ନୂଆଦିଲ୍ଲୀ: ଡୁଆଲ ପପ୍-ଅପ୍ ସେଲଫି କ୍ୟାମେରା ସହ ଭିଭୋର ନୂଆ ସ୍ମାର୍ଟଫୋନ ଭି-୧୭ପ୍ରୋର ବଜାର ପ୍ରବେଶ ହୋଇଛି। ଏହି ଫୋନର ପଛପଟେ ଚାରୋଟି କ୍ୟାମେରା ଏବଂ ଆଗପଟେ ଦୁଇଟି କ୍ୟାମେରା ଦିଆଯାଇଛି। ଏହି ଫୋନରେ ଭଲ ବ୍ୟାଟେରୀ ଏବଂ ଶକ୍ତିଶାଳୀ ପ୍ରୋସେସର ଦିଆଯାଇଛି। ଏହାର ୮ଜିବି ରାମ ଓ ୧୨୮ଜିବି ଷ୍ଟୋରେଜ ଫୋନର ମୂଲ୍ୟ ୨୯ହଜାର ୯୯୯ଟଙ୍କା। ଏହି ଫୋନର ବିକ୍ରି ସେପ୍ଟେମ୍ବର ୨୭ରୁ ହେବ।
ଫୋନରେ ୬.୪୪ଇଞ୍ଚ ସୁପର ଏମୋଲେଡ୍ ଡିସପ୍ଲେ ରହିଛି। ଯାହାର ସ୍କ୍ରିନ ଟୁ ବଡି ରେଶିଓ ୯୧.୬୫ପ୍ରତିଶତ ରହିଛି। ଏହାସହିତ ଏହାର ବ୍ୟାକ୍ ପ୍ୟାନେଲରେ ଗରିଲା ଗ୍ଲାସ-୬ ଦିଆଯାଇଛି। ଏଥିରେ କ୍ବାଲାକମ ସ୍ନାପଡ୍ରାଗନ ୬୭୫ଚିପସେଟ୍ ରହିଛି।
ଏଥିରେ ୪୮ମେଗାପିକ୍ସେଲର ସୋନି ଆଇଏମଏକ୍ସ ସେନସର, ୧୩ମେଗାପିକ୍ସେଲ ଟେଲିଫଟୋ ଲେନ୍ସ, ୮ମେଗାପିକ୍ସେଲର ଅଲ୍ଟ୍ରାୱାଇଣ୍ଡ ଆଙ୍ଗଲ ଏବଂ ୨ମେଗାପିକ୍ସେଲ ବୋକନ କ୍ୟାମେରା ମିଳିବ।
ସଂଯୋଗ ପାଇଁ ଫୋନରେ ୪ଜି ଏଲଟିଇ, ବ୍ଲୁଟୁଥ ୫.୦, ୱାଇ-ଫାଇ, ଜିପିଏସ୍ ଏବଂ ୟୁଏସବି ପୋର୍ଟ ଭଳି ଫିଚର୍ସ ଦିଆଯାଇଛି। ଫୋନରେ ୪ହଜାର ୧୦୦ଏମ୍ଏଚ୍ ବ୍ୟାଟେରୀ ରହିଛି।
ଡୁଆଲ ପପ୍-ଅପ୍ ସେଲଫି କ୍ୟାମେରା ସହ ଭିଭୋ ଭି-୧୭ପ୍ରୋର ବଜାର ପ୍ରବେଶ
Popular Categories



