BJD Bijuli 480×75 Mob

ଜଳାଭାବ ପାଇଁ ଜାରି ହେବ ଜରୁରୀକାଳୀନ ପରିସ୍ଥିତି

BJD Bijuli 480×75 Mob
0

ବିଶେଷଜ୍ଞଙ୍କ ମତରେ ଏବେ ମଧ୍ୟ ଲୋକେ ସଚେତନ ହୋଇନାହାନ୍ତି। ଅନେକ ପ୍ରାନ୍ତରେ ଲୋକେ ମନଇଚ୍ଛା ପାଣି ଖର୍ଚ୍ଚ କରିବା ଅଭ୍ୟାସ ନିୟନ୍ତ୍ରଣ କରିପାରୁହାନ୍ତି। ଏଭଳି ପରିସ୍ଥିତି ନିମନ୍ତେ ଆଗାମୀ କିଛିଦିନ ମଧ୍ୟରେ ଜଳାଭାବ ପାଇଁ କାର୍ୟ୍ୟକାରୀ ହେବ ଜରୁରୀକାଳୀନ ପରିସ୍ଥିତି।

ଦକ୍ଷିଣଆଫ୍ରିକାର ରାଜଧାନୀ କେପଟାଉନରେ ବର୍ଷା ନ ହେବା କାରଣରୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। କେପଟାଉନରେ ଥିବା ୬ଟି ବଡ଼ବଡ଼ ଡ୍ୟାମ୍ ଏବେ ଶୁଷ୍କପ୍ରାୟ। ଆଗାମୀ କିଛିଦିନ ମଧ୍ୟରେ ବର୍ଷା ଏଠାରେ ନହେଲେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯିବ। ପ୍ରଶାସନ ଏହା ପରେ ସେଠା ଘରମାନଙ୍କୁ ଜଳଯୋଗାଣ ବନ୍ଦ କରିବ। ଜୁଲାଇ ସୁଦ୍ଧା ଏହି ପଦକ୍ଷେପ ନିଆଯିବ ବୋଲି ଶୁଣାଯାଉଛି।

କ’ଣ ପଦକ୍ଷେପ ନିଆଯିବ, ତାହା ମଧ୍ୟ ବର୍ତ୍ତମାନଠାରୁ ସ୍ଥିରୀକୃତ ହୋଇସାରିଛି। ସହରର ୨୦୦ଟି କେନ୍ଦ୍ର ଖୋଲାଯାଇ ସେଠାରେ ଲୋକଙ୍କୁ ଜଳ ବିତରଣ କରାଯିବ। ବର୍ତ୍ତମାନ ସେଠାରେ ପ୍ରତି ପରିବାରକୁ ୮୭ଲିଟର ପାଣି ଯୋଗାଇ ଦିଆଯାଉଛି। ହେଲେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ପରେ ପରିବାର ପିଛା ମାତ୍ର ୨୪ଲିଟର ଜଳ ଯୋଗାଇ ଦିଆଯିବ। ପରିସ୍ଥିତି ଯେ ଆଗାମୀ ଦିନରେ କ’ଣ ହେବ, ସେଥିନେଇ ଏବେଠାରୁ ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି।

Leave A Reply