ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଭୋଟ୍ ଦେଲେ ମାଉଡ଼ିଗୁଡା ଗ୍ରାମବାସୀ
କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ଓ କୋଲନରା ବ୍ଲକ ସୀମାନ୍ତ ଗାଡିସେସକାଲ ପଞ୍ଚାୟତର ମାଉଡ଼ିଗୁଡା ଗ୍ରାମବାସୀ ତହସିଲଦାର ଏନ ନୀଳକଣ୍ଠ ନାଇଡୁଙ୍କ ଜରିଆରେ ଜିଲାପାଳ ମୋନଜ ସତ୍ୟବାନ ମହାଜନଙ୍କ ପ୍ରତିଶ୍ରୁତି ପରେ ଭୋଟ୍ ଦେଇଥିବା ଦେଖିବାକୁ ମିଳିଛି ।
ମାଉଡ଼ିଗୁଡା ଗ୍ରାମର ମୌଳିକ ସମସ୍ୟା ରହିଥିବାରୁ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ ।ଉକ୍ତ ଖବର ବିଭିନ୍ନ ଖବରକାଗଜ ରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେଇନଥିଲେ ।ଯାହା ଫଳରେ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ଗ୍ରାମର ସମସ୍ତ ମହିଳା ପୁରୁଷ ମାନେ ଏକତ୍ରିତ ହୋଇ ଗ୍ରାମ ମଝିରେ ହାତରେ ପ୍ଲାଗକାର୍ଡ ଧରି ବସିରହିଥିଲେ । ମୌଳିକ ସମସ୍ୟା କୁ ନେଇ ଭୋଟ ବର୍ଜନ ନିଷ୍ପତ୍ତି କରିଥିଲେ । ବର୍ତ୍ତମାନ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଘଟଣାସ୍ଥଳ ରେ ପହଞ୍ଚି ଲୋକଙ୍କୁ ବିଝାସୁଝା କରିଥିଲେ କିନ୍ତୁ ଏହିମାନେ ଶୁଣି ନ ଥିଲେ ।ଏଥିରେ ଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି ପରେ ଭୋଟ୍ ଦେବା ପାଇଁ ଯାଇଥିଲେ ।
ନିର୍ବାଚନ ସମୟରେ ନେତା,କୁଜି ନେତା ଆସି ପ୍ରତିଶୃତି ପରେ ପ୍ରତିଶ୍ରୁତି ଦିଅନ୍ତି। ନିର୍ବାଚନ ସରିଗଲେ ଯେଉଁ ପ୍ରତିଶ୍ରୁତି ସେମିତି ପାଣିର ଗାର ରହିଯାଇଛି ବୋଲି କହୁଛନ୍ତି ଗ୍ରାମବାସୀ।ତେଣୁ ଆଜି ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଗାଁ କୁ ରାସ୍ତା , ପାନୀୟ ଜଳ, ଆବାସ ଗୃହ ଭଳି ବିଭିନ୍ନ ସମସ୍ୟା ର ସମାଧାନ ନ ହେବା ଯାଏ ଭୋଟ ବର୍ଜନ କରିବୁ ବୋଲି କହିଥିଲେ ଗ୍ରାମବାସୀ। ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରାକା ଭୋଟ ମାଗିବାକୁ ଯାଇଥିଲେ ଓ ନିର୍ବାଚନ ସରିଗଲେ ସବୁ ସମାଧାନ କରିବା ନେଇ କହିଥିଲେ କିନ୍ତୁ ସବୁବେଳେ ଏମିତି କେତେ ଯେ ପ୍ରତିଶ୍ରୁତି ପ୍ରତିଶ୍ରୁତି ରେ ରହି ଯାଉଛି,ଯେମିତି ସମସ୍ୟା ସେମିତି ରହୁଛି ବୋଲି ଗ୍ରାମର ଲୋକମାନେ ନେତା କୁଜି ନେତା ମାନଙ୍କୁ ଘଉଡ଼ାଇ ଥିଲେ। ଆଜି ଗ୍ରାମବାସୀ ସବୁ ଏକତ୍ରିତ ହୋଇ ଭୋଟ ବର୍ଜନ କରିଛନ୍ତି ।
ଗ୍ରାମବାସୀ କହିବା ଅନୁଯାୟୀ ଏହି ଗ୍ରାମ ୯୦ ପରିବାର ରହୁଥିବା ବେଳେ ୬୦୦ ରୁ ଉର୍ଦ୍ଧ ହେବ ଜନସଂଖ୍ୟା ରହି ଛନ୍ତି। ରାସ୍ତା ସୁବିଧା ନ ଥିବାରୁ ଯେ କୌଣସି ଗର୍ଭବତୀ ,ରୋଗୀ ଙ୍କୁ ଖଟିଆ କିମ୍ବା ଚାଦର ରେ ବୋହି ନେଉଥିବା କହିଛନ୍ତି । ଭାରତ ସ୍ଵାଧୀନ ହୋଇ ୭୬ ବର୍ଷ ବିତିଯାଇଥିଲେ ସମସ୍ୟା ସମାଧାନ ହୋଇପାରୁନାହିଁ । ମାଉଡ଼ିଗୁଡା ଗାଁ ର ମନେସ ମିଣିଆକା, ଲକିନାଥ ମିଣିଆକା, ନାଇଡୁ ମିଣିଆକା, ଗୋପୀନାଥ ମିଣିଆକା, ଗୀତା ମିଣିଆକା ଓ ଦମୟନ୍ତି ସାହୁକାର କହିବା ଅନୁଯାୟୀ ଖରା ଦିନ ଯେମିତି ସେମିତି ଚଳିବ ବର୍ଷା ଦିନ ଆସିଲେ ନା ଆମ୍ବୁଲାନ୍ସ ଚାଲିବ ନା ବାଇକ ଗାଁ ରେ ଆଜି ପର୍ଯ୍ୟନ୍ତ ଆବାସ ଯୋଜନା ରେ ନାଁ ଆସୁନି କି ପ୍ରଶାସନିକ ଦୃଷ୍ଟି ପଡୁନି। ବିଡିଓ, ଜିଲ୍ଲାପାଳ, ନେତା ଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ ସମସ୍ୟା ରସମାଧାନ ହେଉନି ।
Comments are closed.