www.samajalive.in
Saturday, December 6, 2025
19.1 C
Bhubaneswar

ସୁପର ସନଡେରେ ହେବ ଯୁଗଳ ଲଢେଇ

ଅହମ୍ମଦାବାଦ୍‌/ଚେନ୍ନଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୧୭ ରବିବାର ଦୁଇଟି ମ୍ୟାଚ ଖେଳାଯିବ। ଅପରାହ୍ଣ ୩ଟା୩୦ରେ ଅହମ୍ମଦାବାଦ୍‌ରେ ଗୁଜରାଟ ଟାଇଟାନ୍ସ -ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୁ  ଓ ଚେପକ୍‌ରେ ଚେନ୍ନଇ ସୁପରକିଙ୍ଗ୍ସ- ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ଶୁବମନ୍‌ ଗିଲଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟାନ୍‌ସ ୯ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୫ଟି ପରାଜିତ ହୋଇଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୯ଟି ମ୍ୟାଚରୁ ମାତ୍ର ୨ଟି ବିଜୟ ହାସଲ କରିଛି। ପ୍ଲେଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ବେଙ୍ଗାଲୁରୁ ପାଇଁ ଉକ୍ତ ମ୍ୟାଚ୍‌ ନକ୍‌ଆଉଟ୍‌ ସଦୃଶ ହୋଇଛି। ଦଳ କୌଣସି ମତେ ମ୍ୟାଚକୁ ଜିତି ସ୍ଥିତି ବଞ୍ଚାଇବାକୁ ପ୍ରୟାସ କରିବ। ଦୁଇ ଦଳ ଚଳିତ ଆଇପିଏଲରେ ପ୍ରଥମ ଥର ମୁହାଁମୁହିଁ ହେବେ। ବିରାଟ କୋହଲି ବେଙ୍ଗାଲୁରୁର ବ୍ୟାଟିଂ ଅସ୍ତ୍ର। ​‌କୋହଲି ଏପର୍ଯ୍ୟନ୍ତ ୪୩୦ରନ କରିବା ସହିତ ଚମତ୍କାର ଫର୍ମରେ ରହିଛନ୍ତି। ଏହାବାଦ୍‌ କାମେରନ୍‌ ଗ୍ରୀନ ଓ ରଜତ ପଟିଦାର ଶେଷ ମ୍ୟାଚରେ ରନ କରିବା ଦଳ ପାଇଁ ଭଲ ସୂଚନା। ବୋଲିଂ ବିଭାଗରେ ମହମ୍ମଦ ସିରାଜ, ୟଶ ଦୟାଲ, ଲୁକି ଫର୍ଗୁସନ ଓ ୱିଲ ଜ୍ୟାକ୍‌ ରହିଛନ୍ତି। ସନରାଇଜର୍ସ  ହାଇଦ୍ରାବାଦକୁ  ଶେଷ ମ୍ୟାଚରେ ଦଳ ୩୫ରନରେ ପରାସ୍ତ କରିଥିଲା। ଉକ୍ତ ମ୍ୟାଚରେ ବେଙ୍ଗାଲୁରୁ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ। ଯାହା ଦଳକୁ କିଛି ମାତ୍ରାରେ ଆଶ୍ବସ୍ତି କରିଛି। ଅନ୍ୟପକ୍ଷରେ ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ ୩୩୪ରନ, ଶୁବମାନ ଗିଲ୍‌ ୩୦୪ରନ କରିଛନ୍ତି। ଏହାବାଦ୍‌ ମଧ୍ୟକ୍ରମରେ‌ ଡେଭିଡ୍‌ ମିଲର, ରାହୁଲ ତିୱାତିଆ ମଧ୍ୟ ରନ କରୁଛନ୍ତି। ବୋଲିଂରେ ମୋହିତ ଶର୍ମା ୧୦ଟି ୱିକେଟ ନେଇଥିବାବେଳେ ରସିଦ ଖାନ, ଆର ସାଇ କିଶୋର ଓ ନୂର ଅହମ୍ମଦଙ୍କ ଭଳି ସ୍ପିନର ରହିଛନ୍ତି। ଦଳ ​ଶେଷ​‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ବଡ଼ ରନକୁ ପିଛା କରି ପରାଜିତ ହୋଇଥିଲା। ବିଜୟ ଧାରାକୁ ଫେରିବାକୁ ନିଶ୍ଚିତ ଉଦ୍ୟମ କରିବ। ସେହିପରି ସନରାଇଜର୍ସ ହାଇଦରାବାଦ୍‌ ୮ଟି ମ୍ୟାଚରୁ ୫ଟି ବିଜୟ ଓ ୩ଟି ପରାଜିତ ହୋଇଥିବା ବେଳେ ଚେନ୍ନଇ ସୁପରକିଙ୍ଗ୍ସ ୮ଟି ମ୍ୟାଚରୁ ୪ଟି ବିଜୟ ଓ ୪ଟି ପରାଜିତ ହୋଇଛି। ପ୍ରଥମ ଚରଣ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍‌ ୬ ୱିକେଟରେ ଚେନ୍ନଇ ସୁପରକିଙ୍ଗ୍‌ସକୁ ପରାସ୍ତ କରିଥିଲା। ଚେନ୍ନଇ ନିକଟରେ ଏ​‌ବେ ପ୍ରତିଶୋଧ ନେବାର ସୁଯୋଗ ରହିଛି। ଚେନ୍ନଇ ନିକଟରେ ଲମ୍ବା ବ୍ୟାଟିଂ ଲାଇନ ରହିଛି। ଋତୁରାଜ ଗାଏକ୍ବାର୍ଡ, ଅଜିଙ୍କ୍ୟ ରାହାଣେ, ଡ୍ୟାରେଲ ମିଚେଲ, ରବୀନ୍ଦ୍ର ଜାଡେଜା, ଶିବମ୍‌ ଦୁବେ, ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଛନ୍ତି। ଦଳ ଶେଷ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ନିକଟରୁ ବଡ଼ ସ୍କୋର କରି ମଧ୍ୟ ପରାଜିତ ହୋଇଥିଲା। ଦୀପକ ଚହର,ମୁସିଫିଜୁର ରହେମାନ, ତୁଷାର ଦେଶପାଣ୍ଡେ,ମାଥିଶା ପାଥିରାଣାଙ୍କୁ ନେଇ ଗଠିତ ବୋଲିଂ ବିଭାଗ ବ୍ୟାଟିଂ ଫର୍ମରେ ଥିବା ସନରାଇଜର୍ସ ବିପକ୍ଷରେ ବିଭାଗରେ ତ୍ରୁଟିକୁ ସୁଧାରିବାକୁ ପଡ଼ିବ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories