www.samajalive.in
Sunday, December 14, 2025
17.1 C
Bhubaneswar

ରାଜପଥ ପାଇଁ ଲାଗୁ ହେବ ନୂଆ ଟୋଲ ନୀତି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଟୋଲ ନୀତିରେ ବ୍ୟାପକ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଯାତ୍ରାର ଦୂରତା ଅନୁସାରେ ଟୋଲ ଧାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ଅର୍ଥାତ ଯେତିକି ବାଟ ଯିବେ, ସେହି ଅନୁସାରେ ଟୋଲ ଦେବେ। ରାଜପଥରେ ଦୂର ସ୍ଥାନକୁ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ଲାଭଦାୟକ ହେବ।
ବର୍ତ୍ତମାନ ରାଜପଥର ପ୍ରତି ୬୦ କିଲୋମିଟର ବ୍ୟବଧାନରେ ଟୋଲପ୍ଲାଜା ରହିଛି। ଏଭଳି କ୍ଷେତ୍ରରେ ମାତ୍ର ୨୦ରୁ ୩୦ କିଲୋମିଟର ଯାତ୍ରା କରୁଥିବା ଲୋକଙ୍କୁ ମଧ୍ୟ ୬୦ କିଲୋମିଟର ପର୍ଯ୍ୟନ୍ତ ଟୋଲ ଦେବାକୁ ପଡୁଛି। ଫଳରେ ଏଥିରେ ସଂଶୋଧନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‍ଏଚ୍‍ଏଆଇ)ର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ୩ ମାସ ମଧ୍ୟରେ ଟୋଲ ନୀତିରେ ପରିବର୍ତ୍ତନ କରାଯିବ। ନୂଆ ନୀତି ଅନୁସାରେ ଟୋଲପ୍ଲାଜାଗୁଡ଼ିକୁ ସହରଠାରୁ ଦୂରରେ ରଖାଯିବ। ୪ ଥାକିଆ ଶ୍ରେଣୀରେ ଆସୁନଥିବା ଜାତୀୟ ରାଜପଥଗୁଡ଼ିକରୁ ଟୋଲପ୍ଲାଜା ହଟାଇ ଦିଆଯିବ। ସଡ଼କ ଓ ପରିବହ ମନ୍ତ୍ରାଳୟ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଟୋଲପ୍ଲାଜାକୁ ସମ୍ପୂର୍ଣ୍ଣ ରୂପେ ଇଲେକ୍ଟ୍ରୋନିକ କରାଯିବ। ଏଥିପାଇଁ ସ୍ମାର୍ଟ ଟ୍ୟାଗ ବ୍ୟବସ୍ଥା କରାଯିବ। ଏଭଳି ହେଲେ ଯାତ୍ରୀଙ୍କୁ ଟୋଲଗେଟରେ ଅଟକି ରହିବାକୁ ପଡ଼ିବ ନାହିଁ। ତେବେ ୮୦% ଗାଡ଼ି ଇଲେକ୍ଟ୍ରୋନିକ ମୋଡ଼ରେ ଟୋଲ ପ୍ରଦାନ ନକରିବା ପର୍ଯ୍ୟନ୍ତ ଟୋଲପ୍ଲାଜାରୁ ଜାମ ହଟାଯିବ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି। ସଡ଼କ ଓ ପରିବହ ମନ୍ତ୍ରାଳୟ ଆବଶ୍ୟକ ସଂଶୋଧନ ସହ ଏହି ନୂଆ ନୀତି ଲାଗୁ କରିବ ବୋଲି କୁହାଯାଉଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories