www.samajalive.in
Thursday, December 11, 2025
18.1 C
Bhubaneswar

ନିତ୍ୟ ରାହସ କ୍ଷେତ୍ର ଭାଲେରି -ବିରାଜିତ ଦାରୁବ୍ରହ୍ମ ଗୋପୀନାଥ

ଗୁଣପୁର- ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଉତ୍ସବ ମୁଖର ବିଭିନ୍ନ ରାଧାକୃଷ୍ଣ ମନ୍ଦିର । ରାୟଗଡା ଜିଲଖ ଗୁଣୁପୁର ବ୍ଲକ୍ ଭାଲେରି ଗ୍ରାମରେ ବିରାଜିତ ଦାରୁବ୍ରହ୍ମ ଗୋପୀନାଥ ମନ୍ଦିର ର ସ୍ୱତନ୍ତ୍ରତା ରହିଛି । ଜୟପୁର ମହାରାଜା ବିକ୍ରମଦେଵଙ୍କ ଅମଳରୁ ଦାରୁବ୍ରହ୍ମ ଗୋପୀନାଥ ଭାବେ ଏଠାରେ ବିରାଜମାନ କରିଛନ୍ତି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ।

କେଉଁଠି ପିତ୍ତଳ ତ ଆଉ କେଉଁଠି ଶିଳା ବିଗ୍ରହ ପୂଜା ପାଉଥିବା ବେଳେ ଭାଲେରି ରେ ନିଜ ଇଚ୍ଛାରେ ଭଗବାନ ଦାରୁ ବିଗ୍ରହ ଭାବେ ପୂଜା ପାଉଛନ୍ତି । କିମ୍ବଦନ୍ତୀ ରୁ ଜଣାଯାଏ କି ଏକ ବିଶାଳ ଦାରୁ ବଂଶଧାରା ନଦୀରେ ଭାସି ଆସି ଭାଲେରି ଗ୍ରାମ ନିକଟରେ ଲାଗିଥିଲା । ସେହି ସମୟରେ ମହାରାଜା ବିକ୍ରମଦେଵ ଙ୍କୁ ସ୍ୱପ୍ନାଦେଶ ହୋଇଥିଲା ସେହି ଦାରୁରେ ଶ୍ରୀକୃଷ୍ଣଙ୍କ ବିଗ୍ରହ ନିର୍ମାଣ କରି ପୂଜାର୍ଚ୍ଚନା କରିବା ପାଇଁ । ରାଜା ଭାଲେରି ଆସି ଦାରୁ ସଂଗ୍ରହ କରି ୫ ଫୁଟ ରୁ ସାମାନ୍ୟ ଉଚ୍ଚତା ବିଶିଷ୍ଟ ବିଗ୍ରହ ନିର୍ମାଣ କରାଇଥିଲେ । ତେବେ ମୂର୍ତ୍ତି ନିର୍ମାଣ ପରେ ଆହୁରି ଦାରୁ ବଳି ପଡିବାରୁ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଦାରୁ ର ମଝି ଅଂଶ ରେ ଲିହୁରି ଗ୍ରାମ ଠାରେ ଏକ ମନ୍ଦିର ନିର୍ମାଣ କରାଇ ଉକ୍ତ ବିଗ୍ରହ ଙ୍କୁ ପ୍ରତିଷ୍ଠା କରିଥିଲେ ।

- Advertisement -

ଦାରୁ ର ଶେଷ ଅଂଶ ରେ ମେଳିଆପୁଟ ଠାରେ ମଧ୍ୟ ଏକ ବିଗ୍ରହ ନିର୍ମାଣ କରି ପାରଳା ରାଜା ପ୍ରତିଷ୍ଠା କରାଇଥିଲେ । ବର୍ତ୍ତମାନ ଲିହୁରି ଓ ମେଳିଆ ପୁଟ ଉଭୟ ଅଞ୍ଚଳ ଆନ୍ଧ୍ରପ୍ରଦେଶ ରେ ରହିଛି । ଭାଲେରି ଗ୍ରାମରେ ଗୋପୀନାଥ ଙ୍କ ପୂଜାପାଇଁ ଜୟପୁର ରାଜା ଏକ ତାମ୍ର ପଟା ଓ ପଦ୍ମପୁର ବ୍ଲକ୍ ଜାତିଲି ଗ୍ରାମର ୧୨ ଏକର ଜମି ମଧ୍ୟ ପ୍ରଦାନ କରିଥିଲେ । ତେବେ ବର୍ତ୍ତମାନ ସମୟରେ ଏସବୁ ଇତିହାସ ହୋଇ ରହିଯାଇଛି । ପଦ୍ମପୁର ର ବାଲାଜି ପାଢ଼ୀ ଗୋପୀନାଥ ଙ୍କୁ ୧ ଏକର ୧୪ ସେଣ୍ଟ ଜାଗା ଦେଇଥିବା ଜଣାପଡିଛି । ସ୍ୱୟଂ ଶ୍ରୀକୃଷ୍ଣ ନିଜ ଇଚ୍ଛାରେ ଏଠାରେ ଦାରୁବ୍ରହ୍ମ ଗୋପୀନାଥ ଭାବେ ବିରାଜମାନ କରିଥିବା ରୁ ଡାକିଲେ ଓ କରନ୍ତି ବୋଲି ବିଶ୍ୱାସ ରହିଛି ।

ଦେବତ୍ତୋର ବିଭାଗ ହାତ କୁ ନେଇ ନଥିବାରୁ ସ୍ଥାନୀୟ ଲୋକମାନେ ପରିଚାଳନା କମିଟି କରି ମନ୍ଦିର ପରିଚାଳନା କରୁଛନ୍ତି । ଏଠାରେ ଦୋଳ ପୂର୍ଣ୍ଣିମା,ହୋଲି, ଜନ୍ମାଷ୍ଟମୀ, ନନ୍ଦ ଉତ୍ସବ,ରାଧାଷ୍ଟମୀ,ଗିରି ଗୋବର୍ଦ୍ଧନ ପୂଜା, ଗୋଷ୍ଠ।ଷ୍ଟମୀ,ରାଧାପାଦ ଦର୍ଶନ ଇତ୍ୟାଦି ପର୍ବ ପର୍ବାଣୀ ଖୁବ ଧୁମଧାମରେ ପାଳିତ ହୋଇଥାଏ । ଦୋଳ ପୂର୍ଣ୍ଣିମା ରେ ଯାତ୍ରା ଅନୁଷ୍ଠିତ ହେବା ସହ ରଙ୍ଗ ଖେଳ, ଦୋଳ ମେଲଣ ଅନୁଷ୍ଠିତ ହୋଇଥାଏ । ଆଖପାଖ ର ବହୁ ଶ୍ରଦ୍ଧାଳୁ ଏଠାକୁ ଆସି ମହାପ୍ରଭୁଙ୍କ ଦିବ୍ୟ ଦାରୁବ୍ରହ୍ମ ମୂର୍ତ୍ତି ଙ୍କୁ ଦର୍ଶନ କରି ନିଜ ଜୀବନ କୁ କୃତାର୍ଥ ମଣିଥାନ୍ତି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories