ପାଣି ଅଭାବରୁ ହୋଇପାରିନି ଧାନ ରୁଆ, ଚିନ୍ତାରେ ଚାଷୀ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ନାରାୟଣପୁର ଓ କରପା ପଞ୍ଚାୟତରେ ପାଣି ଅଭାବରୁ ଧାନ ରୁଆ ହୋଇପାରୁ ନ ଥିବା ଦେଖିବାକୁ ମିଳିଛି । ଧାନ ରୁଆ ହୋଇ ନଥିବାରୁ ଚିନ୍ତାରେ ଚାଷୀ । ଉକ୍ତ ପଞ୍ଚାୟତରେ କେନାଲ ଥାଇ ମଧ୍ୟ ପାଣି ଅଭାବ ଯୋଗୁଁ ଧାନ ରୁଆ ହୋଇପାରିନି । ଚାଷୀମାନେ ମିନି ବ୍ୟାଙ୍କ(ଲ୍ୟାମ୍ପ) ଓ ସାହୁକାରଠାରୁ ଧାର କରଜ କରି ଧାନ ବିହନ ନେଇ ବିଲରେ ତଳି ପକେଇଥିଲେ । ସଠିକ ଭାବରେ ବର୍ଷା ହେଉନଥିବାରୁ କେନାଲରେ ପାଣି ଆସୁ ନ ଥିବା ଯୋଗୁଁ ବିଲକୁ ପାଣି ହେଉନାହିଁ । ଯାହା ଫଳରେ ଧାନ ତଳି ହୋଇଥିଲେ ମଧ୍ୟ ପାଣି ନ ଥିବାରୁ ରୁଆ କରିପାରୁ ନ ଥିବା ବେଳେ ଅନ୍ୟପଟେ ତଳି ଘର ପଡିଯାଉଛି ବୋଲି ଚାଷୀ ଲଛମ ପତି କାଡ୍ରାକା, ଧନପତି କାଡ୍ରାକା, ପ୍ରାସ୍କା ଶିରି, କାଡ୍ରାକା ମାଣି, ବିସମ୍ବର ନିସିକା, କାଡ୍ରାକା ସାରୁ, କାଡ୍ରାକା ଦାସରାୟା, ପ୍ରାସ୍କା ରାମଚନ୍ଦ୍ର ପ୍ରମୁଖ ଅଭିଯୋଗ କରିଛନ୍ତି । ଶ୍ରାବଣ ମାସ ଶେଷ ହୋଇ ଭାଦ୍ରବ ମାସ ଆସିଯାଇଥିଲେ ସୁଦ୍ଧା ସଠିକ ବର୍ଷା ହୋଉ ନ ଥିବା ଯୋଗୁଁ ଧାନ ରୁଆ ହୋଇପାରିନି । ଋଣ କିପରି ସୁଝିବେ ତାହା ନେଇ ଚିନ୍ତାରେ ରହିଛନ୍ତି ଚାଷୀ । ଏହିପରି ଉକ୍ତ ବ୍ଲକର ୧୪ଟି ପଞ୍ଚାୟତରେ ଏପରି ସମସ୍ୟା ଦେଖାଦେଇଥିବା ଦେଖିବାକୁ ମିଳିଛି ।

kalyan agarbati

Comments are closed.