www.samajalive.in
Friday, December 5, 2025
27.1 C
Bhubaneswar

ସ୍ୱଚ୍ଛ ବ୍ୟବସ୍ଥା ଓ ଜନ ଭାଗିଦାରୀ ଦାରିଦ୍ର୍ୟ ହ୍ରାସ କରିଛି – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ତାଙ୍କ ସରକାର ଦେଇଥିବା ଏକ ସ୍ୱଚ୍ଛ ବ୍ୟବସ୍ଥା, ଏହାର ସଚ୍ଚୋଟ ପ୍ରୟାସ ଏବଂ ଲୋକଙ୍କ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେଇ ଗତ ନଅ ବର୍ଷ ମଧ୍ୟରେ ପ୍ରାୟ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ସେ କହିଛନ୍ତି, ଭାରତରେ ଦାରିଦ୍ର୍ୟ ହ୍ରାସ ପାଇପାରେ ବୋଲି କେହି ଭାବି ପାରିନଥିଲେ କିନ୍ତୁ ଗରିବମାନେ ଦର୍ଶାଇଛନ୍ତି ଯେ ଯଦି ସେମାନଙ୍କୁ ସମ୍ବଳ ଦିଆଯାଏ ତେବେ ଏହା ହୋଇପାରିବ। ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ବିଭିନ୍ନ ଜନ କଲ୍ୟାଣକାରୀ ହିତାଧିକାରୀଙ୍କ ସହ ଆଭାସୀ ଜରିଆରେ କଥାବାର୍ତ୍ତା ସମୟରେ ଶ୍ରୀ ମୋଦୀ ଏହା କହିଛନ୍ତି।

ବିଲକିସ୍ ବାନୋ ମାମଲା – ଆତ୍ମସମର୍ପଣ କରିବାକୁ ଅଧିକ ସମୟ ମାଗିଲେ ୩ ଦୋଷୀ

- Advertisement -

ନୀତି ଆୟୋଗ ରିପୋର୍ଟକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଗରିବ ଲୋକଙ୍କୁ ସାହାଯ୍ୟ କରିବା କ୍ଷେତ୍ରରେ ଭାରତ ଅନ୍ୟ ଦେଶ ପାଇଁ ଆଦର୍ଶ ହୋଇପାରିଛି ଏବଂ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଏହି ରିପୋର୍ଟକୁ ଶ୍ରୀ ମୋଦୀ ଅତ୍ୟନ୍ତ ଉତ୍ସାହଜନକ ବୋଲି କହିଛନ୍ତି। ମୋଦୀ କହିଛନ୍ତି ଯେ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଭୂତପୂର୍ବ ସଫଳତା ହାସଲ କରିଛି ଏବଂ ଲୋକଙ୍କ ଚାହିଁବା ଅନୁଯାୟୀ ତାଙ୍କ ସରକାର ଏହାର ସମୟସୀମା ଜାନୁୟାରୀ ୨୬ ଯାଏଁ ବୃଦ୍ଧି କରିବାର ସମ୍ଭାବନା ରହିଛି। ସେ କହିଛନ୍ତି, ୨ ମାସ ମଧ୍ୟରେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ଏହା ସମାଜର ସବୁ କ୍ଷେତ୍ରରେ ପହଂଚି ପାରିଛି।

ଏସିଆର ସର୍ବବୃହତ ବିମାନ ଚଳାଚଳ ଶୋ ‘ଏକ୍ସପୋ-ୱିଙ୍ଗସ୍ ଇଣ୍ଡିଆ ୨୦୨୪’ ଆରମ୍ଭ

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories