, ଲୁକି ଫର୍ଗୁସନ ଓ ୱିଲ ଜ୍ୟାକ୍‌ ରହିଛନ୍ତି।

ସନରାଇଜର୍ସ ହାଇଦରାବାଦ୍‌କୁ ଶେଷ ମ୍ୟାଚରେ ଦଳ ୩୫ରନରେ ପରାସ୍ତ କରିଥିଲା। ଉକ୍ତ ମ୍ୟାଚରେ ବେଙ୍ଗାଲୁରୁ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ। ଯାହା ଦଳକୁ କିଛି ମାତ୍ରାରେ ଆଶ୍ବସ୍ତି କରିଛି। ଅନ୍ୟପକ୍ଷରେ ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ ୩୩୪ରନ, ଶୁବମାନ ଗିଲ୍‌ ୩୦୪ରନ କରିଛନ୍ତି। ଏହାବାଦ୍‌ ମଧ୍ୟକ୍ରମ​ରେ ଡେଭିଡ୍‌ ମିଲର, ରାହୁଲ ତିୱାତିଆ ମଧ୍ୟ ରନ କରୁଛନ୍ତି। ବୋଲିଂରେ ମୋହିତ ଶର୍ମା ୧୦ଟି ୱିକେଟ ନେଇଥିବାବେଳେ ରସିଦ ଖାନ, ଆର ସାଇ କିଶୋର ଓ ନୂର ଅହମ୍ମଦଙ୍କ ଭଳି ସ୍ପିନର ରହିଛନ୍ତି। ଦଳ ​ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ବଡ଼ ରନକୁ ପିଛା କରି ପରାଜିତ ହୋଇଥିଲା। ବିଜୟ ଧାରାକୁ ଫେରିବାକୁ ନିଶ୍ଚିତ ଉଦ୍ୟମ କରିବ।

ସେହିପରି ସନରାଇଜର୍ସ ହାଇଦରାବାଦ୍‌ ୮ଟି ମ୍ୟାଚରୁ ୫ଟି ବିଜୟ ଓ ୩ଟି ପରାଜିତ ହୋଇଥିବା ବେଳେ ଚେନ୍ନଇ ସୁପରକିଙ୍ଗ୍‌ସ ୮ଟି ମ୍ୟାଚରୁ ୪ଟି ବିଜୟ ଓ ୪ଟି ପରାଜିତ ହୋଇଛି। ପ୍ରଥମ ଚରଣ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍‌ ୬ ୱିକେଟରେ ଚେନ୍ନଇ ସୁପରକିଙ୍ଗ୍‌ସକୁ ପରାସ୍ତ କରିଥିଲା। ଚେନ୍ନଇ ନିକଟରେ ଏ​ବେ ପ୍ରତିଶୋଧ ନେବାର ସୁଯୋଗ ରହିଛି। ଚେନ୍ନଇ ନିକଟରେ ଲମ୍ବା ବ୍ୟାଟିଂ ଲାଇନ ରହିଛି। ଋତୁରାଜ ଗାଏକ୍ବାର୍ଡ, ଅଜିଙ୍କ୍ୟ ରାହାଣେ, ଡ୍ୟାରେଲ ମିଚେଲ, ରବୀନ୍ଦ୍ର ଜାଡେଜା, ଶିବମ୍‌ ଦୁବେ, ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଛନ୍ତି। ଦଳ ଶେଷ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ନିକଟରୁ ବଡ଼ ସ୍କୋର କରି ମଧ୍ୟ ପରାଜିତ ହୋଇଥିଲା।

ଦୀପକ ଚହର,ମୁସିଫିଜୁର ରହେମାନ, ତୁଷାର ଦେଶପାଣ୍ଡେ,ମାଥିଶା ପାଥିରାଣାଙ୍କୁ ନେଇ ଗଠିତ ବୋଲିଂ ବିଭାଗ ବ୍ୟାଟିଂ ଫର୍ମରେ ଥିବା ସନରାଇଜର୍ସ ବିପକ୍ଷରେ ବିଭାଗରେ ତ୍ରୁଟିକୁ ସୁଧାରିବାକୁ ପଡ଼ିବ। ଅନ୍ୟପକ୍ଷରେ ସନରାଇଜର୍ସ ଚଳିତ ଆଇପିଏଲରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରୁଛି। ଟ୍ରେଭିସ ହେଡ୍‌, ହେନରିଚ କ୍ଲାସେନ, ଆଇଡାନ ମାର୍କରାମ, ଅଭିଷେକ ଶର୍ମାଙ୍କୁ ନେଇ ଗଠିତ ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ। ଦଳ ଶେଷ ମ୍ୟାଚରେ ବେଙ୍ଗାଲୁରୁ ନିକଟରୁ ପରାଜିତ ହୋଇଥିବାରୁ ପ୍ରତ୍ୟାବର୍ତ୍ତନ ନେଇ ନିଶ୍ଚିତ ଉଦ୍ୟମ କରିବ।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories