ବୋଷ୍ଟନ୍ (ଆମେରିକା) : ଏଠାରେ ଅନୁଷ୍ଠିତ ଆମନ୍ତ୍ରଣୀୟ ଦୌଡ଼କୁଦ ଚମ୍ପିଆନ୍ସିପ୍ରେ ଭାରତର ଗୁଲ୍ବୀର ସିଂହ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଗୁଲ୍ବୀର ପୁରୁଷ ୩୦୦୦ ମିଟର ଇନ୍ଡୋର ରେସ୍ରେ ୧୬ ବର୍ଷର ପୁରୁଣା ଜାତୀୟ କୀର୍ତ୍ତିମାନ ଭାଙ୍ଗି ଦେଇଛନ୍ତି। ୨୬ ବର୍ଷ ବୟସ୍କ ଭାରତୀୟ ସେନାର ଧାବକ ଗୁଲ୍ବୀର ସିଂହ ୭ ମିନିଟ ୩୮.୨୬ ସେକେଣ୍ଡ ସମୟ ନେଇ ୨ୟ ସ୍ଥାନରେ ରହି ରୌପ୍ୟପଦକ ପାଇଛନ୍ତି।
ଫଳରେ ଗୁଲ୍ବୀର ୨୦୦୮େର ସୁରେନ୍ଦର ସିଂହଙ୍କ ଦ୍ବାରା ସ୍ଥାପିତ ୭ ମିନିଟ ୪୯.୪୭ ସେକେଣ୍ଡର ଜାତୀୟ କୀର୍ତ୍ତିମାନକୁ ଭାଙ୍ଗି ଦେଇଛନ୍ତି। ସୂଚନାଯୋଗ୍ୟ; ଗତ ହ୍ବାଙ୍ଗ୍ଝୌ ଏସୀୟ କ୍ରୀଡ଼ାରେ ଗୁଲ୍ବୀର କାଂସ୍ୟ ପଦକ ଜିତିଥିଲେ। ସୂଚନାଯୋଗ୍ୟ; ପୁରୁଷ ୫୦୦୦ ଓ ୧୦୦୦୦ ମିଟର ଦୌଡ଼ରେ ମଧ୍ୟ ଜାତୀୟ କୀର୍ତ୍ତିମାନ ଗୁଲ୍ବୀରଙ୍କ ନାମେର ରହିଛି। ୨୦୨୩ରେ ଗୁଲ୍ବୀର ୫୦୦୦ ମିଟରରେ (୧୩ ମିନିଟ ୧୧.୮୨ ସେକେଣ୍ଡ) ଓ ୧୦୦୦୦ ମିଟରରେ (୨୭ ମିନିଟ ୧୪.୮୮ ସେକେଣ୍ଡ) ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ।
ଗୁଲ୍ବୀର ସିଂହ ଚଳିତବର୍ଷ ହେବାକୁ ଥିବା ବିଶ୍ବ ଦୌଡ଼କୁଦ ଚମ୍ପିଆନ୍ସିପରେ ୧୦୦୦୦ ମିଟର ଦୌଡ଼ରେ ଭାଗନେବା ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଚମ୍ପିଆନ୍ସିପରେ ୧୦୦୦୦ ମିଟର ପାଇଁ ଯୋଗ୍ୟତା ଟାଇମିଂ ୨୭ ମିନିଟ ରହିଛି।



