ଉତ୍କଳ ଦିବସ ଉପଲକ୍ଷେ ଉପରାଷ୍ଟ୍ରପତିଙ୍କ ବାର୍ତ୍ତା
ଉତ୍କଳ ଦିବସ ଉପଲକ୍ଷେ ଓଡ଼ିଶାର ସମସ୍ତ ନାଗରିକମାନଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା।
ମୁଁ ଏହା ଜାଣି ଆନନ୍ଦିତ ଯେ ଓଡ଼ିଶା ରାଜ୍ୟ, ପ୍ରତ୍ୟେକ ବର୍ଷ ଏପ୍ରିଲ ପହିଲାରେ ଉତ୍କଳ ଦିବସ ପାଳନ କରି
ଆସୁଛି। ଏପ୍ରିଲ ୧, ୧୯୩୬ରେ ଏହା ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇବା ପରଠାରୁ ଏହି ଦିବସ
ପାଳିତ ହେଉଛି।
ଓଡ଼ିଶାର ଏକ ଗୌରବମୟ ଏବଂ ସମୃଦ୍ଧ ଇତିହାସ ରହିଛି। ସାଂସ୍କୃତିକ ବିବିଧତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ
ପାଇଁ ଏହାର ପ୍ରସିଦ୍ଧି ରହିଛି। ପର୍ବପର୍ବାଣୀ, ସୁନ୍ଦର କଳା ଓ ଚମତ୍କାର ସ୍ଥାପତ୍ୟର ଏହା ଗନ୍ତାଘର।
ଖୁସିର କଥା ହେଉଛି ଓଡ଼ିଶାରେ ସ୍ଥିର ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଛି ଏବଂ ମାନବ ବିକାଶ ସୂଚକାଙ୍କରେ
ଏହା ଉନ୍ନତ ପ୍ରଦର୍ଶନ କରୁଛି।
ଉତ୍କଳ ଦିବସ ପାଳନ ଉପଲକ୍ଷେ ଓଡ଼ିଶାର ଜନସାଧାରଣଙ୍କୁ ମୁଁ ମୋର ଶୁଭକାମନା ଜଣାଉଛି।
ରାଜ୍ୟ ଓ ରାଜ୍ୟର ଲୋକମାନେ ନିରନ୍ତର ସମୃଦ୍ଧି ଓ ପ୍ରଗତି ହାସଲ କରିଚାଲନ୍ତୁ।