www.samajalive.in
Monday, December 8, 2025
14.1 C
Bhubaneswar

‘ବିକାଶ ରଥ’ ଏବେ ‘ବିଶ୍ୱାସ ରଥ’ – ଜାନୁୟାରୀ ୨୬ ଯାଏଁ ବୃଦ୍ଧି ହେବ ବିକଶିତ ଭାରତ ସଂକଳ୍ପ ଯାତ୍ରା

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର କହିଛନ୍ତି, ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଭୂତପୂର୍ବ ସଫଳତା ହାସଲ କରିଛି ଏବଂ ଲୋକଙ୍କ ଚାହିଁବା ଅନୁଯାୟୀ ତାଙ୍କ ସରକାର ଏହାର ସମୟସୀମା ଜାନୁୟାରୀ ୨୬ ଯାଏଁ ବୃଦ୍ଧି କରିବାର ସମ୍ଭାବନା ରହିଛି। ସେ କହିଛନ୍ତି, ୨ ମାସ ମଧ୍ୟରେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ଏହା ସମାଜର ସବୁ କ୍ଷେତ୍ରରେ ପହଂଚି ପାରିଛି। ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ବିଭିନ୍ନ ଜନ କଲ୍ୟାଣକାରୀ ହିତାଧିକାରୀଙ୍କ ସହ ଆଭାସୀ ଜରିଆରେ କଥାବାର୍ତ୍ତା ସମୟରେ ଶ୍ରୀ ମୋଦୀ ଏହା କହିଛନ୍ତି।

ବିଲକିସ୍ ବାନୋ ମାମଲା – ଆତ୍ମସମର୍ପଣ କରିବାକୁ ଅଧିକ ସମୟ ମାଗିଲେ ୩ ଦୋଷୀ

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯାତ୍ରା ୭୦ରୁ ୮୦% ପଞ୍ଚାୟତରେ ପହଞ୍ଚି ସାରିଛି। ‘ବିକାଶ ରଥ’ ଏବେ ‘ବିଶ୍ୱାସ ରଥ’ରେ ପରିଣତ ହୋଇଛି ଓ ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିଛି ଯେ କୌଣସି ବ୍ୟକ୍ତି ଏହାର ଲାଭରୁ ବଞ୍ଚିତ ହେବେ ନାହିଁ। ଏହି ଯାତ୍ରା ସମୟରେ ୪ କୋଟିରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି ଏବଂ ୨.୫ କୋଟିରୁ ଅଧିକ ଯକ୍ଷ୍ମା ପରୀକ୍ଷା କରାଯାଇଛି ବୋଲି ସେ କହିଛନ୍ତି। ଏହି ଯାତ୍ରା କାଳରେ ଲୋକଙ୍କୁ ୫୦ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଦିଆଯାଇଛି ଏବଂ ପ୍ରାୟ ୩୫ ଲକ୍ଷ ଚାଷୀଙ୍କୁ ପିଏମ କିସାନ ଏଥିରେ ସାମିଲ କରାଯାଇଛି।

ସ୍ୱଚ୍ଛ ବ୍ୟବସ୍ଥା ଓ ଜନ ଭାଗିଦାରୀ ଦାରିଦ୍ର୍ୟ ହ୍ରାସ କରିଛି – ପ୍ରଧାନମନ୍ତ୍ରୀ ମୋଦୀ

ମୋଦୀ କହିଛନ୍ତି, ଏଗୁଡ଼ିକ କେବଳ ତାଙ୍କ ପାଇଁ ପରିସଂଖ୍ୟାନ ନୁହେଁ ବରଂ ଜୀବନର ଉତ୍ସ, କାରଣ ସେ ସର୍ବଦା କଲ୍ୟାଣକାରୀ ଯୋଜନା ଉପରେ ଗୁରୁତ୍ୱ ଦେବା ସହ ଏହା ଯେଭଳି ସମସ୍ତଙ୍କ ପାଖରେ ପହଂଚି ପାରିବ ତାହା ନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories