www.samajalive.in
Tuesday, December 9, 2025
15.1 C
Bhubaneswar

ବିଶାଖାପଟନମ – ସମ୍ବଲପୁର ସ୍ୱତନ୍ତ୍ର ପାର୍ସଲ ଏକ୍ସପ୍ରେସର ଚଳାଚଳ ସମ୍ପ୍ରସାରଣ

ସମ୍ବଲପୁର: କରୋନା ଭୂତାଣୁର ସଂକ୍ରମଣକୁ ନେଇ ଦେଶରେ ଲକ ଡାଉନ ଚାଲିଥିବା ବେଳେ ରେଳବାଇର ଯାତ୍ରୀବାହୀ ସେବା ବନ୍ଦ ରହିଛି। ତେବେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ତରଫରୁ ଅନବରତ ଭାବରେ କୋଇଲା, ଖାଦ୍ୟଶସ୍ୟ, ସାର, ପେଟ୍ରୋଲିୟମ ଉତ୍ପାଦ, ଫଳ, ପନିପରିବା, ଦୁଗ୍ଧ, ଜାଳେଣୀ ତେଲ, ଚିନି, ଲୁଣ, ଔଷଧ ଇତ୍ୟାଦି ଦେଶର ବିଭିନ୍ନ ପ୍ରାନ୍ତକୁ ପହୁଞ୍ଚାଇବା ଜାରି ରଖିଛି।ଏଣୁ ପୂର୍ବତଟ ରେଳବାଇ ତାର ପରିସୀମା ମଧ୍ୟରେ ଟାଇମ ଟେବୁଲ ପାର୍ସଲ ଏକ୍ସପ୍ରେସର ଚଳାଚଳ ନିଶ୍ଚିତ କରିଛି।

ଏହି କ୍ରମରେ ସ୍ୱତନ୍ତ୍ର ବିଶାଖାପଟନମ – ସମ୍ବଲପୁର – ବିଶାଖାପଟନମ ପାର୍ସଲ ଏକ୍ସପ୍ରେସ ଚଳାଚଳକୁ ସମ୍ପ୍ରସାରଣ କରିବା ପାଇଁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି। ଟ୍ରେନ ସଂଖ୍ୟା ୦୦୫୩୦ ବିଶାଖାପଟନମ – ସମ୍ବଲପୁର ପାର୍ସଲ ଏକ୍ସପ୍ରେସ ବିଶାଖାପଟନମରୁ ୧୭, ୧୯, ୨୧, ୨୩, ୨୫, ୨୭, ୨୯ ଓ ୩୧ ମଇ ୨୦୨୦ ସକାଳ ୯ଟାରେ ଛାଡି ସମ୍ବଲପୁର ଠାରେ ସେହିଦିନ ଅପରାହ୍ନ ୫ଟା ୩୦ରେ ପହଞ୍ଚିବ। ସେହିଭଳି ଫେରନ୍ତା ପଥରେ ଏହି ଟ୍ରେନ ସଂଖ୍ୟା ୦୦୫୨୯ ସମ୍ବଲପୁର – ବିଶାଖାପଟନମ ପାର୍ସଲ ଏକ୍ସପ୍ରେସ ସମ୍ବଲପୁର ରୁ ୧୮, ୨୦, ୨୨, ୨୪, ୨୬, ୨୮, ୩୦ ମେ ଓ ଜୁନ ୧ ରେ ସକାଳ ୯ଟାରେ ସମ୍ବଲପୁରରୁ ଛାଡି ବିଶାଖାପଟନମରେ ସେହିଦିନ ସନ୍ଧ୍ୟା ୬ଟାରେ ପହଞ୍ଚିବ। ଏହି ଟ୍ରେନ ବିଶାଖାପଟନମରୁ ସମ୍ବଲପୁର ମଧ୍ୟରେ ବିଜୟନଗରମ, ବୋବଲି, ପାର୍ବତୀପୂରମ, ରାୟଗଡା, ମୁନିଗୁଡା, କେସିଙ୍ଗ, ଟିଟିଲାଗଡ, ବଲାଙ୍ଗୀର ଓ ବରଗଡ ରୋଡ ମଧ୍ୟରେ ରହଣି କରିବ ବୋଲି ରେଳବାଇ ତରଫରୁ ଜାରି ସୂଚନାରେ କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories