www.samajalive.in
Sunday, December 7, 2025
14.1 C
Bhubaneswar

ବିଜୟରୁ ଭାରତୀୟ ମହିଳା ଦଳର ଅଭିଯାନ ଆରମ୍ଭ

କଟକ: କଳିଙ୍ଗ ଷ୍ଟାଡ଼ିୟମ ହକି ଗ୍ରାଉଣ୍ଡରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ୨୦୨୪-୨୫ ଭୁବନେଶ୍ବର ଭେନ୍ୟୁ ମ୍ୟାଚ ଆରମ୍ଭ ହୋଇଛି। ଶନିବାର ମହିଳା ବିଭାଗ ମ୍ୟାଚରେ ଭାରତ ୩-୨ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଏହି ବିଜୟ ସହ ଭାରତ ୩ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ଇଂଲଣ୍ଡ ପଞ୍ଚମ ମ୍ୟାଚରୁ ଚତୁର୍ଥ ପରାଜୟ ଭୋଗିଛି।

୬ ମିନିଟ୍‌ରେ ଭାରତ ପକ୍ଷରୁ ବୈଷ୍ଣବୀ ବିଥାଲ ପାଖଲେ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୧୨ ମିନିଟ୍‌ରେ ଇଂଲଣ୍ଡ ଗୋଲ ବରାବର କରିନେଇଥିଲା। ଦଳ ପକ୍ଷରୁ ବ୍ରାଉନ ଡ୍ରାର୍ସି ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ୨୫ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଦୀପିକା ଗୋଲରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଥିଲେ। ଇଂଲଣ୍ଡ ଗୋଲ ବରାବର କରିବାକୁ ଘନଘନ ଆକ୍ରମଣ କରି ମଧ୍ୟ ବିଫଳ ହୋଇଥିଲ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା।

- Advertisement -

ତୃତୀୟ କ୍ବାର୍ଟର ତଥା ଖେଳର ୪୨ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଗୋଲ ଦେବା​‌େ​‌ର ବିଫଳ ହୋଇଥିଲା। ତୃତୀୟ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ଅନ୍ତିମ କ୍ବାର୍ଟରରେ ଇଂଲଣ୍ଡ ଗୋଲ ବରାବର କରିବାକୁ ଜୋରଦାର ଉଦ୍ୟମ କରିଥିଲା। ୫୮ ମିନିଟ୍‌ରେ ଇଂଲଣ୍ଡ ପକ୍ଷରୁ ଫିଓନା କ୍ଲାର୍କନେସ୍‌ ଗୋଲ ଦେଇ ମ୍ୟାଚକୁ ୨-୨ ବରାବର କରିଥିଲେ। ଗୋଲ ବରାବର ରଖିବାକୁ ଭାରତ ବେଶି ସମୟ ସୁଯୋଗ ଦେଇନଲା। ୫୯ ମିନିଟ୍‌ରେ ଭାରତ ପକ୍ଷରୁ ନବନୀତ କୌର ଗୋଲ ଦେଇ ଦଳକୁ ୩-୨ରେ ଆଗୁଆ କରିଥିଲେ। ଇଂଲଣ୍ଡ ଶେଷ ସେକେଣ୍ଡ ପର୍ଯ୍ୟନ୍ତ ଗୋଲ ବରାବର କରିବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲା। ରବିବାର ସ୍ପେନ-ଜମାନୀ ସହ ଓ ଭାରତୀୟ ମହିଳା ଦଳ ଇଂଲଣ୍ଡ ସହିତ ଦ୍ବିତୀୟ ଚରଣ ମ୍ୟାଚ ଖେଳିବେ।
ଜର୍ମାନୀକୁ ହରାଇଲା ସ୍ପେନ

କଳିଙ୍ଗ ଷ୍ଟାଡ଼ିୟମରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକିରେ ଶନିବାର ମହିଳା ବିଭାଗ ମ୍ୟାଚରେ ସ୍ପେନ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ପ୍ରଥମ ଓ ଦ୍ବିତୀୟ କ୍ବାର୍ଟର ଖେଳ ଗୋଲଶୂନ୍ୟ ରହିଥିଲା। ୪୩ ମିନିଟ୍‌ରେ ସ୍ପେନ ପକ୍ଷରୁ ପେଚାମ ଇଷ୍ଟଲ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୪୬ ମିନିଟ୍‌ରେ ଜର୍ମାନୀ ପକ୍ଷରୁ ଶୋଫି ସେଚ୍‌ୱେବ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ଖେଳର ୫୬ମିନିଟ୍‌ରେ ସ୍ପେନ ପକ୍ଷରୁ ଆଗୁଲୋ ବେର୍‌ଟା ଗୋଲ ଦେଇ ଦଳକୁ ୨-୧ରେ ବିଜୟୀ କରାଇଥିଲେ। ପ୍ରତିଯୋଗିତାରେ ସ୍ପେନର ଏହା ଦ୍ବିତୀୟ ବିଜୟ ହୋଇଥିବାବେଳେ ଜର୍ମାନୀର ଚତୁର୍ଥ ପରାଜୟ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories