www.samajalive.in
Friday, December 5, 2025
20.1 C
Bhubaneswar

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଟପ୍‌‌-୩ ଖେଳାଳୀ କିଏ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଇରଫାନ୍‌‌ ପଠାନ୍‌‌ ଆଗାମି ଟି-୨୦ ବିଶ୍ୱକପ ପାଇଁ ନିଜ ଦଳରେ ଖେଳାଳୀଙ୍କୁ ବାଛିଛନ୍ତି। ମାସେ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଭାରତୀୟ ଦଳ ଚୟନ କରିଛନ୍ତି। ପୂର୍ବରୁ ଚୟନ କରିଥିବା ଦଳ ଆଉ ଏବେକାର ଦଳ ସାମାନ୍ୟ କିଛି ପାର୍ଥକ୍ୟ ଅଛି। ଏଥର ସେ ଟପ୍‌‌-୩ ଚୟନ କରିଛନ୍ତି। ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ କରିଛନ୍ତି ଇରଫାନ। ସେ ଲେଖିଛନ୍ତି ଭାରତୀୟ ଦଳ ପାଇଁ ଏମାନେ ମୋର ଟପ୍‌‌-୩। ଏହି ତାଲିକାରେ ସେ ରୋହିତ ଶର୍ମା, ଯିଏକି ଦଳର ଅଧିନାୟକ, ୟଶସ୍ୱୀ ଯୈସୱାଲ ଏବଂ ବିରାଟ କୋହଲି।
୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ୱକପରେ ଭାରତ ଚାମ୍ପିଅନସିପ୍‌‌ ଟ୍ରଫି ଜିତିବାରେ ଇରଫାନ ପଠାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ଇରଫାନଙ୍କୁ ମନୋନୀତ କରାଯାଇଥିଲା। ୪ଓଭରରେ ସେ ୧୬ରନ ଦେଇ ୩ଟି ୱିକେଟ ନେଇଥିଲେ। ୨୦୦୭ ପରଠାରୁ ଭାରତ ଟି-୨୦ ବିଶ୍ୱକପ ଜିତିନାହିଁ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories