ଭାରତୀୟ ମହିଳାଙ୍କଠାରେ ଭିଟାମିନ୍‍ ଡି କମ କାହିଁକି?

0

ନୂଆଦିଲ୍ଲୀ; ଭାରତୀୟ ମହିଳାମାନେ ଭିଟାମିନ୍‍ ଡି ଅଭାବର ଶିକାର ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ ଓ ପତ୍ରପତ୍ରିକାରେ ପ୍ରକାଶ ପାଉଛି। ଆସୋଚାମ୍‍ର ସର୍ବେକ୍ଷଣ ଅନୁଯାୟୀ ନୂଆଦିଲ୍ଲୀରେ ପ୍ରତି ୧୦ ଜଣରେ ୮ ଜଣ ମହିଳାଙ୍କଠାରେ ଭିଟାମିନ୍‍ ଡି ଅଭାବ ପରିଲକ୍ଷିତ ହୋଇଛି।
ଏବେ ଏକ ନୂଆ ସର୍ବେକ୍ଷଣ ଅନୁଯାୟୀ ଅପେକ୍ଷାକୃତ ଆର୍ଥିକ ସ୍ତରରେ ଦୁର୍ବଳ ବର୍ଗର ମହିଳାଙ୍କଠାରେ ଭିଟାମିନ୍‍ ଡି ଅଭାବ ରହିଛି। ଏମ୍ସ, ଡାଇବେଟିସ୍‍ ଫାଉଣ୍ଡେସନ୍‍ ଅଫ୍‍ ଇଣ୍ଡିଆ, ନ୍ୟାଶ୍‍ନାଲ୍‍ ଡାଇବେଟିସ୍‍ ଓବେସିଟି, କୋଲେଷ୍ଟ୍ରୋଲ୍‍ ଫାଉଣ୍ଡେସନ୍‍ର ମିଳିତ ଆନୁକୂଲ୍ୟରେ ଫୋର୍ଟିସ ସି ଡକ୍‍ ଦ୍ୱାରା ହୋଇଥିବା ଏହି ସର୍ବେକ୍ଷଣ ଅନୁଯାୟୀ, ଯେଉଁ ମହିଳାମାନେ ଅଧିକ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କଠାରେ ଭିଟାମିନ୍‍ ଡି ଅଭାବ ଆଶଙ୍କା କମ୍‍ ରହୁଛି। ଏବେ ଭାରତରେ ପୂର୍ବାପେକ୍ଷା କର୍ମଜାବୀ ମହିଳା ସଂଖ୍ୟା ବୃଦ୍ଧି ପାଇଛି। କିନ୍ତୁ ସେମାନେ ଛାତ ତଳେ ଓ ଚାରି କାନ୍ଥ ମଧ୍ୟରେ ଅଧିକାଂଶ ସମୟ ଅତିବାହିତ କରୁଛନ୍ତି। ତେଣୁ ସେମାନେ ସୂର୍ଯ୍ୟାଲୋକ ସଂସ୍ପର୍ଶରେ କମ୍‍ ଆସୁଛନ୍ତି। ଭାରତୀୟ ମହିଳାଙ୍କ ରକ୍ତ ସର୍କରା ବୃଦ୍ଧି ପଛରେ ଭିଟାମିନ୍‍ ଡି ଅଭାବ ମଧ୍ୟ ଏକ କାରଣ ବୋଲି ଗବେଷକମାନେ କହିଛନ୍ତି।

kalyan agarbati
Leave A Reply