www.samajalive.in
Saturday, December 6, 2025
14.1 C
Bhubaneswar

ଗରମରୁ ମିଳିବ ଆଶ୍ଵସ୍ତି: ୩ ଦିନ ବର୍ଷା ସମ୍ଭାବନା !

ଭୁବନେଶ୍ୱର: ରାଜ୍ୟରେ ପାରଦ ଏବେ ଉପରମୁହାଁ। ଦିନର ତାପମାତ୍ରା ୩୬ ଡିଗ୍ରୀ ଡେଇଁଲାଣି। ୪ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ଟପିଛି। ବୌଦ୍ଧରେ ସବୁଠୁ ଅଧିକ ସର୍ବାଧିକ ତାପମାତ୍ରା ୩୬.୫ ଡିଗ୍ରୀ, ମାଲକାନଗିରିରେ ୩୫.୬, ଖୋର୍ଦ୍ଧାରେ ୩୫.୫ ଏବଂ ପାରଳାଖେମୁଣ୍ଡିରେ ୩୫.୨ ଡିଗ୍ରୀ ରେକର୍ଡ଼ ହୋଇଛି। ୫ଟି ସ୍ଥାନରେ ପାରଦ ୩୪ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ବର ୩୩.୮ ଏବଂ କଟକରେ ୩୧.୪ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ଼ ହୋଇଛି। ଏପଟେ ରାତିରେ ମଧ୍ୟ ତାପମାତ୍ରା ଦିନକ ପରେ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଫଗୁଣରେ ଡହଡହ ଖରା ଦେହମୁଣ୍ଡ ଜାଳି ପକାଉଥିବାବେଳେ ସକାଳ ୮ଟାରୁ ଖରାର ପ୍ରଖରତା ବଢ଼ିବାରେ ଲାଗିଲାଣି। ଦିନକ ପରେ ରାତି ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ପାଇବ। ତେବେ ଗତକାଲି ରାତିରେ ଜି. ଉଦୟଗିରିରେ ସବୁଠୁ କମ୍ ୭.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ଼ ହୋଇଥିଲା। ସେମିଳିଗୁଡ଼ାରେ ୯.୨, ଫୁଲବାଣୀରେ ୯.୫, ରାଉରକେଲାରେ ୧୦, ଝାରସୁଗୁଡ଼ାରେ ୧୦.୫, କିରେଇରେ ୧୧.୩, ଭବାନୀପାଟଣାରେ ୧୧.୫, ସୁନ୍ଦରଗଡ଼ରେ ୧୨.୪, ଅନୁଗୋଳରେ ୧୨.୬, ଚିପିଲିମାରେ ୧୨.୮, ଭୁବନେଶ୍ବରରେ ୧୭.୧ ଏବଂ କଟକରେ ୧୭ ଡିଗ୍ରୀ ଥିଲା। ଦିନକ ପାଇଁ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ନୟାଗଡ଼ ଏବଂ ଗଞ୍ଜାମ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ରହିଛି। ଅନ୍ୟପକ୍ଷରେ ୧୯ରୁ ୨୨ ତାରିଖ ଯାଏଁ କେତେକ ଜିଲାରେ ହାଲୁକାରୁ ମଧ୍ୟମ ଧରଣରୁ ବର୍ଷା ସମ୍ଭାବନା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories