www.samajalive.in
Monday, December 8, 2025
14.1 C
Bhubaneswar

ଆରମ୍ଭ ହେଲା ପିପିଲିରେ ମତଦାନ

ପୁରୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୭ଟାରୁ ପିପିଲି ବିଧାନସଭା ଆସନ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ୨ ଲକ୍ଷ ୨୯ ହଜାର ୯୯୮ ମତଦାତା ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ । ୩୪୮ ମତଦାନ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇଛି ଓ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ପିପିଲିରେ ୧୯୯ ଏବଂ ଡେଲାଙ୍ଗ ବ୍ଲକ୍‌ରେ ୧୪୯ ମତଦାନ କେନ୍ଦ୍ରରେ ଏହି ମତଦାନ ହେଉଛି। ୧୨ଟି ମତଦାନ କେନ୍ଦ୍ରରେ ଭିଡିଓ ରେକର୍ଡିଂ କରାଯାଉଛି। ନିର୍ବାଚନ କମିସନଙ୍କ ନିର୍ଦେଶ ଅନୁଯାୟୀ ୨୦ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ଚଳିତ ନିର୍ବାଚନରେ କରୋନା କଟକଣା କଡ଼ାକଡ଼ି ପାଳନ କରାଯାଉଥିବା ବେଳେ ‌ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

୧୦୨ଟି ଅତି ସମ୍ବେଦନଶୀଳ ଏବଂ ୭୩ ସମ୍ବେଦନଶୀଳ ମତଦାନ କେନ୍ଦ୍ର ଉପରେ ତୀକ୍ଷ୍‌ଣ ନଜର ରଖିଛି ପ୍ରଶାସନ। ସେସବୁ ସ୍ଥାନରେ କେନ୍ଦ୍ରୀୟ ସୁରକ୍ଷା ବଳ ସମେତ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇଛି। ୨୫ ପ୍ଲାଟୁନ ପୁଲିସ ଫୋର୍ସ ସମେତ ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ, ୧୬୩ ସହକାରୀ ଆରକ୍ଷୀ ନିରୀକ୍ଷକ, ୭୩୬ ହାବିଲଦାର ଓ କନଷ୍ଟେବଳଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତ କରାଯାଇଛି।

- Advertisement -

ପିପିଲି ନିର୍ବାଚନ ମଣ୍ଡଳୀକୁ ୪ଗୋଟି ଜୋନ୍‌ କରାଯାଇଛି। ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହଙ୍କ ନେତୃତ୍ବରେ ୩ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏବଂ ୪ଜଣ ଉପଆରକ୍ଷୀ ଅଧୀକ୍ଷକ ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ବରେ ରହିଛନ୍ତି। ପିପିଲି ଓ ଡେଲାଙ୍ଗର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇ ଗାଡ଼ି ଗୁଡ଼ିକୁ ଯାଞ୍ଚ କରାଯାଉଛି। ପିପିଲି, ଡେଲାଙ୍ଗ, ସତ୍ୟବାଦୀ ଓ ବଳଙ୍ଗା ଥାନା ଅଞ୍ଚଳରେ ପୁଲିସ ପଇଁତରା କଡ଼ାକଡ଼ି କରାଯାଇଛି। ୩୨ଟି ଭ୍ରାମ୍ୟମାଣ ଦଳ କାର୍ଯ୍ୟ କରୁଛି। ୧୯୮୩ ପୁଲିସ କର୍ମଚାରୀଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି।

ଆଗାମୀ ୩ତାରିଖରେ ଭୋଟ ଗଣତି କରାଯିବା ସହ ଫଳାଫଳ ଘୋଷଣା କରାଯିବ। ତେଣୁ ଆଜି ମତଦାନ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଇଭିଏମ୍‌ ଗୁଡ଼ିକୁ ପୁରୀ ଅଣାଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories