ବିଲକିସ୍ ବାନୋ ମାମଲା – ଆତ୍ମସମର୍ପଣ କରିବାକୁ ଅଧିକ ସମୟ ମାଗିଲେ ୩ ଦୋଷୀ
ଡେସ୍କ: ୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କ ସହ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ତିନି ଜଣ ଦୋଷୀ ଆଜି (ଗୁରୁବାର) ସୁପ୍ରିମକୋର୍ଟରେ ଆତ୍ମସମର୍ପଣ ପାଇଁ ସମୟ ବୃଦ୍ଧି କରିବାକୁ ଆବେଦନ କରିଛନ୍ତି।
ଜାନୁଆରୀ ୮ରେ ଗୁଜୁରାଟ ସରକାର ଏହି ମାମଲାରେ ୧୧ ଜଣ ଦୋଷୀଙ୍କୁ କ୍ଷମା ଦେବା ନିଷ୍ପତ୍ତିକୁ ଖଣ୍ଡନ କରି ସୁପ୍ରିମକୋର୍ଟ କହିଥିଲେ ଯେ ଗୁଜୁରାଟ ସରକାରଙ୍କ କ୍ଷମା ଦେବା ନିଷ୍ପତ୍ତି ବିବେକାନୁମୋଦିତ ନୁହେଁ। ଦୁଇ ସପ୍ତାହ ମଧ୍ୟରେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ କୋର୍ଟ ଦୋଷୀମାନଙ୍କୁ କହିଥିଲେ।
Comments are closed.