www.samajalive.in
Monday, December 15, 2025
15.1 C
Bhubaneswar

ନୟାଗଡ଼ ବନ୍ୟପ୍ରାଣୀ ଏବଂ ବୌଦ୍ଧ ବନଖଣ୍ଡରେ ହାତୀଗଣନା ଆରମ୍ଭ

ହରଭଙ୍ଗା: ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଏବଂ ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ସମସ୍ତ ରେଞ୍ଜରେ ବୁଧବାରଠାରୁ ହାତୀଗଣନା ଆରମ୍ଭ ହୋଇଛି। ହାତିଗଣନା ପାଇଁ ବିଭିନ୍ନ ରେଞ୍ଜର ହାତୀ ଚଲାପଥ ଅଞ୍ଚଳରେ ମଞ୍ଚା ତିଆରି କରାଯାଇଛି। ପ୍ରକାଶ ଯେ, ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ଥିବା କୁଶଙ୍ଗ, ଛାମୁଣ୍ଡିଆ, ବାଣିଗୋଛା(ପୂର୍ବ) ଏବଂ ବାଣିଗୋଛା(ପଶ୍ଚିମ) ଭଳି ୪ଗୋଟି ରେଞ୍ଜ ଅଧିନରେ ହାତିଗଣନା ପାଇଁ ୩୬ଗୋଟି ମଞ୍ଚା ତିଆରି କରାଯାଇଛି। କୁଶଙ୍ଗ ରେଞ୍ଜରେ ୧୧ଟି, ଛାମୁଣ୍ଡିଆରେ ୧୧ଟି, ବାଣିଗୋଛା ପୂର୍ବ ଏବଂ ପଶ୍ଚିମରେ ୧୪ଟି ମଞ୍ଚା ନିର୍ମାଣ କରାଯାଇଛି। ପ୍ରତ୍ୟେକ ୟୁନିଟିରେ ୩ଜଣ କର୍ମଚାରୀ ନିୟୋଜିତ କରାଯାଇଛି। ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ହାତୀଗଣନା ପାଇଁ ୧୦୮ଜଣ ବନ୍ୟପ୍ରାଣୀ କର୍ମଚାରୀ ନିୟୋଜିତ ହୋଇଥିବା ରେଞ୍ଜ ଅଫିସର ସଂସାର ବର୍ଗୀଆ ସୂଚନା ଦେଇଛନ୍ତି। ସେହିପରି ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ୫ଟି ରେଞ୍ଜରେ ହାତୀଗଣନା ପାଇଁ ୪୫ଟି ସ୍ଥାନରେ ମଞ୍ଚା ନିର୍ମାଣ କରାଯାଇଛି। ଏହି ବନଖଣ୍ଡ ଅଧିନରେ ରହିଥିବା ହରଭଙ୍ଗା ବ୍ଲକର ମାଧପୁର ରେଞ୍ଜରେ ସର୍ବାଧିକ ୧୮ଟି, ପୁରୁଣାକଟକ ରେଞ୍ଜରେ ୦୨ଟି ସ୍ଥାନରେ ମଞ୍ଚା ନିର୍ମାଣ କରାଯାଇଛି। ଏଥିପାଇଁ ମୋଟ ୧୩୫ଜଣ ବନକର୍ମଚାରୀ ନିୟୋଜିତ ଅଛନ୍ତି। ମଞ୍ଚାଗୁଡ଼ିକ ହାତୀ ଚଲାପଥ ସହିତ ଜଳାଶୟ ନିକଟରେ ନିର୍ମାଣ କରାଯାଇଛି। ପ୍ରତିଦିନ ସନ୍ଧ୍ୟା ୫ଟାରୁ ଭୋର ୫ଟା ପର୍ଯ୍ୟନ୍ତ ମଞ୍ଚା ଉପରେ ବନକର୍ମଚାରୀ ରହି ହାତୀ ପଲ୍ଲରେ ଥିବା ପୁରୁଷ, ମହିଳା, ବୟସ୍କ ଏବଂ ଛୁଆ ହାତୀଙ୍କ ଗଣନା କରାଯାଉଛି। ଏହା ସହିତ ହାତୀର ଉଚ୍ଚତା ଏବଂ ବୟସ ଉପରେ ମଧ୍ୟ ନଜର ରଖାଯାଇଛି। ପ୍ରତି ୫ବର୍ଷରେ ଥରେ ହାତୀଗଣନା ହେଉଥିବା ସୂଚନା ମିଳିଛି। ଗଣନା କାର୍ଯ୍ୟ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଚାଲିବ ବୋଲି ମାଧପୁର ରେଞ୍ଜ ଅଫିସର ଆଶିକ କୁମାର ଦିଗାଲ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories