www.samajalive.in
Monday, December 15, 2025
26.1 C
Bhubaneswar

ଶିକ୍ଷା ମନ୍ତ୍ରଣାଳୟର ନୂଆ ନିର୍ଦେଶାବଳୀ; ୧୬ ବର୍ଷରୁ କମ୍‌ ବୟସର ଛାତ୍ରଛାତ୍ରୀଙ୍କୁ କୋଚିଂ ସେଣ୍ଟର ମନା

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୋଚିଂ ସେଣ୍ଟରଗୁଡ଼ିକ ପାଇଁ ଗୁରୁବାର ନିର୍ଦେଶାବଳୀ ଜାରି କରାଯାଇଛି। ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ, କୋଚିଂ ସେଣ୍ଟରଗୁଡ଼ିକ ୧୬ ବର୍ଷରୁ କମ୍‌ ବୟସର ଛାତ୍ରଛାତ୍ରୀଙ୍କ ନାମ ଲେଖାଇ ପାରିବେ ନାହିଁ। ମାଧ୍ୟମିକ ଶିକ୍ଷା ଶେଷ ହେବା ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ। ସେହିପରି ସ୍ନାତକରୁ କମ୍‌ ଶିକ୍ଷାଗତ ଯୋଗ୍ୟତା ଥିବା କୌଣସି ବ୍ୟକ୍ତି କୋଚିଂ ସେଣ୍ଟରରେ ଶିକ୍ଷକତା କରିପାରିବେ ନାହିଁ। ଭଲ ରାଙ୍କ୍‌ କିମ୍ବା ମାର୍କ ନେଇ କୋଚିଂ ସେଣ୍ଟରମାନେ ଲୋଭନୀୟ ପ୍ରତିଶ୍ରୁତି ଦେଇପାରିବେ ନାହିଁ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶିକ୍ଷାର ସର୍ବନିମ୍ନ ମାନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ନିର୍ଦେଶାବଳୀ ଜାରି କରିଛନ୍ତି।

ନିର୍ଦେଶାବଳୀ ଅନୁଯାୟୀ, ବିଭିନ୍ନ ପାଠ୍ୟକ୍ରମ ପାଇଁ ଆଦାୟ କରାଯାଉଥିବା ଟ୍ୟୁସନ ଫିସ୍‌ ଯୁକ୍ତିଯୁକ୍ତ ହେବା ସହ ନେଇଥିବା ଫିସ୍‌ର ରସିଦ୍ ପ୍ରଦାନ କରାଯିବା ଉଚିତ। ଯଦି କୌଣସି ଛାତ୍ର ପାଠ୍ୟକ୍ରମ ପାଇଁ ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରିଛନ୍ତି ଏବଂ ନିର୍ଦ୍ଧାରିତ ଅବଧି ମଧ୍ୟରେ ପାଠ୍ୟକ୍ରମ ଛାଡ଼ୁଛନ୍ତି, ତେବେ ଅବଶିଷ୍ଟ ଅବଧି ପାଇଁ ପୂର୍ବରୁ ଜମା ହୋଇଥିବା ଫିସ୍‌ରୁ ଆନୁପାତିକ ଆଧାରରେ ଛାତ୍ରଙ୍କୁ ୧୦ ଦିନ ମଧ୍ୟରେ ଟଙ୍କା ଫେରସ୍ତ କରାଯିବ।

- Advertisement -

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories