www.samajalive.in
Saturday, December 13, 2025
23.1 C
Bhubaneswar

ବିକାଶ ଏଠି ସାତ ସପନ, ସନ୍ଧ୍ୟା ହେଲେ ହିଁଂସ୍ର ଜନ୍ତୁଙ୍କ ଭୟ, ତାଟି କବାଟ ବନ୍ଦ

ମୋହନା : କେନ୍ଦ୍ର ଓ ରାଜ୍ୟ  ସରକାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଗ୍ରାମ ଗୁଡିକର ବିକାଶ କରୁଥିବା କଥା କହୁଛନ୍ତି ହେଲେ ମୋହନା ବ୍ଳକରେ ଅନେକ ଗାଁ ରହିଛି ଯେଉଁଠାକୁ  ନା ଅଛି ରାସ୍ତା, ବିଷୁଦ୍ଧ ପାଣି ନା ଆଲୋକ ବ୍ୟବସ୍ଥା । ଏପରିକି ଲୋକେ ପକ୍କା ଘର ଖଣ୍ଡେ ପାଇବାରୁ ବଞ୍ଚିତ। ଟଙ୍କିକିଆ ଚାଉଳ ଆଣିବାକୁ ହେଲେ ଚାଲି ଚାଲି ଯିବାକୁ ପଡୁଛି ୪ ରୁ ୫ କିଲୋମିଟର ଦୂର । ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତର ମହୁଲ ମେଲାଣି ଗ୍ରାମରେ ବସବାସ କରନ୍ତି ପ୍ରାୟ ୨୫ରୁ ଉର୍ଦ୍ଧ୍ଵ ପରିବାର । ଏଠାକାର ଜନ ସଂଖ୍ୟା ୧୨୫ । ଗ୍ରାମର ଦୁଇଟି ସାହିରେ ନାହିଁ ବିଦ୍ୟୁତ ଆଲୋକ ବ୍ୟବସ୍ଥା । ପିଲାଙ୍କ ପାଠ ପଢିବା ପାଇଁ ବ୍ୟବସ୍ଥା  ନାହିଁ । ରାତିରେ ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କ ଭୟ । ଗ୍ରାମକୁ ବିଦ୍ୟୁତ ସଂଯୋଗୀକରଣ ନିମନ୍ତେ ବିଭାଗ ପକ୍ଷରୁ ଖୁଣ୍ଟି ଯୋଗାଇ ଦିଆଯାଇଥିଲା । ଗ୍ରାମବାସୀ ନିଜ ପରିଶ୍ରମରେ ମାଣିକପୁର ଠାରୁ  ନିଜ ଗ୍ରାମକୁ ବିଦ୍ୟୁତ ଖୁଣ୍ଟି ପୋତିଥିଲେ। କିନ୍ତୁ ଚାନ୍ଦିପୁଟ ବନ ବିଭାଗ ଯାଗାରେ ଖୁଣ୍ଟି ଗୁଡିକ ପୋତା ଯାଇଥିବାରୁ ସେଗୁଡିକୁ କର୍ମଚାରୀମାନେ ଓପାଡି ଫୋପାଡି ଦେଇଛନ୍ତି । ଯାହାଫଳରେ ଗାଁକୁ  ବିଦ୍ୟୁତ ସଂଯୋଗ ଆସି ପାରୁନି ।
ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ଯେଉଁ ମାଟି ରାସ୍ତା ରହିଛି ତାହା ବର୍ଷା ଦିନେ ବର୍ଷା ପାଣିରେ ଧୋଇ ହୋଇଯାଉଛି । ବଡ଼ ବଡ଼ ପଥର ବାହାରି ଥିବା ଫଳରେ ରାସ୍ତାରେ ଗମନାଗମନ କରିବା କଷ୍ଟକର । ଏହି ବିଷୟରେ ବହୁବାର ବ୍ଲକ , ଜିଲ୍ଲା ଓ ରାଜ୍ୟ ପ୍ରଶାସନକୁ ଗ୍ରାମବାସୀ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଲେଖି ଜଣାଇଥିଲେ ମଧ୍ୟ ପ୍ରସାସନ ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବର୍ଷା ଟିକିଏ ହେଲେ ମାଟି ଧୋଇ ହୋଇ ଗଲେ ବନବିଭାଗ କିଛି ମାଟି ପକାଇ ବହୁ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇ  ଲୁଟୁ ଥିବା ଗ୍ରାମବାସୀ କହିଛନ୍ତି । ଗାଁକୁ ରାସ୍ତା ଓ ପୋଲ ନିର୍ମାଣ ହୋଇଗଲେ ଢ଼େପାଗୁଡା ପଞ୍ଚାୟତକୁ ମୋହନା ବ୍ଲକ ଠାରୁ ମାତ୍ର ୧୫ କିମି ଦୂର ହେବ ।  କିନ୍ତୁ ଏସବୁ ନିର୍ମାଣ ହୋଇ ପାରୁ ନଥିବାରୁ ଢେପାଗୁଡା ପଞ୍ଚାୟତବାସୀଙ୍କୁ ଗଂଜାମ ଜିଲ୍ଲା ଦେଇ ୬୦କିମି ଦୂର ମୋହନା ବ୍ଳକକୁ ସରକାରୀ ଓ ବେସରକାରୀ କାମରେ ଅଧିକ ଖର୍ଚାନ୍ତ ଓ ସମୟ ଅପଚୟ କରି ଆସିବାକୁ ପଡ଼ୁଛି । ଗ୍ରାମରେ ନଳକୂପ ଗୋଟିଏ ମଧ୍ୟ ନାହିଁ । ଯାହାଫଳରେ ଲୋକେ  ଝରଣାର ଦୂଷିତ ପାଣି ଉପରେ ଭରସା କରନ୍ତି । ଦୂଷିତ ପାଣି ପିଇ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଉଥିବା ନଜିର ମଧ୍ୟ ରହିଛି । ଖରା ଦିନେ ଝରଣା ଜଳ ସୁଖି ଯାଉଛି । ଗାଁରେ ଗୋଟିଏ ମଧ୍ୟ ପରିବାରକୁ ମିଳିନି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆବାସ ଗୃହ । ମୌଳିକ ସୁବିଧାରୁ ବଞ୍ଚିତ ମହୁଲ ମେଲାଣି ଗ୍ରାମକୁ କେବେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡିବ ସେହି ଦିନକୁ ଅପେକ୍ଷା କରି ଚାହିଁ ରହିଛନ୍ତି ଗ୍ରାମବାସୀ ।

Hot this week

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

Related Articles

Popular Categories