www.samajalive.in
Sunday, December 7, 2025
23.1 C
Bhubaneswar

ପୁତ୍ର ସନ୍ତାନ ଜନ୍ମଦେଲେ ଅନୁଷ୍କା; ପୁଣି ବାପା ହେବା ଖବର ଦେଲେ ବିରାଟ

ନୂଆଦିଲ୍ଲୀ: ପୁଣି ବାପା ହୋଇଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି। ବିରାଟଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏନେଇ ବିରାଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜେ ପୋଷ୍ଟ କରି ଫ୍ୟାନ୍ସମାନଙ୍କୁ ସୂଚନା ଦେଇଛନ୍ତି। ବିରାଟ ଲେଖିଛନ୍ତି ଫେବୃଆରୀ ୧୫ରେ ଆମେ ଆମ ପୁତ୍ର ସନ୍ତାନ ଅକାୟକୁ ଏ ପୃଥିବୀକୁ ସ୍ୱାଗତ କରିଛୁ। ଆମେ ଆପଣଙ୍କର ଆଶୀର୍ବାଦ ଓ ଶୁଭକାମନା ଆଶା କରୁଛୁ।

ଏହା ପୂର୍ବରୁ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ଗର୍ଭବତୀ ଥିବା ବେଶ ଚର୍ଚ୍ଚା ହେଉଥିଲା। ଏପରିକି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରୁ ବିଶ୍ରାମ ନେଇ ଅନୁଷ୍କାଙ୍କ ସହ ରହିଥିଲେ ବିରାଟ କୋହଲି। ପୂର୍ବରୁ ବିରାଟ ବାପା ହେବା ନେଇ ସୂଚନା ଦେଇଥିଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡି ଭିଲିୟର୍ସ । ସେ କହିଥିଲେ ବ୍ୟକ୍ତିଗତ କାରଣ ଦର୍ଶାଇ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଦୂରେଇ ରହିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories