www.samajalive.in
Monday, December 15, 2025
26.1 C
Bhubaneswar

ବିରାଟ କୋହଲିଙ୍କୁ ଧମକ, ୪ ଗିରଫ: ଅଭ୍ୟାସ ମ୍ୟାଚ୍ ବାତିଲ କଲା ଟିମ୍‌

ଅହମ୍ମଦାବାଦ: ଏଲିମିନେଟର ମ୍ୟାଚ୍ ପୂର୍ବରୁ ବିରାଟ କୋହଲିଙ୍କୁ ଅହମ୍ମଦାବାଦରେ ଧମକ ମିଳିଛି, ଯେଉଁଥିପାଇଁ ଆରସିବି ତା’ର ଏକମାତ୍ର ଅଭ୍ୟାସ ମ୍ୟାଚ୍ ବାତିଲ କରିଛି। ଏହା ବ୍ୟତୀତ ମ୍ୟାଚ୍ ପୂର୍ବରୁ କୌଣସି ସାମ୍ବାଦିକ ସମ୍ମିଳନୀ ମଧ୍ୟ ହୋଇନାହିଁ। ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଆଇପିଏଲ ୨୦୨୪ର ଏଲିମିନେଟର ମୁକାବିଲା ରାଜସ୍ଥାନ ରୟାଲ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ବୁଧବାର କେଳାଯିବ। ଏହି ମ୍ୟାଚରେ ଯେଉଁ ଦଳ ହାରିବ ସେ ବାହାରିଯିବ ଏବଂ ଅନ୍ୟ ଦଳ କ୍ୱାଲିଫାୟର-୨ରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ।

ଏହି ମୁକାବିଲା ପୂର୍ବରୁ ଆନନ୍ଦବଜାର ପତ୍ରିକାର ରିପୋର୍ଟରେ ଏକ ବଡ଼ ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ ମୁତାବକ, ବିରାଟ କୋହଲିଙ୍କୁ ଧମକ ମିଳିଥିଲା, ​​ଯେଉଁଥିପାଇଁ ଆରସିବି ଅଭ୍ୟାସ ମ୍ୟାଚ୍ ଏବଂ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିଦେଇଥିଲା। ସୂଚନା ଅନୁସାରେ, ଗୁଜରାଟ ପୁଲିସ ସୋମବାର ରାତିରେ ଅହମ୍ମଦାବାଦ ବିମାନବନ୍ଦରରୁ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ତେବେ ଏପର୍ଯ୍ୟନ୍ତ ଉଭୟ ଦଳ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ବୟାନ ଆସିନାହିଁ।

- Advertisement -

ଏହି ମାମଲାରେ ପୁଲିସ ଅଧିକାରୀ ବିଜୟ ସିଂହ ଜ୍ବାଲା କହିଛନ୍ତି, ‘‘ଅହମ୍ମଦାବାଦରେ ପହଞ୍ଚିବା ପରେ ବିରାଟ କୋହଲି ଗିରଫ ସନ୍ଦିଗ୍ଧଙ୍କ ବିଷୟରେ ଜାଣିବାକୁ ପାଇଲେ। ତାଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ଆରସିବି କୌଣସି ବିପଦର ସମ୍ମୁଖୀନ ହେବାକୁ ଚାହୁଁନଥିଲା। କୌଣସି ଅଭ୍ୟାସ ମ୍ୟାଚ୍‌ ହେବ ନାହିଁ ବୋଲି ସେମାନେ ଆମକୁ ସୂଚନା ଦେଇଛନ୍ତି। ରାଜସ୍ଥାନ ରୟାଲ୍ସକୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଥିଲା, କିନ୍ତୁ ସେମାନଙ୍କୁ ତାଙ୍କ ଅଭ୍ୟାସ ଆଗକୁ ବଢାଇବାରେ କୌଣସି ଅସୁବିଧା ନଥିଲା।’’

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories