କନ୍ଧମାଳ ବାସୀଙ୍କୁ ବହୁତ ଭଲ ପାଇଥାନ୍ତି ମୁଖ୍ୟମନ୍ତ୍ରୀ
ଫୁଲବାଣୀ: ସମଗ୍ର ଓଡ଼ିଶାବାସୀ ହେଉଛନ୍ତି ନବୀନ ପରିବାରର , ବିଜୁ ପରିବାରର। ଏ ସରକାର ବିଜେଡ଼ି ସରକାର ନୁହେଁ , ଏହା ଆପଣମାନଙ୍କର ସରକାର , ଲୋକଙ୍କ ସରକାର। ଆପଣମାନେ ଯେତେବେଳେ ଯାହା ଚାହିଁବେ , ଏ ସରକାର ତାହା କରିବ। ମୁଖ୍ୟମନ୍ତ୍ରୀ କନ୍ଧମାଳ ବାସୀଙ୍କୁ ବହୁତ ଭଲ ପାଇଥାନ୍ତି। ଏ ଜିଲାର ଅଧିବାସୀ ହେଉଛନ୍ତି ଅତ୍ୟନ୍ତ ସରଳ। ଏ ଜିଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଚିନ୍ତା କରିଥାନ୍ତି ଏଭଳି କହି ଆଜି ଫୁଲବାଣୀ କରୋନେସନ ପଡ଼ିଆ ଠାରେ ଅନୁଷ୍ଠିତ ଜିଲା ସ୍ତରୀୟ ଧନ୍ୟବାଦ ଆମ ଓଡ଼ିଶା , ନବୀନ ଓଡ଼ିଶା ସଭାରେ ଉଦ୍ବୋଧନ ଦେଇଛନ୍ତି ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଏହି ଉଦ୍ବୋଧନ ଦେଇ କନ୍ଧମାଳ ବାସୀଙ୍କର ମନ ଜିଣିଛନ୍ତି ଶ୍ରୀ ପାଣ୍ଡିଆନ୍। ଏହି ଅବସରରେ ଉପସ୍ଥିତ ଥିବା ହଜାର ହଜାର ବିଜୁ ପ୍ରେମିଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ରାଜ୍ୟ ସରକାରଙ୍କ ବିିକାଶ ଯେଭଳି ଭାବେ ପ୍ରତ୍ୟେକ ଘରେ ଘରେ ପହଞ୍ଚିପାରିବ ସେଥିପାଇଁ ବିଜୁ ପରିବାରର ସବୁ ସେନାପତି ଓ ସୌନିକ ମାନେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ।
ସେ ଆହୁରି କହିଥିଲେ ଯେ, ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ସୁଦୃଢ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁଙ୍ଗ ଜନନାୟକ ବୋଲି କହିବା ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ସମର୍ପଣର ବିଭିନ୍ନ ଉଦାହରଣ ଦେଇଥିଲେ। ବିକାଶ କାର୍ଯ୍ୟକୁ ଯେଉଁମାନେ ଦେଖି ସହି ପାରୁନାହାନ୍ତି ସେମାନଙ୍କ ଭୃକ୍ଷେପ ନକରି ମୁଖ୍ୟମନ୍ତ୍ରୀ ୭୭ ବର୍ଷ ବୟସରେ ମଧ୍ୟ ରାଜ୍ୟର ବିକାଶରେ ନିଜକୁ ସବୁବେଳେ କାର୍ଯ୍ୟକରୁଛନ୍ତି ବୋଲି ପ୍ରକାଶ କରିଥିଲେ। ଲୋକଙ୍କ କଲ୍ୟାଣ ପାଇଁ ମୁଖ୍ୟପାଇଁ ଯେଉଁଭଳି ଭାବେ ଅହରଣ ପରିଶ୍ରମ କରିଛନ୍ତି ତାହା ଦେଖି ତାଙ୍କ ବେସ୍ ପ୍ରେରଣା ଯୋଗାଇଛି ବୋଲି ପ୍ରକାଶ କରିଥିଲେ। ଓଡ଼ିଶା କିଭଳି ନୂଆ ଓଡ଼ିଶା ଓ ରୁପାନ୍ତରିତ ଯୋଗୁଁ ଦୃତ ଗତିରେ ୁ ଅଗ୍ରସର ହେଉଛି ତାହାର ଅନେକ ଉଦାହରଣ ଦେଇଥିଲେ ଶ୍ରୀ ପାଣ୍ଡିଆନ୍।
ଏହି ଅବସରର ପରୋକ୍ଷରେ ବିକାଶ ବିରୋଧିଙ୍କୁ ପ୍ରଶ୍ନ କରିଥିଲେ ଯେ, ଏହା ଯଦି ରୁପାନ୍ତରିତ ନୁହେଁ , ଏହା ଯଦି ନୂଆ ଓଡ଼ିଶାର ଯାତ୍ରା ନୁହେଁ , ତାହା ହେଲେ ଆଉ କଣ ବୋଲି ପ୍ରଶ୍ନ କରିବା ସହିତ ଆଗାମୀ ଦିନରେ ପ୍ରତି ପଞ୍ଚାୟତରୁ ଲକ୍ଷ୍ମୀ ବସ୍ ଗଡ଼ିବା ପାଇଁ ହୋଇଥିବା ଲକ୍ଷ୍ମୀ ଯୋଜନା ଉପରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ।
ଏଥି ସହିତ ପ୍ରତି ପଂଚାୟତରେ ୬ ମାସ ମଧ୍ୟରେ ମୋ ବ୍ୟାଙ୍କ ଲୋକଙ୍କ କିଭଳି ଭାବେ ସହାୟତା ହୋଇ ପାରିବ ସେ ଉପରେ ପ୍ରକାଶ କରିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା , ସ୍କୁଲ ଓ କଲେଜର ରୁପାନ୍ତରଣ ପ୍ରସଙ୍ଗ ଉତଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ଗରୀବ ଲୋକଙ୍କ ସଶକ୍ତି କରଣ ଉପରେ ବେସ୍ ଗୁରୁତ୍ୱ ଦେଇଛନ୍ତି ବୋଲି ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ସହଯୋଗାରେ ଆଜି ସାଧାରଣ ଜନତା ଓ ଗରୀବ ଜଣେ ମଧ୍ର ନିଜ ନିଜ ସନ୍ତାନ ମାନଙ୍କୁ ଡ଼ାକ୍ତର , ଇଞ୍ଜିନିୟର , ଭଳି ବଡ଼ ବଡ଼ ବୃତ୍ତିରେ ଦେଖିବା ସ୍ୱପ୍ନ ସାକାର କରିପାରୁଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ।
ରାଜ୍ୟ ବାସୀଙ୍କ ମୁହଁରେ ହସ ଫୁଟାଇବା ମୁଖ୍ୟମନ୍ତ୍ରୀଙ୍କର ଏକ ମାତ୍ର ଲକ୍ଷ ବୋଲି ଶ୍ରୀ ପାଣ୍ଡିଆନ୍ ଉଦବୋଧନ ଦେବା ସହିତ ଓଡ଼ିଶା ବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି ପରିଶ୍ରମ କରୁଛନ୍ତି ବୋଲି କହିଥିଲେ। କନ୍ଧମାଳ ବିଜୁ ପରିବାର ଜିଲା ପରିଷଦର ଭଲ ଫଳାଫଳ ପାଇଛନ୍ତି ତେଣୁ ଆଗାମି ଦିନରେ ମଧ୍ୟ ଭଳ ଫଳାପଳ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।। ଆଜି ଅନୁଷ୍ଠିତ ସାଧାରଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ , କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ , ବାଲିଗୁଡ଼ା ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଚକ୍ରମଣି କହଁର , ଫୁଲବାଣୀ ବିଧାୟକ ଅଙ୍ଗଦ କହଁର , ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲିକ , ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନି ମଳିକ , ବାଲିଗୁଡ଼ା ନିର୍ବାଚନ ମଣ୍ଡଳି ସଂଯୋଜକ ଟୁନା ଦାସ , ଜି.ଉଦୟଗିରି ନିର୍ବଚନ ମଣ୍ଡଳି ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ , ସମସ୍ତ ବ୍ଳକର ବିଜେଡ଼ି ଦଳର ନିର୍ବାଚିତ ବ୍ଳକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା , ଜିଲା ପରିଷଦ ସଭ୍ୟ , ସଭ୍ୟା ଓ ଅନ୍ୟ ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।
ସଭା ପରେ ପରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଉପସ୍ଥିତ ହଜାର ହଜାର ଜନତାଙ୍କ ସହିତ ସାକ୍ଷାତକରି କରମର୍ଦ୍ଧନ କରିବା ସହିତ ଅନେକଙ୍କ ଠାରୁ ଶହ ଶହ ସଂଖ୍ୟରେ ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ଅନେକଙ୍କର ଅଭିଯୋଗ ସଭାସ୍ଥଳରେ ହିଁ ଶୁଣି ତୁରନ୍ତ ଏହାର ସମାଧାନ ପାଇଁ ଉପସ୍ଥିତ ନେତା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟର୍କମକୁ କନ୍ଧମାଳ ବିଜେଡ଼ି ପର୍ଯ୍ୟବେକ୍ଷକ ବିଜୟ ନାୟକ ପରିଚାଳନା କରିବା ସହିତ ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମସ୍ତ ନିର୍ବାଚନ ମଣ୍ଡଳିର ନେତା ଓ କର୍ମୀମାନେ ମିଳିତ ଭାବେ ଶ୍ରୀ ପାଣ୍ଡିଆନଙ୍କୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.