www.samajalive.in
Sunday, December 7, 2025
26.1 C
Bhubaneswar

ଭାରତରେ ଫେସବୁକ୍‌ ବନ୍ଦ କରିଦେବାକୁ ଚେତାବନୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇକୋର୍ଟ  ଭାରତରେ ସେବା ବନ୍ଦ କରିଦେବାକୁ ଚେତାବନୀ ଦେଇଛନ୍ତି। ସୂଚନା ଅନୁସାରେ,  ସାଉଦି ଆରବ କାରାଗାରରେ ଥିବା ଜଣେ ଭାରତୀୟଙ୍କ ସହ ମାମଲାର ତଦନ୍ତ ସମ୍ପର୍କରେ କୋର୍ଟ ଏହି ମନ୍ତବ୍ୟ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ କର୍ଣ୍ଣାଟକ ପୁଲିସ୍‌ ସହଯୋଗ କରୁନାହିଁ ବୋଲି ଅଭିଯୋଗ ଆସିଛି। ଡାକସିନା କନ୍ନଡ ଜିଲାର ବିକର୍ନାକାଟେ ନିବାସୀ କବିତାଙ୍କ ଆବେଦନ ଉପରେ ଶୁଣାଣିବେଳେ ଜଷ୍ଟିସ କୃଷ୍ଣ ଏସ. ଦୀକ୍ଷୀତଙ୍କ ବେଞ୍ଚ ସୋସିଆଲ ମିଡିଆ କମ୍ପାନୀକୁ ଏହି ଚେତାବନୀ ଦେଇଛନ୍ତି। ସପ୍ତାହେ ମଧ୍ୟରେ କୋର୍ଟରେ ଆବଶ୍ୟକ ସୂଚନା ସହିତ ସମ୍ପୂର୍ଣ୍ଣ ରିପୋର୍ଟ ଉପସ୍ଥାପନ କରିବାକୁ ବେଞ୍ଚ ଫେସବୁକକୁ ନିର୍ଦ୍ଦେଶ ଦେଇଛନ୍ତି। ସାଉଦି ଆରବରେ ଜଣେ ଭାରତୀୟ ନାଗରିକଙ୍କୁ ବିନା କାରଣରେ ଗିରଫ କରିବା ପ୍ରସଙ୍ଗରେ ଏପର୍ଯ୍ୟନ୍ତ ଆମ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଇଛି ତାହା କେନ୍ଦ୍ର ସରକାର କହିବା ଉଚିତ। ଏହା ସହ ମାଙ୍ଗାଲୁରୁ ପୁଲିସକୁ ତଦନ୍ତ ଜାରି ରଖିବାକୁ ଏବଂ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories