ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡିଶାରେ ଘଡଘଡି ସହ ବର୍ଷା ସମ୍ଭାବନା

0

କଟକ: ଗୁରୁବାରରେ ରାଜ୍ୟରେ ତାଳଚେର ସବୁଠାରୁ ଉତ୍ତପ୍ତ ସହର । ତାଳଚେରର ତାପମାତ୍ର ସର୍ବାଧିକ  ୩୯.୧ ଡିଗ୍ରୀ ରହିଛି  । ଆସନ୍ତା  ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାର କେତକ ସ୍ଥାନରେ ଘଡଘଡି  ସହ ବର୍ଷା ହୋଇପାରେ । ଏହି ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ଦକ୍ଷିଣ ଓଡିଶାର  ଗୋଟିଏ ଦୁଇଟି  ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।  ଉପୂକୂଳ ଓଡିଶା ସହ ମୟୁରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, କନ୍ଧମାଳ , କଳାହାଣ୍ଡି ,ରାୟଗଡା ଓ ଗଜପତିରେ ପବନ ବହିବା ସହ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ତାଳଚେରେ ସର୍ବାଧିକ ତାପ ମାତ୍ରା ୩୯.୧ ଡିଗ୍ରୀ ସେଲସିୟସ ରହିଛି ।

ରାଜ୍ୟର ଅନ୍ୟ ପ୍ରମୁଖ ସହରରେ ଗୁରୁବାର ୧୫.୦୩.୨୦୧୮ରେ ଥିବା ତାପମାତ୍ରା  (ସେଲସିୟସରେ)

କଟକ- ୩୬.୮ ଡିଗ୍ରୀ ସେଲସିୟସ

ଭୁବନେଶ୍ୱର-୩୭.୬ ଡିଗ୍ରୀ ସେଲସିୟସ

ସମ୍ବଲପୁର -୩୫.୩ ଡିଗ୍ରୀ ସେଲସିୟସ

ବାରିପଦା – ୩୭.୬ ଡିଗ୍ରୀ ସେଲସିୟସ

ବାଲେଶ୍ୱର- ୩୫.୪ ଡିଗ୍ରୀ ସେଲସିୟସ

ପୁରୀ-   ୩୨ ଡିଗ୍ରୀ ସେଲସିୟସ

ଝାରସୁଗୁଡା- ୩୬.୩ ଡିଗ୍ରୀ ସେଲସିୟସ

ସୁନ୍ଦରଗଡ- ୩୮.୫ ଡିଗ୍ରୀ ସେଲସିୟସ

ଭବାନୀ ପାଟଣା- ୩୬.୭ ଡିଗ୍ରୀ ସେଲସିୟସ

ବଲାଙ୍ଗୀର- ୩୬.୫ ଡିଗ୍ରୀ ସେଲସିୟସ

କୋରାପୁଟ- ୩୬.୦ ଡିଗ୍ରୀ ସେଲସିୟସ

Leave A Reply