www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ରାକ୍ଟର-ବାଇକ ଧକ୍କା ; ଦୁଇ ଗୁରୁତର

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଛତାପଦର ବୁଲାଣି ଠାରେ ଟ୍ରାକ୍ଟର ସହ ବାଇକ ଧକ୍କାରେ ଦୁଇଜଣ ଗୁରୁତର ହୋଇଛନ୍ତି। ଏକ ବାଇକରେ ତୁଷାର ପଟେଲ ଓ ଓଁମ ପଟେଲ କଲ୍ୟାଣସିଂହପୁର ନିଜ ସଡୁ ଘରକୁ ଆସି ନିଜ ଗାଁକୁ ମଧ୍ୟାହ୍ନରେ ଯାଉଥିବା ବେଳେ ଶିଙ୍ଗାରି ପଞ୍ଚାୟତର ଛତାପଦର ନିକଟରେ ବିପରୀତ ଦିଗରୁ ଟ୍ରାକ୍ଟର ସହ ବାଇକ ଧକ୍କା ହୋଇଥିଲା। ଉଭୟ ଗାଡି ଦ୍ରୁତ ଗତିରେ ରହିଥିବାରୁ ଗାଡ଼ୱାଲ ତଳକୁ ଖସିପଡିଥିଲା। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇ ଥିବାରୁ କିଛି ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଅଧିକାରୀ ଜଗଦୀଶ ପ୍ରସାଦ ଖରଙ୍କ ନିର୍ଦ୍ଦେଶରେ ବଳରାମ ବେହେରା ସହାୟତାରେ ଏକ ଦଳ ବାହାରି ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସମୀର ରାଉତ ଓ ଡାକ୍ତର ସତ୍ୟ ଦାସ ପ୍ରାଥମିକ ଚିକିତ୍ସା କରି ଗୁରୁତର ହୋଇଥିବାରୁ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି। ତୁଷାର ପଟେଲଙ୍କ ଘର କେସିଙ୍ଗା ଓ ଓଁମ ପଟେଲଙ୍କ ଘର ଗୋପାଳପୁର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ଟ୍ରାକ୍ଟର ଚାଳକ ଫେରାର ହୋଇ ଯାଇଥିବା ଜଣାପଡିଛି। ଦୁର୍ଘଟଣାର କିଛି ସମୟ ମଧ୍ୟରେ ଘଟଣାସ୍ଥଳରୁ ଟ୍ରାକ୍ଟର ଓ ବାଇକ ଉଭାନ ହୋଇ ଯାଇଛି। ପୁଲିସ ପାଖର କୌଣସି ସୂଚନା ନଥିବା ଜଣାପଡିଛି।

ସ୍ମୋକ୍ ପାନ ଖାଇବା ପରେ କଣା ହୋଇଗଲା ନାବାଳିକାର ଅନ୍ତନଳୀ..

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories