www.samajalive.in
Monday, December 15, 2025
26.1 C
Bhubaneswar

କମିବ ରାତି ତାପମାତ୍ରା: ୧୦ ତାରିଖ ଯାଏ ଘନ କୁହୁଡି ସତର୍କତା

ଭୁବନେଶ୍ୱର : ମାଘ ମାସରେ ରାଜ୍ୟରେ ଗ୍ରୀଷ୍ମ ଅନୁଭୂତ ହେଉଥିବାବେଳେ ଉଭୟ ରାତି ଓ ଦିନ ତାପମାତ୍ରା ବୃଦ୍ଧି ପାଇଛି। ତେବେ ଗତକାଲି ରାତିରେ ରାଉରକେଲାରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଆସିଛି। ଏଠାରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍‌ ୯.୭ ଡିଗ୍ରୀ ରେକର୍ଡ଼ ହୋଇଛି। ଗତ କିଛି ଦିନ ହେଲା ଏଠାରେ ସର୍ବନିମ୍ନ ତାପମାତ୍ରା ୧୭ କିମ୍ବା ୧୮ ଡିଗ୍ରୀ ରହୁଥିଲା। ଉଭୟ କିରେଇ ଏବଂ ଝାରସୁଗୁଡ଼ାରେ ୧୧.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୧୨.୭ ଡିଗ୍ରୀ, ଫୁଲବାଣୀରେ ୧୩.୫, କେନ୍ଦୁଝରଗଡ଼ରେ ୧୩.୮, ସେମିଳିଗୁଡ଼ାରେ ୧୪.୧, କୋରାପୁଟରେ ୧୪.୫, ଭୁବନେଶ୍ବରରେ ୧୮.୫ ଏବଂ କଟକରେ ୧୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ଏବଂ ପରବର୍ତ୍ତୀ ସମୟରେ ଏଥିରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ଘନକୁହୁଡ଼ି ୧୦ ତାରିଖ ଯାଏ ରହିବ। ୯ ରୁ ୧୦ ତାରିଖ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଏବଂ ଗଞ୍ଜାମ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନକୁହୁଡ଼ି ଦେଖାଯିବ। ଆଜି ନୟାଗଡ଼ ଏବଂ କୋରାପୁଟରେ ଘନକୁହୁଡ଼ି ରହିଥିଲା। ସେହିପରି ସର୍ବାଧିକ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବାବେଳେ ୩୫ ଡିଗ୍ରୀ ତଳେ ସବୁ ସ୍ଥାନରେ ଦିନ ତାପମାତ୍ରା ରହିଛି। ସବୁଠୁ ଅଧିକ ୩୪.୭ ଡିଗ୍ରୀ ସର୍ବାଧିକ ତାପମାତ୍ରା ଅନୁଗୋଳରେ ରହିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories