www.samajalive.in
Monday, December 15, 2025
26.1 C
Bhubaneswar

ଜୀବନରୁ ଅଶାନ୍ତି ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ଗୁରୁବାରରେ ଦେବଗୁରୁ ବୃହସ୍ପତିଙ୍କର ବିଶେଷ ପୂଜା କରାଯାଇଥାଏ। ବୃହସ୍ପତିଙ୍କୁ ଭାଗ୍ୟ ଓ ଧର୍ମର ପ୍ରତୀକ ବୋଲି କୁହାଯାଏ। କୁଣ୍ଡଳୀରେ ବୃହସ୍ପତିଙ୍କ ସ୍ଥିତିର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ଯଦି ବୃହସ୍ପତିଙ୍କ ସ୍ଥିତି ଭଲ ନଥାଏ ତେବେ ଜୀବନରେ ଦୁଃଖ ଓ ଅଶାନ୍ତି ଭରି ଯାଇଥାଏ। ବୃହସ୍ପତିଙ୍କ ସ୍ଥିତି ବିଶେଷ କରି ଦାମ୍ପତ୍ୟ ଜୀବନ ଉପରେ ଅଧିକ ପ୍ରଭାବ ପକାଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି।

ବୃହସ୍ପତି ଶୁଭ ସ୍ଥାନରେ ରହିଥିଲେ ଘରର ଶାନ୍ତି ବଜାୟ ରହିବା ସହିତ ପତି-ପତ୍ନୀଙ୍କ ମଧ୍ୟରେ ଭଲପାଇବା ବଢିଥାଏ। କୁଣ୍ଡଳୀରେ ବୃହସ୍ପତିଙ୍କ ସମ୍ବନ୍ଧିତ କୌଣସି ଦୋଷ ରହିଥିଲେ ଦାମ୍ପତ୍ୟ ଜୀବନରେ ବହୁ ସମସ୍ୟା ଦେଖା ଦେଇଥାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ଉପାୟ ରହିଛି। ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ –

- Advertisement -

ଗୁରୁବାର ପୂଜା ପରେ କେଶର କିମ୍ବା ହଳଦିର ତିଳକ ଲଗାଇଲେ ଘରେ ଶାନ୍ତି ବଜାୟ ରହିଥାଏ। ଏହି ଦିନ ସୁନା, ହଳଦି, ଚଣାଡାଲି, ପାଚିଲା ଆମ୍ବ ଇତ୍ୟାଦି ହଳଦିଆ ବସ୍ତୁ ଦାନ କଲେ ସୁଫଳ ମିଳିଥାଏ। ପ୍ରତି ଗୁରୁବାର ଭଗବାନ ଶିବଙ୍କୁ ବେସନ ଲଡୁରେ ଭୋଗ ଲଗାଇଲେ ଜୀବନରୁ ସମସ୍ୟା ଦୂର ହୋଇ ଶାନ୍ତି ମିଳିଥାଏ। ଗୁରୁବାର ହଳଦିଆ କପଡା ପରିଧାନ କଲେ ଓ ବିନା ଲୁଣରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କଲେ ସୁଫଳ ମିଳେ। ଏଥିସହିତ ବୃହସ୍ପତିଙ୍କ ମନ୍ତ୍ର ୧୦୮ ଥର ଜପ କଲେ ବାଧା ବିଘ୍ନ ଦୂର ହୋଇଥାଏ। ଗୁରୁବାର ସନ୍ଧ୍ୟା ସମୟରେ କଳଦୀ ଗଛ ମୂଳରେ ଦୀପ ଜଳାଇ ଗରିବ ପିଲାମାନଙ୍କୁ କଦଳୀ ଖାଇବାକୁ ଦେଲେ ଦାମ୍ପତ୍ୟ ଜୀବନରେ ଆସିଥିବା ଅନେକ ସମସ୍ୟା ଦୂର ହୋଇଥାଏ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories