ସାପ୍ତାହିକ ରାଶିଫଳ (୦୯/୧୦ରୁ ୧୫/୧୦/୨୦୨୨)

ମେଷ : ରବିବାର ଓ ସୋମବାର ଜଗିରଖି ଚଳିବେ। ଯାନବାହାନ ଜନିତ ସମସ୍ୟା ଦେଖାଦେବ। ମଙ୍ଗଳବାର ଓ ବୁଧବାର ଯାତ୍ରା ଅନୁକୂଳ ରହିବ। ଗୁରୁବାର ଓ ଶୁକ୍ରବାର ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଆଘାତପ୍ରାପ୍ତ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।

ବୃଷ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବ୍ୟବସାୟରେ ଲାଭବାନ ହେବେ। ବୁଧବାର ଓ ଗୁରୁବାର ଭାବିଚିନ୍ତି କାର୍ଯ୍ୟ କରିବା ଉଚିିତ୍‌। ଶୁକ୍ରବାର ଓ ଶନିବାର ପ୍ରୀତିଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ କାର୍ଯ୍ୟରେ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ତତ୍‌ପୁରୁଷାୟ ବିଦ୍ମହେ ମହାଦେବାୟ ଧୀମହି ତନ୍ନୋରୁଦ୍ର ପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ ।

ମିଥୁନ : ରବିବାର ଓ ସୋମବାର ଅଯଥା ଚିନ୍ତା ବଳବତ୍ତର ରହିବ। ମଙ୍ଗଳବାର ଓ ବୁଧବାର ସନ୍ତାନଙ୍କୁ ନେଇ ଚିନ୍ତା କରିବେ। ସମସ୍ୟା ସମାଧାନରେ ସଫଳ ହେବେ। ଗୁରୁବାରଠାରୁ ଶନିବାର ମଧ୍ୟରେ ଅବିବାହିତଙ୍କ ବିବାହ ପ୍ରସ୍ତାବ ଆସିପାରେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲଳିତା ସହସ୍ର ନାମ ପାଠ କରନ୍ତୁ।

କର୍କଟ : ରବିବାର ଓ ସୋମବାର ନୂତନ ବନ୍ଧୁ ଲାଭ କରିବେ। ମଙ୍ଗଳବାର ଓ ବୁଧବାର ଶତ୍ରୁଦ୍ବାରା ପରାସ୍ତ ହେବେ। ଦ୍ରବ୍ୟ ଚୋରି ହୋଇପାରେ। ମାନସିକ ଅବସାଦ ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସଫଳତା ପ୍ରାପ୍ତ ହେବ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ।

ସିଂହ : ରବିବାର ଓ ସୋମବାର ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ମଙ୍ଗଳବାର ଓ ବୁଧବାର ପଦୋନ୍ନତି ପ୍ରାପ୍ତ ହେବ। ଆୟ ବୃଦ୍ଧି ହେବ। ଗୁରୁବାର ଓ ଶୁକ୍ରବାର ଯାତ୍ରାକାଳୀନ ସମସ୍ୟା ଦେଖାଦେବ। ଶନିବାର ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା : ରବିବାର ଓ ସୋମବାର ଶ୍ରୀଯୁକ୍ତ ହେବେ। ମଙ୍ଗଳବାର ଓ ବୁଧବାର କର୍ମକ୍ଷେତ୍ର ଓ ବ୍ୟାବସାୟରେ ସାବଧାନତା ଲୋଡ଼ା। ଗୁରୁବାର ଓ ଶୁକ୍ରବାର ସୁସମ୍ବାଦ ପ୍ରାପ୍ତ ହେବ। ଶନିବାର ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।

prayash

ତୁଳା : ରବିବାର ଓ ସୋମବାର ଅସୁବିଧାରେ ପଡ଼ିପାରନ୍ତି। ମଙ୍ଗଳବାର ଓ ବୁଧବାର ଆର୍ଥିକ ସ୍ବଚ୍ଛଳତା ଅନୁଭବ କରିବେ। ଜମିବାଡ଼ି କ୍ରୟ କରିପାରନ୍ତି। ଗୁରୁବାର ଓ ଶୁକ୍ରବାର ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ୍‌। ଶନିବାର ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବେ। ମହିଳା ଓ ବିଦ୍ୟାର୍ଥୀ କର୍ମ ଅନୁସାରେ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ।

ବିଛା : ରବିବାର ଓ ସୋମବାର ଅସୁସ୍ଥତା ଦେଖାଦେବ। ମଙ୍ଗଳବାର ଓ ବୁଧବାର ଅଟକିଥିବା କାର୍ଯ୍ୟ ସାରିବା ପାଇଁ ଚେଷ୍ଟା କରିବେ। ଗୁରୁବାର ଓ ଶୁକ୍ରବାର ଉଧାର ସୂତ୍ରରେ କାହାକୁ ଅର୍ଥ ପ୍ରଦାନ କରନ୍ତୁ ନାହିଁ। ଶନିବାର କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗାଷ୍ଟକ ପାଠ କରନ୍ତୁ।

ଧନୁ : ରବିବାର ଓ ସୋମବାର ଅସୁସ୍ଥତା ଦେଖାଦେବ। ମଙ୍ଗଳବାର ଓ ବୁଧବାର ଅଟକିଥିବା କାର୍ଯ୍ୟ ସାରିବା ପାଇଁ ଚେଷ୍ଟା କରିବେ। ଗୁରୁବାର ଓ ଶୁକ୍ରବାର ଉଧାର ସୂତ୍ରରେ କାହାକୁ ଅର୍ଥ ପ୍ରଦାନ କରନ୍ତୁ ନାହିଁ। ଶନିବାର କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠାଯୁମକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗାଷ୍ଟକ ପାଠ କରନ୍ତୁ।

ମକର : ରବିବାର ଓ ସୋମବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ମଙ୍ଗଳବାର ଓ ବୁଧବାର ଯାତ୍ରାଜନିତ ସମସ୍ୟା ଦେଖାଦେଇପାରେ। ଗୁରୁବାର ଓ ଶୁକ୍ରବାର ପ୍ରଗତିଶୀଳ ହେବେ। ଆୟ ବୃଦ୍ଧି ହେବ। ଶନିବାର ଆଚାର ଓ ବ୍ୟବହାରରେ ସଂଯମୀ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିକ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ‘ମହାମୃତ୍ୟୁଞ୍ଜୟ’ ମନ୍ତ୍ର ପାଠ କରନ୍ତୁ। 

କୁମ୍ଭ : ରବିବାର ଓ ସୋମବାର ଶତ୍ରୁ ଦମନରେ ସଫଳତା ଲାଭ କରିବେ। ମଙ୍ଗଳବାର ଓ ବୁଧବାର ସନ୍ତାନ ହେତୁକ ସମସ୍ୟା ସୃଷ୍ଟି ହେବ। କାର୍ଯ୍ୟଦକ୍ଷତା ବୃଦ୍ଧି ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇପାରେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

ମୀନ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ବୁଧବାର ଓ ଗୁରୁବାର ଶତ୍ରୁକୁ ପରାସ୍ତ କରିବେ। ଶୁକ୍ରବାର ଓ ଶନିବାର ଧନଲାଭ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଦୁଂ ଦୁର୍ଗାୟେ ନମଃ ମନ୍ତ୍ର ଜପ କରନ୍ତୁ।

kalyan agarbati

Comments are closed.