www.samajalive.in
Sunday, December 7, 2025
14.1 C
Bhubaneswar

ରାସ୍ତା ବନ୍ଦ କଲା ବନବିଭାଗ, ଧାରଣା ଦେଲେ ଗ୍ରାମବାସୀ 

ପାଟଣା : ଘଟଗାଁ ବ୍ଲକ ତୋରାଣୀପୋଖରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭଣ୍ଡାରୀପଶି ଗ୍ରାମର ଗ୍ରାମବାସୀମାନେ ଦୀର୍ଘ ବର୍ଷ ଧରି ଜଙ୍ଗଲ ମଧ୍ୟ ଦେଇ ଧୋବାପିଟଣାକୁ ସଂଯୋଗ କରୁଥିବା ରାସ୍ତାରେ ଯିବା ଆସିବା କରିଆସୁଥିଲେ । ଏହିର ଗ୍ରାମର ଗ୍ରାମବାସୀଙ୍କ ବ୍ୟତୀତ ଅନ୍ୟାନ୍ୟ ପାଖାପାଖି ୧୦ ଗୋଟି ଗ୍ରାମର ଗ୍ରାମବାସୀ ମାନେ ମଧ୍ୟ ଉକ୍ତ ଜଙ୍ଗଲ ରାସ୍ତା ଦେଇ ପ୍ରତ୍ୟେକ ଦିନ ଯିବା ଆସିବା କରି ଆସୁଥିଲେ । ଗ୍ରାମ ପଞ୍ଚାୟତ, ବ୍ଲକ୍ ଅଫିସ୍, ଜିଲ୍ଲା ଅଫିସ୍, ଡାକ୍ତରଖାନା ଯିବା ପାଇଁ ଉକ୍ତ ରାସ୍ତାଟି ଏକ ମାତ୍ର ରାସ୍ତା ରହିଥିଲା । ଗତ ମାସ ୧୮ ତାରିଖ ଉକ୍ତ ରାସ୍ତାଟିକୁ ପାଟଣା ବନ ବିଭାଗ ଦ୍ଵାରା ତାର ବାଡ କରି ବନ୍ଦ କରିଦିଆଯାଇଛି। ଏହି ଜଙ୍ଗଲୀ ରାସ୍ତାରେ ଗାଁକୁ ପହଞ୍ଚିବାକୁ ହେଲେ ଅଧା କିଲୋମିଟର ହୋଇଥାଏ କିନ୍ତୁ ରାସ୍ତା ବନ୍ଦ କରି ଦିଆ ଯାଇଥିବାରୁ ୫ ରୁ ୭ କିମି ଦୂରତା ଅତିକ୍ରମ କରିବାକୁ ପଡୁଛି।

ସମସ୍ତେ ବାଧ୍ୟ ହୋଇ କେନାଲ ହୁଡା ଉପରେ ଯିବା ଆସିବା କରୁଛନ୍ତି ଯାହା ଫଳରେ ଅଘଟଣ ହେବାର ସମ୍ଭାବନା ରହୁଛି । ଏନେଇ ପାଟଣା ବନାଞ୍ଚଳ ଅଧିକାରୀ ,ଜିଲ୍ଲାପାଳ, ସ୍ଥାନୀୟ ସରପଞ୍ଚ, ସ୍ଥାନୀୟ ତହସିଲଦାର ଏବଂ ବିଡିଓଙ୍କ ଠାରେ ଲିଖିତ ଆକାରରେ ସମସ୍ୟାର ସମାଧାନ ନିମନ୍ତେ ଜଣାଇବା ସତ୍ତ୍ବେ କୌଣସି ଅଧିକାରୀ ସମସ୍ୟାର ସମାଧାନ କରିନାହାନ୍ତି। ଯାହାକୁ ନେଇ ଅସନ୍ତୁଷ୍ଟ ଥିବା ଭଣ୍ଡାରିପଶିବାସୀ ଆଜି ତୋରାଣିପୋଖରୀ ପଞ୍ଚାୟତ କାର୍ଯ୍ୟଳୟରେ ଧାରଣା ଦେଇଥିଲେ। ମଙ୍ଗଳବାର ସେମାନେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ଭେଟିବେ ବୋଲି କହିଛନ୍ତି। ସୂଚନା ଯୋଗ୍ୟ ଯେ ଏହି ଜଙ୍ଗଲ ରାସ୍ତାଟି ସଂରକ୍ଷିତ ବନାଞ୍ଚଳ ଭିତରେ ଆସୁଥିବାବେଳେ ସେଠାରେ ପାଟଣା ବନବିଭାଗ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବଡ଼ ଧରଣର ବନୀକରଣ ପାଇଁ ବ୍ୟାପକ ଚାରା ରୋପଣ କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories