www.samajalive.in
Tuesday, December 9, 2025
23.1 C
Bhubaneswar

କୋହଲି‌ଙ୍କ ଶ୍ରଦ୍ଧାଞ୍ଜଳି, କହିଲେ ଯବାନଙ୍କଠାରୁ ସାହସୀ ଆଉ କେହି ନୁହନ୍ତି

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଚୀନ୍ ସହ ହୋଇଥିବା ଲଢେଇରେ ୨୦ ଭାରତୀୟ ଯବାନ ସହିଦ୍ ହୋଇଛନ୍ତି। ଏହାକୁ ନେଇ ସାରା ଦେଶରେ ଶୋକ ପ୍ରକାଶ କରାଯାଇଛି। କ୍ରୀଡ଼ାବିତ୍‌ମାନେ ମଧ୍ୟ ସହିଦ୍‌ ଯବାନମାନଙ୍କୁ ସଲାମ କରିଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା, ଫୁଟବଲ ଷ୍ଟାର ବାଇଚୁଙ୍ଗ ଭୁଟିଆ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। କୋହଲି ଟ୍ବିଟ୍‌ରେ ପ୍ରକାଶ କରି କହିଛନ୍ତି ଯେ, ଗଲୱାନ ଘାଟିରେ ସହିଦ୍ ହୋଇଥିବା ଯବାନଙ୍କୁ ମୋର ସଲାମ। ଯବାନଙ୍କଠାରୁ ନିଃସ୍ବାର୍ଥ ଏବଂ ସାହସୀ ଆଉ କେହି ନୁହନ୍ତି। ସେମାନଙ୍କ ପରିବାର ପ୍ରତି ମୋର ହୃଦୟର ସମବେଦନା। ଆଶା କରୁଛି ଏହି କଠିନ ସମୟରେ ଆମର ପ୍ରାର୍ଥନା ଦ୍ବାରା ସେମାନଙ୍କୁ ଶାନ୍ତି ମିଳିବ ବୋଲି ବିରାଟ କହିଛନ୍ତି।

ସେହିପରି ରୋହିତ ମଧ୍ୟ ସହିଦ୍‌ ଯବାନଙ୍କୁ ସଲାମ କରିବା ସହିତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଯବାନମାନଙ୍କ ବଳିଦାନର ମୂଲ୍ୟ ଅତୁଳନୀୟ। ଦେଶକୁ ସୁରକ୍ଷା ଦେବାରେ ନିଜକୁ ନିୟୋଜିତ କରିବା ଓ ସହିଦ୍ ହେବା ପ୍ରକୃତରେ ଏମାନଙ୍କଠାରୁ ବୀର ଆଉ କେହି ନୁହନ୍ତି । ସେମାନେ ହେଉଛନ୍ତି ପ୍ରକୃତ ହିରୋ ବୋଲି ରୋହିତ ଟ୍ବିଟ୍‌ କରି କହିଛନ୍ତି। ଫୁଟବଲର ବାଇଚୁଙ୍ଗ ଭୁଟିଆ ମଧ୍ୟ ସହିଦ୍‌ ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଚୀନର ଔଦ୍ଧତ୍ୟକୁ ବରଖାସ୍ତ କରାଯିବା ଅନୁଚିତ ବୋଲି କହିଛନ୍ତି। ସହିଦ୍ ଯବାନମାନଙ୍କ ତ୍ୟାଗ କେବେ​‌ହେଲେ ଦେଶ ଭୁଲି ପାରିବ ନାହିଁ। ଦେଶ ପାଇଁ ବଳିଦାନ ସବୁଠାରୁ ଊର୍ଦ୍ଧ୍ବରେ ବୋଲି ଭୁଟିଆ କହିଛନ୍ତି। ସୂଚନାଯୋଗ୍ୟ ସୋମବାର ରାତିରେ ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚୀନ୍‌ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ଜଣ ଯବାନ ସହିଦ୍‌ ହୋଇଛନ୍ତି। ଭାରତୀୟ ସେନାର ପାଲଟା ଜବାବରେ ଚୀନ୍‌ର ୪୩ଜଣ ସେନା ପ୍ରାଣ ହରାଇଛନ୍ତି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories