www.samajalive.in
Monday, December 8, 2025
13.1 C
Bhubaneswar

୧୨ରେ ନୌକା ଚାଳନା ପ୍ରତିଯୋଗିତା

ସମ୍ବଲପୁର: ଆସନ୍ତା ଚୈତ୍ର ପୁର୍ଣ୍ଣିମା ୧୨ ତାରିଖରେ ଶନିବାର ବୀର ବଜରଙ୍ଗ ସଂଘ, ହାଟପଡ଼ା ସମ୍ବଲପୁର ତରଫରୁ ଦ୍ୱିତୀୟ ମୀନକେତନ ଦେହେରୀ ରାଜ୍ୟସ୍ତରୀୟ ନୌକା ଚାଳନା ପ୍ରତିଯୋଗିତା ଆୟୋଜିତ ହେବ। କୈବର୍ତ୍ତ ସମାଜ ସମ୍ବଲପୁରର ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୯୦ ଜଣ ପ୍ରତିଯୋଗୀ ଭାଗ ନେବେ। ପ୍ରତି ନୌକାରେ ୨ ଜଣ ଲେଖାଏଁ ପ୍ରତିଯୋଗୀ ଭାଗ ନେବେ। ସୋନପୁର, ବିନକା, ବୌଦ୍ଧ, ହରଭଙ୍ଗା, ତିତଲିପାଲି, ବାଉଁସିନି, କେଉଁଟପାଲି, ଚଢ଼ଇପଙ୍କ, ତୁରୁମ, ସିଣ୍ଡୋଲ, ବଇପୁର, ଉଦେପୁର, ଗରିମା, ଧମା, ଦେଗାଁ, ବୀରମହାରାଜପୁର, ଚାଉଁରପୁର, ପୋତାପାଲି, ମୁଣ୍ଡୋଘାଟ, ହାଟପଡ଼ା, ଦଲେଇପଡ଼ା, କୁଞ୍ଜେଲପଡ଼ା, ବଡବଜାର, ସୋନୁଟିକିରାର ଦଳ ଗୁଡିକ ଭାଗ ନେବେ। ପ୍ରତିଯୋଗିତା ଅପରାହ୍ନ ୩ଟାରୁ ଅଯୋଧ୍ୟା ସରୋବର ହାଟପଡ଼ାରୁ ଆରମ୍ଭ ହେବ। ନୌକା ଚାଳନା ଶେଷ ହେବା ପରେ ରାମାୟାଣରେ କୈବର୍ତ୍ତ ପ୍ରସଙ୍ଗକୁ ନେଇ ଏକ ନାଟକ ପରିବେଷଣ କରାଯିବ। ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ୧୧ ହଜାର, ଦ୍ୱିତୀୟ ପୁରସ୍କାର ୭୧ ଶହ ଟଙ୍କା, ତୃତୀୟ ପୁରସ୍କାର ୫୧ ଶହ ଟଙ୍କା ଓ ଚତୁର୍ଥ ପୁରସ୍କାର ୩୧ ଶହ ଟଙ୍କା ସହିତ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ସୁରେନ୍ଦ୍ର ନାଏକ, ବିଶ୍ୱଜିତ ଦେହୁରୀ, ବବଲୁ ବାଗ, ରାଜା ବରାଳ, ସୋମନାଥ ସେଠ ପ୍ରମୁଖଙ୍କ ସହିତ ଆୟୋଜକ କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories