www.samajalive.in
Saturday, December 6, 2025
16.1 C
Bhubaneswar

ଡବ୍ଲ୍ୟୁପିଏଲ୍‌: ଶେଷ ବଲ୍‌ରେ ମୁମ୍ବଇକୁ ହରାଇଲା ଦିଲ୍ଲୀ

ବରୋଦା : ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍‌)ର ୨ୟ ମ୍ୟାଚ୍‌ରେ ଶନିବାର ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍‌ସ। ରୋମାଞ୍ଚକର ଏହି ମ୍ୟାଚ୍‌ରେ ଅନ୍ତିମ ବଲ୍‌ରେ ୨ ରନ୍‌ ନେଇ ମୁମ୍ବଇ ଇଣ୍ଡିଆନ୍‌ସକୁ ୨ ୱିକେଟ୍‌ରେ ଦିଲ୍ଲୀ ପରାସ୍ତ କରିଛି। ନାଟ୍‌ ସ୍କିଭର-ବ୍ରଣ୍ଟ୍‌ଙ୍କ ଆକ୍ରମଣାତ୍ମକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ମୁମ୍ବଇ ଇଣ୍ଡିଆନ୍‌ସ ୫ଟି ବଲ୍‌ ବାକିଥାଇ ୧୬୪ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ପରେ ଶେଫାଳି ବର୍ମା ଓ ନିକି ପ୍ରସାଦଙ୍କ ଲଢ଼ୁଆ ଇନିଂସ ବଳରେ ଶେଷ ବଲ୍‌​‌େ​‌ର ୮ ୱିକେଟ୍‌ ହରାଇ ଦିଲ୍ଲୀ କ୍ୟାପିଟାଲ୍‌ସ ଜିତିଥିଲା। ରବିବାର ଗୁଜରାଟ ଜ୍ୟାଣ୍ଟ୍‌ସ-ୟୁପି ୱାରିଅର୍ଜ ମୁକାବିଲା ହେବ।

୧୬୫ ରନ୍‌ ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍‌ସ ଦ୍ରୁତଗତିରେ ଇନିଂସ ଆରମ୍ଭ କରିଥିଲା। ମାତ୍ର ୩୪ ବଲ୍‌ରୁ ଦିଲ୍ଲୀର ଓପ୍‌ନର ମେଗ୍ ଲାନିଙ୍ଗ୍‌ ଓ ଶେଫାଳି ବର୍ମା ୬୦ ରନ୍‌ କରି ସାରିଥିଲେ। ତେବ ୩ଟି ବଲ୍‌ରେ ଉଭୟଙ୍କ ୱିକେଟ୍‌ ପଡ଼ିଥିଲା। ଭାରତୀୟ ଦଳରୁ ବାଦ୍‌ ପଡ଼ିଥିବା ଶେଫାଳି ବିସ୍ଫୋରକ ବ୍ୟାଟିଂକରି ମାତ୍ର ୧୮ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୪୩ ରନ୍‌ କରିଥିଲେ। ଅଧିନାୟିକା ମେଗ୍‌ ଲାନିଙ୍ଗ୍‌ ୧୫ ବଲ୍‌ରୁ ୧୫ ରନ୍‌ କରିଥିଲେ। ଏହାସହ ୧୬ ରନ୍‌ରେ ୪ଟି ୱିକେଟ୍‌ ପଡ଼ିଥିଲା। ଆନାବେଲ ସଦରଲାଣ୍ଡ ୧୩ ଓ ଆଲିସ୍ କାପ୍‌ସି ୧୬ ରନ୍‌ କରିଥିଲେ। ପରେ ନିକି ପ୍ରସାଦ ଓ ସାରା ବ୍ରାଇସ୍ ୩୧ ରନ୍‌ ଯୋଡ଼ିଥିଲେ। ବ୍ରାଇସ୍‌ ୧୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‌ କରିଥିଲେ। ନିକି ପ୍ରସାଦ ୩୩ ବଲ୍‌ରୁ ୪ଟି ଚୌକା ସହ ୩୫ ରନ୍‌କରି ଶେଷ ଓଭରର ୫ମ ବଲ୍‌ରେ ଆଉଟ୍‌ ହୋଇଥିଲେ। ଶେଷ ବଲ୍‌ରୁ ୨ ରନ୍‌ ଆବଶ୍ୟକ ଥିବା ବେଳେ ଅରୁନ୍ଧତି ରେଡ୍‌ଡୀ ଏହା ନେଇ ପାରିଥିଲେ। ହେଲି ମାଥ୍ୟୁସ୍ ଓ ଆମେଲିଆ କେର୍ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

- Advertisement -

ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ଫିଲ୍‌ଡିଂ କରିଥିଲା। ମୁମ୍ବଇ ଇଣ୍ଡିଆନ୍‌ସ ସହଳ ଦୁଇ ଓପନରଙ୍କୁ ହରାଇଥିଲା। ହେଲି ମାଥ୍ୟୁସ୍ ୦ ଓ ୟାସ୍ତିକା ଭାଟିଆ ୧୧ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। ତେବେ ୨ୟ ୱିକେଟ୍‌ ପାଇଁ ନାଟ୍‌ ସ୍କିଭର-ବ୍ରଣ୍ଟ୍‌ ଓ ଅଧିନାୟିକା ହରମନପ୍ରୀତ କୌର ପ୍ରତ୍ୟାକ୍ରମଣ କରି ଦ୍ରୁତଗତିରେ ସ୍କୋର୍‌ ବଢ଼ାଇ ଚାଲିଥିଲେ। ଦୁହେଁ ୩ ୱିକେଟ୍‌ ପାଇଁ ମାତ୍ର ୬.୩ ଓଭରରେ ୭୨ ରନ୍‌ ଯୋଡ଼ିଥିଲେ। ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ମୁମ୍ବଇ ଇଣ୍ଡିଆନ୍‌ସ ଜଲ୍‌ଦି ୱିକେଟ୍‌ ହରାଇଥିଲା। ହରମନପ୍ରୀତ ମାତ୍ର ୨୨ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୪୨ ରନ୍‌ କରିଥିଲେ। ପରେ ୫୯ ରନ୍‌ରେ ମୁମ୍ବଇ ଶେଷ ୮ଟି ୱିକେଟ୍‌ ହରାଇଥିଲା। ଆମେଲିଆ କେର୍ ୯, ସାଜୀବନ ସାଜନା ୧, ଅମନଜୋତ କୌର ୭ ରନ୍‌ କରିଥିଲେ। ଇଂଲଣ୍ଡର ନାଟ୍‌ ସ୍କିଭର-ବ୍ରଣ୍ଟ୍‌ ୫୯ ବଲ୍‌ରୁ ୧୩ଟି ଚୌକା ସହ ୮୦ ରନ୍‌କରି ଅପରାଜିତ ରହିଥିଲେ। ଆନାବେଲ୍‌ ସଦରଲାଣ୍ଡ ୩ଟି ଓ ଶିଖା ପାଣ୍ଡେ ୨ଟି ୱିକେଟ୍‌ ନେଇଥିଲେ।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories