www.samajalive.in
Monday, December 8, 2025
27.1 C
Bhubaneswar

ରାଗିଗଲେ ମନ୍ତ୍ରୀ, ବଦଳି ପାଇଁ ଦେଲେ ନିର୍ଦେଶ

ଫୁଲବାଣୀ: ଅନାସ୍ଥା ପରେ ଫୁଲବାଣୀ ପୌର ପରିଷଦର କୌଣସି ସ୍ଥାୟୀ ଅଧ୍ୟକ୍ଷା ନ ଥିବା ବେଳେ ବର୍ତ୍ତମାନ ଉପାଧ୍ୟକ୍ଷା ଏହାର ଦାୟିତ୍ୱରେ ରହିଥିବା ବେଳେ ପୂର୍ବପରି ମଧ୍ୟ ପୌର ପରିଷଦକୁ ଆସୁନାର୍ହି ଅନୁଦାନ। ସହରର ଅନେକ ଅଞ୍ଚଳରେ ଅନେକ କାମ ଅଧା ହୋଇ ରହିଛି। କେଉଁଠାରେ ଦୀର୍ଘଦିନ ଧରି ଭାଙ୍ଗିରହିଛି ତ ପୁଣି କେଉଁଠେ କେଉଁ ଅବସ୍ଥା ନଦେଖିବା ଲୋକ ବିଶ୍ୱାସ କରିବ ନାହିଁ। ଦୁଇଦିନ ତଳେ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କର ମଧ୍ୟ ବଦଳି ହୋଇଥିବା ବେଳେ ଉପଜିଲାପାଳ ବର୍ତ୍ତମାନ ଦାୟି୍‌‌ତ୍ୱରେ ରହିଛନ୍ତି। ଏଭଳି ସ୍ଥଳେ ଫୁଲବାଣୀ ଗସ୍ତରେ ଆସିଥିବା ନଗର ଉନ୍ନୟନ ମନ୍ତ୍ରୀ ସମୀକ୍ଷା ବୈଠକରେ ଯୋଗଦେବା ପୂର୍ବରୁ ସହରର କେତେକ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ସହରରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏକାଧିକ ସାଧାରଣ ଜନତାଙ୍କ ପାଇଁ ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ଅନେକ ଆଜି ପର୍ଯ୍ୟନ୍ତ ବ୍ୟବହାର ହୋଇନାହିଁ। ତାଲାପଡ଼ି ରହିଛି। କୌଣସି ପ୍ରକାର ଉଦ୍ଦେଶ୍ୟ ପୂୁରଣ ହୋଇ ପାରୁନାହିଁ। ଏଭଳି ଏକାଧିକ ଶୌଚାଳୟର ଅବସ୍ଥା ଦେଖିବା ପରେ ମନ୍ତ୍ରୀ ରାଗିଯାଇଥିଲେ। ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ପାଇଁ ମଧ୍ୟ ସୁପାରିଶ୍‌‌ ଦେଇଥିଲେ। ରାଗ ତମତମ ଦେଖି ପାଖରେ ଥିବା ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଏକ ପ୍ରକାର ଚକିତ ହୋଇ ପଡ଼ିଥିଲେ। ମନ୍ତ୍ରୀଙ୍କ ଗସ୍ତ ବେଳେ ମାତ୍ର କିଛି ସ୍ଥାନ ଗସ୍ତକରି ଏଭଳି ଅବସ୍ଥା ଦେଖି ମନ୍ତ୍ରୀ ରାଗିଯିବା ସହିତ ଦାୟି୍‌‌ତ୍ୱରେ ରହୁଥିବା ଅଧିକାରୀ ଓ କର୍ମଚାରୀ ମାନେ କାମ କରୁନାହାନ୍ତି ବୋଲି ମଧ୍ୟ ପ୍ରକାଶ କରିଥିଲେ। ଗସ୍ତବେଳେ ବହୁ ଅଞ୍ଚଳବାସୀ ମଧ୍ୟ ମନ୍ତ୍ରୀଙ୍କୁ ଅନେକ ଦିଗ ଉପରେ ଅଭିଯୋଗ କରିଥିଲେ। ତୁରନ୍ତ ପଦକ୍ଷେପ ନେବାକ ମନ୍ତ୍ରୀ ବିଭାଗୀୟ ଅଧିକାରୀ ଓ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories